ଢେଙ୍କାନାଳ ଜିଲ୍ଲା ତାଳବରକୋଟ ଠାରେ ଗଢି ଉଠିଥିବା ଢେଙ୍କାନାଳ ଏକାଡେମୀ ଅଫ ମେଡ଼ିକାଲ ସାଇନ୍ସ ମହାବିଦ୍ୟାଳୟରେ ୨୦୨୩-୨୪ ବ୍ୟାଚରେ ନାମ ଲେଖାଇଥିବା ନୂଆ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ବାଗତ ସମ୍ବର୍ଦ୍ଧନା ଓ ପାଠ ଅଧ୍ୟୟନ ସଂକ୍ରାନ୍ତରେ ସମ୍ୟକ୍ ସୂଚନା ଦେବାକୁ ଏକ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଯାଇଅଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ (ପ୍ରଶାସନ ) ରାଜୀବ କୁମାର ବେହେରା ଯୋଗ ଦେଇ ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ସରକାରୀ ନର୍ସିଂ କଲେଜର ପୂର୍ବତନ ଅଧ୍ୟକ୍ଷା କୋଜିଲା ପଣ୍ଡା, ମହାବିଦ୍ୟାଳୟର ନିର୍ଦ୍ଦେଶକ ଡ. ରଜନୀକାନ୍ତ ତରାଇ, ମେଡିକାଲ ସାଇନ୍ସର ଅଧ୍ୟକ୍ଷା ମଧୁସ୍ତିତା ମଣ୍ଡଳ, ମ୍ୟାନେଜମେଟ୍ ସାଇନ୍ସର ଅଧ୍ୟକ୍ଷ ନିର୍ମଳ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ଜଣାଇବା ସହ ବିଦ୍ୟା ଅଧ୍ୟୟନ ଓ ମହାବିଦ୍ୟାଳୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମାନବ ସେବା ହେଉଛି ମାଧବ ସେବା ବ୍ରତରେ ବ୍ରତୀ ହେବାକୁ ନିର୍ଦ୍ଦେଶକ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସ୍ଵାଗତ ଉତ୍ସବରେ ଏଏନ୍ଏମ, ଜିଏନଏମ ଓ ବିଏସସି ନସିଂର ୧୫୦ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ଯୋଗ ଦେଇଥିବା ବେଳେ ସେମାନଙ୍କୁ ମହାବିଦ୍ୟାଳୟ ତରଫରୁ କଲେଜ ବ୍ୟାଗ ଓ ପରିଚୟ ପତ୍ର ଅତିଥିଙ୍କ ଦ୍ବାରା ବଣ୍ଟନ କରାଯାଇଥିଲା । ଏକ ମନୋଜ୍ଞ ପରିବେଶରେ ଢେଙ୍କାନାଳ ଜିଲ୍ଲା ତାଳବାରକୋଟ ଠାରେ ଗଢି ଉଠିଥିବା ଏହି ମହାବିଦ୍ୟାଳୟ ରେ ନୟାଗଡ଼, ତାଳଚେର ଆଦି ସୁଦୂର ସ୍ଥାନରୁ ଆସି ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରୁଛନ୍ତି । ଅଧ୍ୟୟନ ପାଇଁ ଏହି ମହାବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ରୁମ, ଅତ୍ୟାଧୁନିକ ଲାଇବ୍ରେରୀ ଶହ ତାଲିମ ପ୍ରାପ୍ତ ଦକ୍ଷ ଅଧ୍ୟାପକ ନିୟୋଜିତ ଅଛନ୍ତି । ଶେଷରେ ନୂତନ ଛାତ୍ରଛାତ୍ରୀଙ୍କୁ କଲେଜ କ୍ୟାମ୍ପସ ବିଷୟରେ ଅବଗତ କରାଯାଇଥିଲା ।
![]()
