କାମାକ୍ଷାନଗର : ୧୬/୦୬/୨୫ :
ରଜସଂକ୍ରାନ୍ତି ପୂଜା ଦେଖିବାକୁ ଯାଇ ବଜ୍ରାଘାତରେ ୫ଗୁରୁତର, ରଜ ସଂକ୍ରାନ୍ତି ରେ ଅଘଟଣ l ପାହାଡ଼ ଉପରେ ଥିବା ମନ୍ଦିର କୁ ପୂଜା ଦେଖିବାକୁ ଯାଇ ବଜ୍ରାଘାତରେ ୫ଗୁରୁତର l କାମାକ୍ଷାନଗର ଥାନା ମହୁଲପାଳ ଗ୍ରାମ ନିକଟରେ ଥିବା ପାହାଡ ଉପରକୁ ଆଜି ଶତାଧିକ ଲୋକ ରଜସଂକ୍ରାନ୍ତି ଉପଲକ୍ଷେ କପାଖୁଣ୍ଟି ମନ୍ଦିରକୁ ପୂଜା ପାଇଁ ଯାଇଥିବା ବେଳେ ,ପୂଜା ସାରି ଫେରିବା ସମୟରେ ବର୍ଷା ସାଙ୍ଗକୁ ବଜ୍ରାଘାତ ହୋଇଥିଲା।ଫଳରେ ପାହାଡ ଉପରେ ଥିବା ୫ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଥିଲେ।ସେମାନଙ୍କର ଶରିର ୫୦ ଭାଗ ଅଂଶ ପୋଡି ଯାଇଥିବା ଜଣାପଡିଛି।ପାହାଡ ଉପରେ ଥିବା ଅନ୍ୟ ଲୋକ ଓ କାମାକ୍ଷାନଗର ଅଗ୍ନିଶମ ବାହିନି ସାହାର୍ଯ୍ୟରେ ସମସ୍ତ ଗୁରୁତରଙ୍କୁ ଉଧାର କରାଯାଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି।ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପାଞ୍ଚ ଗୁରୁତର ଯୁବକ ହେଲେ କାମାକ୍ଷାନଗର ବ୍ଲକ ବାରୁଆଁ ଗ୍ରାମ ର କ୍ରିଷl ଦେହୁରୀ, ବିକାଶ ପ୍ରଧାନ, ଆଦିତ୍ୟ ନାୟକ, ଜିତେନ୍ଦ୍ର ଦେହୁରୀ, ବିଶ୍ୱଜିତ ଭୂତିଆ, l ତେବେ ବଜ୍ରାଘାତ ରେ ସେମାନଙ୍କ ଶରୀର ର କେତେକାଂଶ ଅକାମି ହୋଇଥିବା ବେଳେ ଅଧିକାଂଶ ଙ୍କର ଶରୀର ପୋଡି ଯାଇଥିବା ଦେଖିବାକୁ ମିଳିଛି l
![]()
