କାମାକ୍ଷାନଗରରେ ବିଶ୍ଵ ଯୋଗ ଦିବସ ପାଳିତ

Adarsha Plus love with social

କାମାକ୍ଷାନଗର:୨୧/୦୬/୨୫:

କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ପ୍ରେକ୍ଷାଳୟରେ ଯୋଗ ଦିବସ ପାଳିତ lଆଜି ହେଉଛି ବିଶ୍ୱ ଯୋଗ ଦିବସ ଏହାକୁ ନେଇ ସାରା ବିଶ୍ୱ ଯୋଗ ଦିବସ ପାଳନ କରୁଥିବା ବେଳେ କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରେ ଯୋଗ ଦିବସ ପାଳନ କରାଯାଇଛି ।ଏଠାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ଶୁଣିବା ସହିତ ଯୋଗ ଦିବସ ପାଳନ କରାଯାଇଛି ।ଏଠାରେ ସାଂସଦ ରୁଦ୍ରନାରାୟଣ ପାଣି,ବିଧାୟକ ଶତ୍ରୁଘନ ଜେନା,ବିଜେପି ଜିଲା ସଭାପତି ରାସବିହାରୀ ବେହେରା, ଉପଜିଲ୍ଲାପାଳ ଦିନମଣି ନାୟକ,ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା,ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ,ତହସିଲଦାର ଶୁଭଙ୍କର ମହାନ୍ତିଙ୍କ ସମେତ ଉପଖଣ୍ଡ ପ୍ରଶାସନ ଓ ସ୍ଥାନୀୟ ଅଞ୍ଚଳ ବାସୀ ଉପସ୍ଥିତ ରହି ଏଠାରେ ଯୋଗ କରିଥିଲେ ଆଉ ଆଜିର ଦିନକୁ ପାଳନ କରିଥିଲେ ।ପରେପରେ ଆଳତୁମା ଉଚ୍ଚ ବିଦ୍ୟାଳୟରେ ଠାରେ ଏନଏସି ତରଫରୁ ବୃକ୍ଷ ରୋପଣ କରାଯାଇଥିଲା ।ଏଠାରେ ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ ।
କାମାକ୍ଷାନଗର ରୁ ଅସିତ୍ କୁମାର ସାହୁ ଙ୍କ ରିପୋର୍ଟ ଆଦର୍ଶ ପ୍ଲସ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!