ଢେଙ୍କାନାଳ ସହର ଇଣ୍ଡୋର ଷ୍ଟାଡିୟମ୍ ନିକଟରେ ତା ୨୧/୦୧/୨୦୨୪ରିଖ ଦିନ ସ୍ଲେୟର ତାଇକୋଣ୍ଡୋ ଏକାଡେମୀ ଉଦ୍ଘାଟିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ତାଇକୋଣ୍ଡୋ ଆସୋସିଏସନ୍ର ସଭାପତି କୃଷ୍ଣଚନ୍ଦ୍ର ଦାସ, ଜିଲ୍ଲା କ୍ରୀଡା ସଂଘର ସଂପାଦକ ନଳିନୀ କୁମାର ଦାସ, କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଏସ୍. କେ.ଦାସ, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଓଡିଶା ଟେକ୍ନିକାଲ୍ ଡାଇରେକ୍ଟର ଜେ.କେ. ପରିଡା,ଓଡିଶା ଡାଇକୋଣ୍ଡୋର ଉପସଭାପତି ସଞ୍ଜୟ ଜଗଦେବ ପ୍ରମୁଖ ଯୋଗଦେଇଥିଲେ । ଢେଙ୍କାନାଳ ଜିଲ୍ଲା ତାଇକୋଣ୍ଡୋ ଆସୋସିଏସନ୍ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହୋଇଥିଲା । ଏକାଡେମୀ କିପରି ଆଗକୁ ଯିବ ସେହି ବିଷୟରେ ଅତିଥ୍ମାନେ ଉପଦେଶ ଦେଇଥିଲେ। ଶେଷରେ ଢେଙ୍କାନାଳ ତାଇକୋଣ୍ଡୋ ଆସୋସିଏସନ୍ର ସଂପାଦକ ସାହିର୍ ମହମ୍ମଦ ଧନ୍ୟବାଦ ଅର୍ପଣ କରିଥିଲେ। ସୁଶାନ୍ତ କୁମାର ପାଣୀ ସଭାକୁ ସଂଚାଳନ କରିଥିଲେ। ସ୍ଲେୟର ତାଇକୋଣ୍ଡୋ ଏକାଡେମୀର ଆକାଶ ମଲ୍ଲିକ, ବିଶ୍ୱଜିତ୍ ପଣ୍ଡା, ସ୍ଵାଧୀନ ନାୟକ, ପ୍ରବୀଣ ମଲ୍ଲିକ,ସିଦ୍ଧାର୍ଥ ପାଣିଗ୍ରାହୀ, ସୁର୍ଯ୍ୟସ୍ଥିତ ପାଣିଗ୍ରାହୀ, ଶୁଭସ୍ମିତା ମଲ୍ଲିକ ପ୍ରମୁଖଙ୍କ ସହିତ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଅନୁଷ୍ଠାନର କୋଚ୍ ସିଲ୍ଭି ସାହିର ଉପସ୍ଥିତ ଥିଲେ ।
![]()
