ଐରା ପକ୍ଷରୁ ବିଶ୍ୱ ଏଡ୍ସ ଦିବସ ପାଳିତ

Adarsha Plus love with social

ଢେଙ୍କାନାଳ ସହର ଉପକଣ୍ଠ ଶ୍ୟାମାଚରଣପୁରସ୍ଥିତ ଐରା ଅନୁଷ୍ଠାନର ଲକ୍ଷ୍ୟଭେଦି ପ୍ରକଳ୍ପ ପକ୍ଷରୁ ବିଶ୍ୱ ଏଡ୍ସ ଦିବସ ଶୁକ୍ରବାର ମଧ୍ୟାହ୍ନରେ ପାଳିତ ହୋଇଯାଇଛି । ଏଡସ୍ କୁ ଦୁରେଇବାକୁ ହେଲେ ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରିବାକୁ ଅତିଥିମାନେ ମତ ରଖିଥିଲେ । ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ରାଜୀବ କୁମାର ବେହେରା, ମନରେଗା ଲୋକପାଳ ଅମରେନ୍ଦ୍ର ମଲ୍ଲ, ଅନୁଷ୍ଠାନର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ରଥ, ସମାଜସେବୀ ସରୋଜ କୁମାର ଶତପଥୀ, ଆଇସିଟିସି କାଉନସେଲର କାମାକ୍ଷାନଗରର ପ୍ରଫୁଲ କୁମାର ସାହୁ, ରୁଦ୍ର ନାରାୟଣ ମିଶ୍ର, ଡ଼ାଲଟା ସେକ୍ରେଟେରୀ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନର ନିର୍ଦେଶକ ଡ. ସୁରେଶ କୁମାର ପଣ୍ଡା ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଦ୍ୟୁମ୍ନ କୁମାର ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବିଭୁତି ଭୂଷଣ ପୃଷ୍ଟି, ସିତାଂଶୁ କୁମାର ପଣ୍ଡା, ଅମୃତା ଦାସ, ସରୋଜ ରାଉତ, ଅଞ୍ଜଳି ଗଡନାୟକ, ମମତା ବେହେରା, ସୁପ୍ରଭା ମହାପାତ୍ର ପରିଚାଳନାରେ ସହୟତା କରିଥିଲେ । ଏହି ଅବସରରେ ଝୋଟି ପ୍ରତିଯୋଗିତା, ନାଚ, ମେହେନ୍ଦି, ସଚେତନତା ଶୋଭାଯାତ୍ରା ଓ ସିଗନେଚର କ୍ୟାମ୍ପେନ୍ ଅନୁଷ୍ଠିତ ହୋଇଥିଲା । ମୁରୁଜ ପ୍ରତିଯୋଗିତାରେ ଯଶୋଦା ଦେହୁରୀ ପ୍ରଥମ, ଚିକି ଓ ପ୍ରିୟା ଯୁଗ୍ମଭାବେ ଦ୍ୱିତୀୟ, ଛବି ଓ ଶୁଭଶ୍ରୀ ତୃତୀୟ ହୋଇଥିଲେ । ମେହେନ୍ଦିରେ ଜନତ୍ ପରବିନ ପ୍ରଥମ, ସ୍ୱିଟି ଦ୍ୱିତୀୟ ଓ ପ୍ରିୟା ତୃତୀୟ ଏବଂ ନାଚରେ ରୁପାଲି ଏବଂ ପ୍ରିୟା ପ୍ରଥମ, ଅମିଶା ସାହୁ ଦ୍ୱିତୀୟ ଓ ନନ୍ଦିନି ତୃତୀୟ ହୋଇଥିଲେ । ଅତିଥିମାନଙ୍କ ଦ୍ୱାରା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ୩୦ରୁ ଉଦ୍ଧ୍ୱର୍ କିନ୍ନର ଯୋଗ ଦେଇଥିବା ବେଳେ ଐରା ଅନୁଷ୍ଠାନର କର୍ମକର୍ତା ଓ ସଦସ୍ୟମାନେ ଯୋଗ ଦେଇଥିଲେ ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!