ମହିଳା ହିଂସା ମୁକ୍ତି ପାଇଁ ୧୬ ଦିନିଆ ଅଭିଯାନ ୨୦୨୩ ଉଦଘାଟିତ।

Adarsha Plus love with social

ମହିଳା ହିଂସା ମୁକ୍ତି ପାଇଁ ୧୬ ଦିନିଆ ଅଭିଯାନ ୨୦୨୩ ଉଦ୍‌ଘାଟିତ

ଢେଙ୍କାନାଳ, ୨୫।୧୧:ଇନ୍ଦିରା ସମାଜ ମଙ୍ଗଳ ‘ଇଶୋ’ ଅନୁଷ୍ଠାନ ତରଫରୁ ମହିଳା ହିଂସା ମୁକ୍ତି ପାଇଁ ୧୬ ଦିନିଆ ଅଭିଯାନ ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ଉଦ୍‌ଘାଟିତ ହୋଇଯାଇଅଛି । କାର୍ଯ୍ୟକ୍ରମରେ ଡିସିପି ହରପ୍ରିୟା ନାଏକ, କଲେଜ୍‌ ଅଧ୍ୟକ୍ଷ ରାମଚନ୍ଦ୍ର ମଲ୍ଲ, ନିରଞ୍ଜନ ମିଶ୍ର, ଭାନୁମତୀ ପାଣି, ଶାନ୍ତି ମିଶ୍ର, ଆଡଭୋକେଟ୍ ମାନସୀ ମହାପାତ୍ର, ଶୈଳବାଳା ମିଶ୍ର ପ୍ରମୁଖ ଅତିଥ୍‌ ଭାବେ ଯୋଗ ଦେଇଥିଲେ । ସର୍ବ ପ୍ରଥମେ ‘ଇଶୋ’ ଅନୁଷ୍ଠାନର ସଂପାଦିକା ସୁଶ୍ରୀ ପୁଷ୍ପାଞ୍ଜଳୀ ଜେନା ସମସ୍ତ ଅତିଥିମାନଙ୍କୁ ସ୍ବାଗତ କରିବା ସହିତ ୧୬ ଦିନର କାର୍ଯ୍ୟକ୍ରମ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଅତିଥ୍ ଏବଂ ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତାମାନଙ୍କୁ ବୁଝାଇଥିଲେ ଏବଂ ମହିଳା ହିଂସାକୁ ରୋକିବା ପାଇଁ ନିବେଦନ କରିଥିଲେ । ମହିଳା ହିଂସା ଏକ ମାନସିକ ରୋଗ । ଏହି ହିଂସା ଘର ଭିତରରୁ ଆରମ୍ଭ ହୋଇଥାଏ । ପ୍ରତ୍ୟେକ ହିଂସା ବିରୋଧରେ ସ୍ବର ଉତୋଳନ କରିବା ଏବଂ ଏହାକୁ ରୋକିବା । ହିଂସା ପୁରୁଷ ଅପେକ୍ଷା ମହିଳାମାନଙ୍କ ଉପରେ ଅଧିକ ହୋଇଥାଏ । ମହିଳାଟିଏ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ହିଂସାର ଶୀକାର ହୋଇଥାଏ । ଯେତେବେଳେ ଆମେ ବଦଳିବା ଏହି ହିଂସା ସ୍ଥଗିତ ହୋଇ ରହିବ । ପରିଶେଷରେ ଶପଥ ନେଇଥିଲେ ଯେ, ହିଂସା କରିବା ନାହିଁ । ହିଂସାକୁ ଆମେ ରୋକିବା । ପୁଅ ବା ଝିଅ ମାନଙ୍କୁ ସମାନ ଦୃଷ୍ଟିରେ ଦେଖିବା, ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରିବା । ପରିଶେଷରେ ‘ଇଶୋ’ ଅନୁଷ୍ଠାନର କର୍ମୀ ସର୍ବେଶ୍ବର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନିମା ନାଏକ ସହଯୋଗ କରିଥିଲେ ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!