ତାରିଖ:୦୮/୧୨/୨୫, ସୋମବାର
୧-ଥରୁଛି ଓଡିଶା: ରାଉରକେଲା ଏବଂ ଝାରସୁଗୁଡ଼ାରେ ୭ ଡିଗ୍ରୀ ଛୁଇଁଲା ପାରଦ, ଘୁ.ଉଦୟଗିରି ସବୁଠାରୁ ଥଣ୍ଡା, ସେଠାରେ ତାପମାତ୍ରା ଅଛି ୪.୪ ଡିଗ୍ରି ସେଲସିୟସ୍
୨-ମା’ ତାରିଣୀଙ୍କ ପୀଠର ସମନ୍ବିତ ଉନ୍ନତିକରଣ ପାଇଁ ୩୧୨କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ, ବର୍ଷେ ଭିତରେ କାର୍ଯ୍ୟ ଶେଷ ହେବ।
୩-ଭୁବନେଶ୍ୱର:ଆଜିର ଅଭ୍ୟାସ ଅଧିବେଶନ ଏବଂ ୯ ରେ ବାରବାଟୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-20 ମ୍ୟାଚ୍ ପାଇଁ ଟ୍ରାଫିକ୍ କଟକଣା ଲାଗୁ।
୪-ଦିନ ରାତି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଜାରି। ଶୀତ କାକରରେ ପଡ଼ି ସରକାରଙ୍କୁ ମାଗୁଛନ୍ତି ନ୍ୟାୟ। ସ୍କୁଲକୁ ଫେରିଯିବାକୁ ଅପିଲ୍ କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
୫-ବିଭିନ୍ନ ଦାବି ନେଇ ଡିସେମ୍ବର ୧୦ରେ ରାଜଧାନୀରରେ ହେବ ବିଶାଳ ଶିକ୍ଷକ ସମାବେଶ : ସମନ୍ୱୟ ସମିତି।
୬-ବାରିପଦା:ଉଦଘାଟିତ ହେଲା ରାଜ୍ୟର ପ୍ରଥମ ଅତ୍ୟାଧୁନିକ କିମ୍ସ-ଶୁଭ୍ରା ରୁରାଲ୍ ହସ୍ପିଟାଲ୍। ଏଥି ସହିତ ମାଗଣା ସ୍ୱାସ୍ଥ୍ୟ ଶିବିର ମଧ୍ୟ ଅନୁଷ୍ଠିତ।
୭-ବାଲେଶ୍ଵର:ଜେଇ ସିଭିଲ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ଯୁବକ ଗିରଫ।
୮-ଭୁବନେଶ୍ୱର:ଫସଲ ବୀମାରେ ଓଡ଼ିଶା ପଛୁଆ,୫ ଜିଲ୍ଲାରେ ଚାଷୀ ପଞ୍ଜିକରଣ ଲକ୍ଷେରୁ କମ୍।
୯-ଭୁବନେଶ୍ୱର:ଆଜିଠାରୁ ଆୟୁଷ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ଆମରଣ ଅନଶନ।
୧୦-ବାରବାଟୀ ମ୍ୟାଚ୍ ବେଳେ ଜଗିବେ ୫୦ ପ୍ଲାଟୁନ ଫୋର୍ସ, ଟିକେଟ୍ରେ ଉଲ୍ଲେଖ ଥିବା ଜିନିଷ ଆଣିବାକୁ ମନା।ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ର ଖେଳାଳି ।
୧୧-କଣ୍ଟାବାଞ୍ଜି:ମହାଖଣ୍ଡ ପଂଚାୟତରେ ଘରଦ୍ବାର ଭାଙ୍ଗୁଛନ୍ତି ୩୦ ଟିକିଆ ହାତୀପଲ, ହାତୀ ଭୟରେ ରାତିସାରା ଛାତ ଉପରେ ଗ୍ରାମବାସୀ।
୧୨-ଅନୁଗୁଳରେ ଚାଲିଛି ଲେବର କାର୍ଡ ରାକେଟ। ଏମାନଙ୍କ ଟାର୍ଗେଟରେ ଗାଁ ଗହଳିର ନିରୀହ ଶ୍ରମିକ। ଶ୍ରମ କାର୍ଡ କରାଇଦେବା ବାହାନାରେ ଲୁଟୁଛନ୍ତି। ୧୬ଶହରୁ ୧୮ଶହ ଟଙ୍କା ଦାବି କରୁଛନ୍ତି।
୧୩-ଭୁବନେଶ୍ୱର: ଖୋଲୁଛି ବନ୍ଧୁକ ବେପାରୀଙ୍କ ଗୁମର,ବିକିଛନ୍ତି ୬୦ରୁ ଉର୍ଦ୍ଧ୍ବ ବନ୍ଧୁକ।
୧୪-ଭୁବନେଶ୍ୱର:ଦେଶର ୧୨୫ କୋଟି ଲୋକ ପିଉଛନ୍ତି ବିଷାକ୍ତ ପାଣି, ବର୍ଷକୁ ଗଡୁଛି ୧କୋଟି ୫୦ଲକ୍ଷ ମୁଣ୍ଡ।
୧୫-ନନ୍ଦନକାନନ: ରବିବାର ଛୁଟିଦିନରେ ନନ୍ଦନକାନନକୁ ଆସିଲେ ୨୦,୮୪୦ ପର୍ଯ୍ୟଟକ।
୧୬-ନୂଆ ଦିଲ୍ଲୀ:ଇଣ୍ଡିଗୋରେ ଅଚଳାବସ୍ଥା ଜାରି,ପୁଣି ୬୫୦ ବିମାନ ବାତିଲ।୧୭-ନୂଆ ଦିଲ୍ଲୀ:ଅଫିସ ସମୟ ପରେ କିମ୍ବା ଛୁଟି ଦିନରେ ବସ୍ ଙ୍କ ଫୋନକୁ ନା!: ଆସିଲା ଲୋକସଭାରେ ପ୍ରାଇଭେଟ୍ ବିଲ୍।
୧୮-ଗୋଆ ଦୁର୍ଘଟଣାରେ ୨୫ ଜଣଙ୍କ ମୃତ୍ୟୁ: ଶୋକ ପ୍ରକାଶ ସହ କ୍ଷତିପୂରଣ ଘୋଷଣା କଲେ ପ୍ରଧାନମନ୍ତ୍ରୀ।
୧୯-ମୁମ୍ବାଇ:ଭାଙ୍ଗିଲା ପଲାସ-ସ୍ମୃତିଙ୍କ ବାହାଘର , ସୋସିଆଲ ମିଡିଆରେ ସ୍ପଷ୍ଟ ସୂଚନା ଦେଲେ ସ୍ମୃତି।
୨୦-ମୁମ୍ବାଇ:୩୦ କୋଟି ଜାଲିଆତି ମାମଲାରେ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ଗିରଫ।
![]()
