ତାରିଖ ୦୩/୦୫/୨୪, ଶୁକ୍ରବାର
୧-ସୁଜାତା ଆର କାର୍ତ୍ତିକେୟନଙ୍କୁ ECIଙ୍କ ଛାଟ; ବିଜେପିର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ !ଜନସାଧାରଣ ସହ ଯୋଡ଼ି ହୋଇ ନଥିବା ବିଭାଗକୁ ତୁରନ୍ତ ବଦଳି ନିର୍ଦ୍ଦେଶ।
୨-୬ ପୂର୍ବରୁ ତାତିରୁ ନିସ୍ତାର ନାହିଁ, ୪୫ ଡ଼ିଗ୍ରୀ ସହ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର।
୩-କେନ୍ଦୁଝର: କେନ୍ଦୁଝର ରୁଗୁଡ଼ିସ୍ଥିତ କେଜେଏସ ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ,୯ଜଣ ଶ୍ରମିକ ଆହତ।
୪-ବାକି ଥିବା ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ:ନୀଳଗିରିରୁ ସୁକାନ୍ତ ନାୟକ,କୋରେଇରୁ ପ୍ରାର୍ଥୀ ହେଲେ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନ।
୫-ବିଜେପିର ୧୪୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ଶେଷ ,ବାକି ରହିଲା ଘଷିପୁରା।
୬-ବରଗଡ଼:ସାହେଲା ପୁଲିସ ବିଭିନ୍ନ ଗାଡ଼ି ଅଟକାଇ ଯାଞ୍ଚ କରୁଥିବାବେଳେ ଏକ ଭ୍ୟାନରୁ ସାଢ଼େ ସାତ ଲକ୍ଷ ଟଙ୍କା ଜବତ କରିଛି।
୭-ଶିମିଳିପାଳରେ ମୁଖ୍ୟ ଶାସନ ସଚିବ, ଅଗ୍ନିକାଣ୍ଡ ସମସ୍ୟା ନେଇ କରୁଛନ୍ତି ଅନୁଧ୍ୟାନ।
୮-କଣ୍ଟାବାଞ୍ଜି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
୯-କନ୍ଧମାଳରୁ ନାମାଙ୍କନ ଭରିଲେ ଡ଼ ଅଚ୍ୟୁତ ସାମନ୍ତ, ଦ୍ବିତୀୟ ଥର ପାଇଁ ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବେ ନିର୍ବାଚନ।
୧୦-ମେ ୪ରେ ୪ ଜିଲ୍ଲାରେ ସିଏମ୍ ନବୀନ କରିବେ ମାରାଥନ୍ ପ୍ରଚାର।
୧୧-ବଣେଇ: ଟେମ୍ପୋ ଓଲଟି ୧୦ ଆହତ, ଶୋଭାଯାତ୍ରାରେ ଯୋଗଦେଇ ଗାଁକୁ ଫେରୁଥିଲେ।
୧୨-ପୁଣି ଚର୍ଚ୍ଚାରେ ଦିଲ୍ଲୀ ଉପରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମହିଳା କମିଶନ ଉପରେ ଏଲଜି ଛାଟ, ଚାକିିରିରୁ ବିଦା ୨୨୩ କର୍ମଚାରୀ।
୧୩-ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ ଗାନ୍ଧି, ଉତ୍ସାହିତ କଂଗ୍ରେସ ଶିବିର, ଜୋରସୋରରେ ଚାଲିଛି ପ୍ରସ୍ତୁତି।
୧୪-ନୂଆଦିଲ୍ଲୀ: ସରକାରୀ ପେନସନଭୋଗୀଙ୍କ ପାଇଁ ସମନ୍ଵିତ ପୋର୍ଟାଲ ‘ଭବିଷ୍ୟ’: ଅନଲାଇନ୍ ରେ ମିଳିବ ପେନସନ୍ ସେବା।
୧୫-ନୂଆଦିଲ୍ଲୀ:HPZ ଆପ୍ ମାଧ୍ୟମରେ ଠକେଇ,ଦେଶର ୩୦ ସ୍ଥାନରେ CBI ଚଢ଼ାଉ ଜାରି।
୧୬-ହିତାଧିକାରୀଭିତ୍ତିକ ବିଜ୍ଞାପନ, ସର୍ଭେ ଓ ଆପରେ ପଞ୍ଜିକରଣ ନିଷେଧ – ନିର୍ବାଚନ ଆୟୋଗ।
୧୭-ଚର୍ଚ୍ଚାରେ ସାରନ୍ ଲୋକସଭା ଆସନ: ଲାଲୁ ଯାଦବଙ୍କ ବିରୋଧରେ ଲଢ଼ିବେ ଲାଲୁଙ୍କ ଝିଅ।
୧୮-କର୍ଣ୍ଣାଟକ ଭିଡିଓ ସ୍କାଣ୍ଡାଲ ମାମଲାରେ ବଢ଼ିଲା ଅଭିଯୁକ୍ତଙ୍କ ଅଡୁଆ । ପ୍ରଜ୍ୱଳ ରେଭାନ୍ନାଙ୍କ ନାଁରେ ଲୁକଆଉଟ ନୋଟିସ, ଧାର୍ଯ୍ୟ ସମୟ ଭିତରେ ହାଜର ନହେଲେ ଗିରଫ ଆଶଙ୍କା।
୧୯-IPL:ଭୁବନେଶ୍ଵରଙ୍କ ଶାଣିତ ବୋଲିଂ, ରାଜସ୍ଥାନ ମୁହଁରୁ ବିଜୟ ଛଡ଼ାଇ ଆଣିଲା ହାଇଦ୍ରାବାଦ।
୨୦-ଭାରତ-ଇଣ୍ଡୋନେସିଆ ସପ୍ତମ ଯୁଗ୍ମ ପ୍ରତିରକ୍ଷା ସହଯୋଗ କମିଟି ବୈଠକ ଅନୁଷ୍ଠିତ।
୨୧-ଡେରାଡୁନ:୧୮ ଲକ୍ଷ ପାର ହେଲା ଚାରିଧାମ ଯାତ୍ରା ଲାଗି ପଞ୍ଜିକରଣ, ପ୍ରସ୍ତୁତି ନିରକ୍ଷଣ ପାଇଁ ମୁଖ୍ୟ ସଚିବ ରାଧା ରତୁଡିଙ୍କ ବଦ୍ରିନାଥ ଗସ୍ତ।
୨୨-ଦିଲ୍ଲୀ-ଦୁବାଇ ରୁଟରେ ଉଡିଲା ନୂଆ ଏୟାରବସ୍ ଏ୩୫୦-୯୦୦।
୨୩-୧୪ କୋଟି ମାଇଲ୍ ଦୂରରୁ ପୃଥିବୀକୁ ମିଳିଲା ସିଗନାଲ୍, NASA କଲା ଖୁଲାସା।
![]()
