କାମାକ୍ଷାନଗର :୧୯/୦୬/୨୫: ହଇଜା କୁ ନେଇ କାମାକ୍ଷାନଗର ସହର ରେ ଏନଏସି ତରଫରୁ ସତର୍କତା,
ଦୋକାନ ରୁ ଦୋକାନ ବୁଲି ସଚେତନତା କଲେ ଏନଏସି କର୍ତ୍ତୃପକ୍ଷ l ରାଜ୍ୟରେ ହଇଜା କୁ ନେଇ ଏକ ପ୍ରକାର ଭୟ ର ବାତାବରଣ ଦେଖାଦେଇଥିବା ବେଳେ ଦିନ କୁ ଦିନ ଝାଡାବାନ୍ତି ରେ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l କାମାକ୍ଷାନଗର ଉପଖଣ୍ଡ ଭୁବନ ଏନଏସି ଓ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ବହୁ ରୋଗୀ ଭୁବନ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି ହୋଇଥିବା ବେଳେ ଏହାକୁ ଦୃଷ୍ଟି ରେ ରଖି କାମାକ୍ଷାନଗର ଏନଏସି ତରଫରୁ ସହର ରେ ସତର୍କତା ଅବଲମ୍ବନ କରାଯାଇଛି l ଏନଏସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଦ୍ୟତ ସାହୁ ଙ୍କ ନେତୃତ୍ବ ରେ ଏନଏସି ର ଏକ ଟିମ ସହର ର ବିଭିନ୍ନ ବଜାର ରେ ଥିବା ଜଳଖିଆ ଦୋକାନ, ହୋଟେଲ, ଚାଟ ଦୋକାନ, ଗୁପଚୁପ ଷ୍ଟଲ ଓ ଫାଷ୍ଟଫୁଡ ଷ୍ଟଲ ବୁଲି ଦୋକାନୀ ମାନଙ୍କୁ ସ୍ୱଚ୍ଛ ରହିବା ପାଇଁ ପରାମର୍ଶ ଦେଇଥିବା ବେଳେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକ ଙ୍କୁ ସଚେତନତା କରାଇଛନ୍ତି l ବାହାର ଖାଦ୍ୟ ଠାରୁ ଦୁରେଇ ରହିବା ସହ ଫୁଟାପାଣି ବ୍ୟବହାର କରିବାକୁ ଏନଏସି କର୍ତ୍ତୃପକ୍ଷ ପରାମର୍ଶ ଦେଇଥିବା ବେଳେ ସମସ୍ତ ଙ୍କ ସହଯୋଗ କାମନା କରିଛନ୍ତି l ତେବେ ବର୍ତମାନ ପର୍ଯ୍ୟନ୍ତ କାମାକ୍ଷାନଗର ସହର ଓ ଏହାର ଆଖପାଖ ଅଞ୍ଚଳ ରେ ଝାଡାବାନ୍ତି ବ୍ୟାପି ନଥିବା ବେଳେ ଲୋକ ଙ୍କୁ ଅଧିକ ରୁ ଅଧିକ ସଚେତନ ରହିବା ସହ ସ୍ୱଚ୍ଛତା ଉପରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦିଆଯାଇଛି l କାମାକ୍ଷାନଗରରୁ ଅସିତ୍ କୁମାର ସାହୁଙ୍କ ରିପୋର୍ଟ ଆଦର୍ଶ ପ୍ଲସ l
![]()
