ଡି.ଏଲ୍ ପ୍ରଡକ୍ସନ ୟୁ ଟ୍ୟୁବ୍ ଚ୍ୟାନେଲ ର ଲୋଗୋ ଉନ୍ମୋଚନ ଉତ୍ସବ ।

Adarsha Plus love with social

ଆଜି ତା – ୨୬ ନଭେମ୍ବର ସକାଳ ୧୦.୩୦ଘଟିକା ରେ ଢେଙ୍କାନାଳ ସ୍ଥିତ ଦଧିବାମନ ମଠ ରେ ଡି.ଏଲ୍ ପ୍ରଡକ୍ସନ ୟୁ ଟ୍ୟୁବ୍ ଚ୍ୟାନେଲ ର ଲୋଗୋ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ଉପସଭାପତି, ରାଜ୍ୟ କଳା ସଂସ୍କୃତି ସଂଘ , ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର , ଶ୍ରୀଯୁକ୍ତ ଅବନୀ ମିଶ୍ର (ଏକା ଧାରା ରେ ଜଣେ ସାହିତ୍ୟିକ , କବି , ଗାଳ୍ପିକ , ବାଗ୍ମୀ , ଲେଖକ , କଳାକାର , ମଞ୍ଚ ଉପସ୍ଥାପକ) ଯୋଗଦେଇ ତାଙ୍କ କରକମଳ ରେ ଲୋଗୋ ଉନ୍ମୋଚନ କରିଥିଲେ ଏବଂ ବିଶିଷ୍ଟ ଉପସ୍ଥାପକ ସୁଶାନ୍ତ କୁମାର ପାଣୀ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ , ଏଥିସହିତ ତାଙ୍କ ସହ ସମ୍ମାନୀତ ଅତିଥି ଭାବେ ବାଗଦେବୀ ସଙ୍ଗୀତ ମହାବିଦ୍ୟାଳୟ ର ସଙ୍ଗୀତ ଗୁରୁ ତଥା ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଯତୀନ କୁମାର ମିଶ୍ର ଏବଂ ଗୁରୁମା ଶ୍ରୀମତୀ ନିହରିକା ମିଶ୍ର ଉପସ୍ଥିତ ଥିଲେ ଏବଂ ଡି. ଏଲ ପ୍ରଡକ୍ସନ ର ସଦସ୍ୟ ଶାନ୍ତି ସ୍ୱରୂପ , ସୋମା , ସନ୍ଦୀପ , ହାପି, ମାନସ , ନିବି , ପ୍ରତୀକ୍ଷା , ସ୍ୱୟଂ ଶ୍ରୀ, ଶିବାନୀ , କ୍ରିଷ୍ଣା , ପ୍ରଦ୍ୟୁମ୍ନ ଆଦି ଉପସ୍ଥିତ ଥିଲେ । ଏଥିସହିତ ଡି. ଏଲ ପ୍ରଡକ୍ସନ ରେ ପ୍ରଥମ କରି ମାଆ ଙ୍କ ଉପରେ ଆଧାରିତ ଏକ ସଙ୍ଗୀତ ମୁକ୍ତିଲାଭ କରିଛି ଯାହାର ନାମ ” ମାଆ ସେ ମୋ ମାଆ ” , ଏହାକୁ ଗାଇଛନ୍ତି ସା ରେ ଗା ମା ପା ର ଫାଇନାଲିଷ୍ଟ ବୈଷ୍ଣବୀ ମିଶ୍ର , ଏବଂ ଏହି ଗୀତ ଟି କୁ ଲେଖିବା ସହ ଏହାକୁ ସଙ୍ଗୀତ ରେ ସଜାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଯତୀନ କୁମାର ମିଶ୍ର । ଆପଣ ଏବେ ହିଁ ଡି.ଏଲ ପ୍ରଡକ୍ସନ ୟୁ ଟ୍ୟୁବ୍ ଚ୍ୟାନେଲ ରେ ଦେଖିବାକୁ ପାଇବେ

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!