ଏଇତ ଦୁନିଆଁ

Adarsha Plus love with social

ତାରିଖ:୨୯/୦୯/୨୪, ରବିବାର

୧-ମନ୍ତ୍ରୀଙ୍କ ସହ ଆଲୋଚନା ପରେ ନର୍ସିଂ ଅଧିକାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ।

୨-୨୦୨୫ରୁ ସିବିଏସ୍‌ଇ ଢାଞ୍ଚାରେ ହେବ +୨ ପରୀକ୍ଷା।୨୦ ନମ୍ବର ବିଶିଷ୍ଟ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା କରାଯିବ।

୩-ରାଜ୍ୟ କ୍ୟାବିନେଟ୍ ବୈଠକ, ୭ ପ୍ରସ୍ତାବ ଉପରେ ବାଜିଲା ମୋହର। କାର୍ଯ୍ୟକାରୀ ହେବ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା।

୪-ପାଟଣାଗଡ଼:ରେଳ ଲାଇନ୍ ଦାବିରେ ରେଳରୋକ, ପାଟଣାଗଡ଼ ବନ୍ଦ।

୫-ସେପ୍ଟେମ୍ବର ୩୦ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି।

୬-ସୁନ୍ଦରଗଡ:ସଡ଼କ ଦୁର୍ଘଟଣାରେ ୨ ହକି ଖେଳାଳୀ ମୃତ,ମୃତକ ୨ ହକି ଖେଳାଳୀ ସୁମିଲାନ ଟପ୍ପୋ ଏବଂ ସଚିନ ଟପ୍ପୋ ବୋଲି ଜଣାପଡ଼ିଛି।

୭-ପୋଲିସ ବାବୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ; ‘ରାତି ୨ଟାରେ ଆସିଲେ ବି ଅଭିଯୋଗ ରଖ’।

୮-ବଢ଼ିବ ପୋଲିସର ବଳ, ପ୍ରତି ଥାନା କର୍ମଚାରୀଙ୍କୁ ଦିଆଯିବ ବାଇକ୍।୨୨୯୮ ହୋମଗାର୍ଡଙ୍କୁ ପୁନଃ ନିଯୁକ୍ତି ନେଇ ନିଷ୍ପତ୍ତି ହୋଇଛି।

୯-ଅଶାନ୍ତ ଭଦ୍ରକ; ୪୮ ଘଣ୍ଟା ଇଣ୍ଟରନେଟ୍ ବନ୍ଦ, ୧୬୩ ଧାରା ଜାରି।

୧୦-ରାଉରକେଲା ଇସ୍ପାତ କାରଖାନାରେ ବିସ୍ଫୋରଣ,
ତରଳ ଲୁହା ପଡ଼ି ୫ଜଣ ଗୁରୁତର ସୂଚନା।

୧୧-ବାଂଶପାଳ:ଗାଁ ନିକଟରେ ୩୦ ଟିକିଆ ହାତୀପଲ, ଲୋକେ ଛାନିଆ।

୧୨-ବରଗଡ଼ରେ ଜଘନ୍ୟ ହତ୍ୟା କାଣ୍ଡ, ଯୁବକଙ୍କୁ ଟାଙ୍ଗିଆରେ ହାଣିଲା ପଡ଼ୋଶୀ।

୧୩-ଭଦ୍ରକ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ସୋସିଆଲ ମିଡିଆରେ କରିଥିଲା ବିଭ୍ରାନ୍ତିକର ପୋଷ୍ଟ।

୧୪-ଭରତପୁର ଥାନା ଘଟଣା; ପଲିଗ୍ରାଫ୍‌‌ ଟେଷ୍ଟ ପାଇଁ ଗୁଜରାଟ ଯିବ କ୍ରାଇମବ୍ରାଞ୍ଚ ଟିମ୍‌‌।

୧୫-ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

୧୬-ବିଜେଡି ପରାଜୟର କାରଣ ବଖାଣିଲେ ମଙ୍ଗଳା କିଷାନ; କହିଲେ, ଆମ ଭିତରେ ଭୁଲ୍ ବୁଝାମଣା ଯୋଗୁଁ ଦଳ ହାରିଲା

୧୭-କଟକ:ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର; ପାଖେଇଲାଣି ପୂଜା, ଆରମ୍ଭ ହେଉନି ରାସ୍ତା ମରାମତି।

୧୮-ସେପ୍ଟେମ୍ୱର ୧ରୁ ୩୦ ତାରିଖ ଯାଏଁ ପୋଷଣ ମାସ ପାଳନ: ମହିଳା ଓ ଶିଶୁ ବିକାଶ

୧୯-କଟକ: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଦ୍ୟାଳୟ ଟିଟି: କିସ୍,ଖ୍ରୀଷ୍ଟ ଚମ୍ପିୟାନ।

୨୦–ଭାରତ-ବାଂଲାଦେଶ ଦ୍ଵିତୀୟ ଟେଷ୍ଟର ଦ୍ଵିତୀୟ ଦିନ ଖେଳ ବର୍ଷା ଯୋଗୁ ବାତିଲ।

୨୧-IPLର ପୂରା ସିଜିନ୍ ଖେଳିଲେ ଭାରତୀୟ ଖେଳାଳିଙ୍କୁ ମିଳିବ ଅତିରିକ୍ତ ୧.୦୫ କୋଟି ଟଙ୍କା, ଜୟ ଶାହଙ୍କ ଘୋଷଣା।

୨୨-ଇସ୍ରାଏଲ ଏୟାରଷ୍ଟ୍ରାଇକରେ ହେଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲା ନିହତ, ନସରଲ୍ଲା ମୃତ୍ୟୁ ନେଇ ସ୍ପଷ୍ଟ କଲା ଇସ୍ରାଏଲ ପ୍ରତିରକ୍ଷା ବାହିନୀ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!