ପରଜଙ୍ଗ:୦୭/୦୮/୨୫ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, କଲେଜ କ୍ୟାମ୍ପସ ରେ ଛାତ୍ରୀ ଅସୁରକ୍ଷିତ, ମହିଳା ଙ୍କ ଉପରେ ବାରମ୍ବାର ଅତ୍ୟାଚାର ବୃଦ୍ଧି ପାଉଥିବା ବେଳେ ନୀରବ ସାଜିଛନ୍ତି ରାଜ୍ୟ ସରକାର l ଏହା କୁ ବିରୋଧ କରି ବିଜୁ ଯୁବ-ଛାତ୍ର ଜନତା ଦଳ ତରଫରୁ ପୋଲିସ ଡିଜି ଙ୍କ ଉଦେଶ୍ୟ ରେ ସ୍ମାରକପତ୍ର ପ୍ରଦାନ କରାଯାଇଛି l ଏହି ପରିପ୍ରେକ୍ଷୀରେ ପରଜଙ୍ଗ ନିର୍ବାଚନମଣ୍ଡଳୀ ଯୁବ ଓ ଛାତ୍ର ବିଜେଡି ତରଫରୁ ପରଜଙ୍ଗ ଠାରେ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଙ୍କ ନେତୃତ୍ୱ ରେ ପରଜଙ୍ଗ ଯୁବ -ଛାତ୍ର ଜନତା ଦଳ ତରଫରୁ ପରଜଙ୍ଗ ବଜାର ରୁ ଏକ ଶୋଭାଯାତ୍ରା ବାହାରି ପରଜଙ୍ଗ ଥାନାରେ ପହଞ୍ଚି ଥାନାଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ ରେ ଯୁବ ଓ ଛାତ୍ର ବିଜେଡି ର ବହୁ ସଦସ୍ୟ, ବିଭିନ୍ନ କଲେଜ ର ଛାତ୍ର, ଛାତ୍ରୀ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ l ପରଜଙ୍ଗ ରୁ ଅଶୋକ ପଣ୍ଡାଙ୍କ ରିପୋର୍ଟ ଆଦର୍ଶ ପ୍ଲସ।
![]()
