ବ୍ୟୁରୋ ରିପୋର୍ଟ : ନିକଟରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ପୋଷ୍ଟରେ ଦର୍ଶାଯାଇଛି ଯେ, ଯେପରି କମ୍ ପରିମାଣର ଋଣ ନେଉଥିବା ଗ୍ରାହକଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ ତାହାକୁ ନଜରରେ ରଖାଯାଇ ସମସ୍ତ ନିଷ୍ପତ୍ତି ନିଆଯାଉ । ସେପଟେ ଡ୍ରାଫ୍ଟ ଗାଇଡଲାଇନ ଉପରେ ମିଳିଥିବା ଫିଡବ୍ୟାକକୁ ନୀରିକ୍ଷଣ କରୁଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ତାହାକୁ ନଜରରେ ରଖି ସମସ୍ତଙ୍କ ସୁବିଧା ପାଇଁ ବ୍ୟବସ୍ଥା କରାଯିବ । ଯେଉଁ କାରଣ ପାଇଁ ସମସ୍ୟା ଉପୁଜୁଛି ସେସବୁର ସମାଧାନ ହେବ ବୋଲି RBI ପକ୍ଷରୁ କୁହାଯାଇଛି ।ବଦଳିବ ଗୋଲଡ ଲୋନ୍ ନିୟମ । ସୁନା ବନ୍ଧକ ରଖି ଋଣ ନେଉଥିବା ଗ୍ରାହକଙ୍କ ପାଇଁ ନୂଆ ନିୟମ ଆଣୁଛି RBI । ଏନେଇ ଡ୍ରାଫ୍ଟ ପ୍ରସ୍ତୁତ ସରିଥିବାବେଳେ କ୍ଷୁଦ୍ର ଉଧାରକାରୀ ପ୍ରଭାବିତ ହୋଇପାରନ୍ତି । ଯେଉଁଥିପାଇଁ ନିୟମରେ ସଂଶୋଧନ କରି ସେମାନଙ୍କୁ ଆଶ୍ୱସ୍ତି ଦେବାକୁ ନିର୍ଦ୍ଦେଶ ଦେଇଛି ଅର୍ଥ ମନ୍ତ୍ରାଳୟ ।ବଦଳିବ ଗୋଲଡ ଲୋନ ନିୟମ, କ୍ଷୁଦ୍ର ଗ୍ରାହକଙ୍କୁ ମିଳିପାରେ ଆଶ୍ୱସ୍ତି
ଟଙ୍କା ବନ୍ଧକ ରଖି ଋଣ ଚାହୁଁଛନ୍ତି କି ? ଏନେଇ ନୂଆ ନିୟମ ଆଣିବାକୁ ଯାଉଛି RBI । କ୍ଷୁଦ୍ର ଗ୍ରାହକଙ୍କୁ ମିଳିପାରେ ଆଶ୍ୱସ୍ତି । କମ୍ ଋଣ ନେଉଥିବା ଗ୍ରାହକ ଯେପରି ଅସୁବିଧାରେ ନପଡନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ଅର୍ଥ ମନ୍ତ୍ରାଳୟର ନିର୍ଦ୍ଦେଶ ରହିଛି l
![]()
