ଜିଲ୍ଲା ସ୍ତରୀୟ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ।

Adarsha Plus love with social

ଢେଙ୍କାନାଳ : ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲା ସ୍ତରୀୟ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହେଇଯାଇଛି l ଏହି ବୈଠକରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ଅଧ୍ୟକ୍ଷତା କରିଥିଲେ l ସେ ମୁଖ୍ୟତଃ ଢେଙ୍କାନାଳ ଦେଇଯାଇଥିବା ୫୫ନଂ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଓ ଏ ନେଇ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀ ମାନଙ୍କୁ ଅଧିକ ଗୁରୁତ୍ୱ ଦେବ ପାଇଁ କହିଥିଲେ l ଏହା ସହିତ ଯେ ପର୍ଯ୍ୟନ୍ତ ରାଜପଥ କାମ ସରିନାହିଁ ସେତେ ପର୍ଯ୍ୟନ୍ତ ଯେଉଁ ରାସ୍ତା ଅଛି ତାହାର ଠିକ ସମୟରେ ମରାମତି କରିବାକୁ କହିଥିଲେ l ବୈଠକ ରେ ବିଧାୟକ ଶ୍ରୀ ସୁଧୀର କୁମାର ସାମଲ ଯୋଗଦେଇ ଜିଲ୍ଲାରେ ଟ୍ରକ ଟରମିନାଲ ନିର୍ମାଣ କରିବା ନେଇ ଗୁରୁତ୍ୱାରୋପ କରିଥିଲେ l ବୈଠକ ରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଣୟ କୁମାର ମିଶ୍ର ଜିଲ୍ଲାରେ ପୂର୍ବବର୍ଷ ଅପେକ୍ଷା ଏ ବର୍ଷ ସଡ଼କ ଦୁର୍ଘଟଣା ର ମାତ୍ର କମିଛି ବୋଲି ରିପୋର୍ଟ ପ୍ରଦର୍ଶିତ କରିଥିଲେ l ରିପୋର୍ଟ ଅନୁଯାୟୀ ୨୦୨୨ରେ ମୋଟ ୪୬୧ ଟି ଦୁର୍ଘଟଣା ଘଟିଥିବା ବେଳେ ୨୦୫ ଜଣ ମୃତ୍ୟୁ ବରଣ କରିଥିବାବେଳେ ୩୩୮ ଜଣ ଆଘାତପ୍ରାପ୍ତ ହେଇଥିଲେ l ମାତ୍ର ୨୦୨୩ ରେ ଏଯାବତ ୩୩୭ ଟି ଦୁର୍ଘଟଣା ଘଟିଥିବା ବେଳେ ୧୫୦ ଜଣଙ୍କ ମୃତ୍ୟୁ ହେଇଛି ଏବଂ ୩୪୭ ଜଣ ଆଘାତପ୍ରାପ୍ତ ହେଇଛନ୍ତି l ଏହି ବୈଠକ ରେ ସଡ଼କ ସୁରକ୍ଷାକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସ୍ଥିର କରାଯାଇଛି ଏହାସହିତ ଯେଉଁ ସ୍ଥାନରେ ସାଇନ ବୋର୍ଡ ଲାଗିନାହିଁ ସେ ସବୁ ଜାଗା ମାନଙ୍କରେ ତୁରନ୍ତ ଲଗେଇବାକୁ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ l
ଏହି ବୈଠକ ରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ସଡ଼କ ସୁରକ୍ଷା କମିଟି ର ସଦସ୍ୟ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଗଣ ମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ l

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!