ବିଶ୍ୱ ଏଡ଼ସ ଦିବସରେ ଆରୋଗ୍ୟମ ଯୋଗ ଏବଂ ୱେଲଫେୟlର ଆସୋସିଏସନର ଜନସଚେତନତା କାର୍ଯ୍ୟକ୍ରମ l

Adarsha Plus love with social

“ବିଶ୍ୱ ଏଡ଼ସ ଦିବସରେ ଆରୋଗ୍ୟମ ଯୋଗ ଏବଂ ୱେଲଫେୟlର ଆସୋସିଏସନର ଜନସଚେତନତା କାର୍ଯ୍ୟକ୍ରମ”ବିଶ୍ୱ ଏଡ଼ସ ଦିବସ ପାଳନ ଅବସରରେ ଆରୋଗ୍ୟମ ଯୋଗ ଏବଂ ୱେଲଫେୟାର ଆସୋସିଏସନ (ଆଇୱା ), ଢେଙ୍କାନାଳ ର କର୍ମକର୍ତ୍ତା ମାନଙ୍କ ଦ୍ୱାରା, ଢେଙ୍କାନାଳ ଟାଉନର କୁଞ୍ଜକାନ୍ତ ସ୍ଥିତ ଚନ୍ଦ୍ରଶେଖର ଆଇ.ଟି. ଆଇ ଠାରେ ଏଡ଼ସ ସମ୍ବନ୍ଧୀୟ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଚନ୍ଦ୍ରଶେଖର ଆଇ. ଟି.ଆଇର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ଦାସଙ୍କ ସମେତ ସମସ୍ତ ଛାତ୍ର, ଶିକ୍ଷକ, ଶିକ୍ଷୟତ୍ରୀ, ଅନୁଷ୍ଠାନର ଅନ୍ୟ ସହକର୍ମୀ ଏବଂ ଆଇୱାର ନିର୍ଦ୍ଦେଶିକା ଅନସୂୟା ମିଶ୍ର, ସମ୍ପାଦକ ଶ୍ରୀ ପ୍ରଭାସ ଚନ୍ଦ୍ର ପାଢ଼ୀ, କୋଷାଦ୍ଧକ୍ଷ ତୟୁବ ଅନସାରୀ ପ୍ରମୁଖ ଉପସ୍ଥିତ ଥିଲେ lଉପସ୍ଥିତ ସମସ୍ତ ଛାତ୍ର ଏବଂ ଅନ୍ୟମାନଙ୍କ ମଧ୍ୟରେ ଏଡ଼ସ ସମ୍ବନ୍ଧୀୟ ଏକ ସଚେତନତା ସୃଷ୍ଟି କରିବା ପ୍ରରିପ୍ରେକ୍ଷୀରେ ଆଇୱା, ଢେଙ୍କାନାଳର ନିର୍ଦ୍ଦେଶିକା ଏଡ଼ସ ତଥା ଏଚ ଆଇ ଭି ର ସଂକ୍ରମଣ ଓ ନିରାକରଣ ଉପରେ ଏକ ବିସୃତ ବିବରଣୀ ଦେଇଥିଲେ ଏବଂ ଛାତ୍ର ଜୀବନକୁ କିପରି ଶୃଙ୍ଖଳିତ କରି ନିଜର ଲକ୍ଷ୍ୟସ୍ଥଳରେ ପିଲାମାନେ ପହଞ୍ଚିପାରିବେ ସେ ବିଷୟରେ ଆଲୋକପାତ କରିଥିଲେ |ତା ସହିତ ନିୟମିତ ଯୋଗ ଅଭ୍ୟାସ ଦ୍ୱାରା ଆମେ କିପରି ଶାରୀରିକ ଓ ମାନସିକ ସୁସ୍ଥତା ପାଇବା ସଙ୍ଗେ ସଙ୍ଗେ ନିଜର ବୌଦ୍ଧିକ ବିକାଶ କରିପାରିବା ଏବଂ ଜୀବନରେ ଯେ କୌଣସି ପରିସ୍ଥିତିର ସାମନା କରିବା ପାଇଁ ଭୟଭୀତ ହେବା ନାହିଁ, ସେ ବିଷୟରେ ଆଲୋଚନା କରିଥିଲେ | ପରିଶେଷରେ ଆଇୱା ଢେଙ୍କାନାଳର ସମ୍ପାଦକ ଶ୍ରୀ ପ୍ରଭାସ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମ ଟି କୁ ଚନ୍ଦ୍ରଶେଖର ଆଇ.ଟି. ଆଇ.ର ସ୍ୱରୂପ ସାର ପରିଚାଳନା କରିଥିଲ l

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!