କାମାକ୍ଷାନଗର : ୧୯/୦୬/୨୫ :ଭାରସାମ୍ୟ ହରାଇ ଲୁହା ଡିଭାଇଡର ଉପରେ ଚଢ଼ି ଓଲଟିଲା ପିକଅପ ଭ୍ୟାନ, ଡ୍ରାଇଭର ସମେତ ଦୁଇ ଗୁରୁତର lକାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥ ର କନ୍ତାରିପାଟ ଗ୍ରାମ ନିକଟରେ ଥିବା ବାଲାଜୀ କନଷ୍ଟ୍ରକ୍ସନ ସାମ୍ନା ରେ ଭାରସାମ୍ୟ ହରାଇ ଲୁହା ଡିଭାଈଡର ଉପରେ ଚଢ଼ି ଓଲଟିଲା ପିକଅପ ଭ୍ୟାନ l ଡ୍ରାଇଭର ସମେତ ଗାଡି ରେ ଥିବା ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି l ସୂଚନା ଅନୁସାରେ ପିକଅପ ଭ୍ୟାନ ଟି ବଡ଼ସୁଆଁଳ ଗ୍ରାମ ରୁ ଧାନ ଅନଲୋଡ଼ କରି କାମାକ୍ଷାନଗର ଅଭିମୁଖେ ଆସୁଥିବା ବେଳେ କନ୍ତାରିପାଟ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ରେ ପିଟି ହୋଇଥିଲା l ପରେ ଗାଡି ଟି ଜାତୀୟରାଜପଥ ମଝିରେ ଦିଆ ଯାଇଥିବା ଲୁହା ଡିଭାଇଡର ଉପରେ ଚଢ଼ି ଯାଇ ଓଲଟି ପଡିଥିଲା l ଦୁର୍ଘଟଣାରେ ପିକଅପ ଭ୍ୟାନ ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ କିଛି ସ୍ଥାନୀୟ ଲୋକ ଗାଡି ଭିତରୁ ଡ୍ରାଇଭର ଓ ଗାଡି ରେ ଥିବା ଅନ୍ୟ ଦୁଇ ଜଣ ଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରାଇଛନ୍ତି l ସମସ୍ତ ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାବେଳେ ମେଡିକାଲ ରେ ସେମାନଙ୍କର ଚିକିତ୍ସା ଜାରି ରହିଥିବା ବେଳେ କେଉଁ କାରଣ କୁ ନେଇ ପିକଅପ ଟି ଓଲଟିଲା ତାହା ସ୍ପଷ୍ଟ ହୋଇ ନାହିଁ l କାମାକ୍ଷାନଗରରୁ ଅସିତ୍ କୁମାର ସାହୁଙ୍କ ରିପୋର୍ଟ ଆଦର୍ଶ ପ୍ଲସ ll
![]()
