ପରଜଙ୍ଗ:୩୦/୦୫/୨୫;ବିଦ୍ୟୁତ ସରବରାହ ରେ ଅହେତୁକ ତ୍ରୁଟି ଓ ଅବହେଳା।ବିଦ୍ୟୁତ ସରବରାହ କାଟ୍ ନେଇ ରାସ୍ତାରୋକ କଲେ ଚାନ୍ଦପୁର ଉପଭୋକ୍ତା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଚାନ୍ଦପୁର ବିଦ୍ୟୁତ ସରବରାହ କାଟ୍ ନେଇ ଭାଲୁମୁଣ୍ଡା – ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି। ଅଭିଯୋଗ ମୁତାବକ ଗ୍ରାମରେ ଦୀର୍ଘ ଦଶ ଦିନ ହେବ ଅଘୋଷିତ ବିଦ୍ୟୁତ କାଟ, ମୁକୁଳା ରେ ଟ୍ରନ୍ସଫୋରମ, ବିଦ୍ୟୁତ କାଟ ନେଇ ଯନ୍ତ୍ରୀଙ୍କୁ ଫୋନ୍ କଲେ ସୁଫଳ ମିଳିନାହିଁ, ବିଦ୍ୟୁତ ବିଲ୍ ଠିକ୍ ସମୟରେ ଉପଭୋକ୍ତା ଙ୍କ ଠାରୁ ଆଦାୟ କରୁନଥିବା ପରି ଅନେକ ସମସ୍ୟା ଉପୁଜୁଥିବା ବେଳେ ବିଭାଗୀୟ ଅଧିକାରୀ ମାନେ କର୍ଣ୍ଣପାତ କରୁନଥିବା ଦାବି ନେଇ ପୂର୍ ନିର୍ଧାରଣ ଅଭିଯୋଗ କୁ ନେଇ ଗ୍ରାମର ବିଦ୍ୟୁତ ଉପଭୋକ୍ତା ମାନେ ଶୁକ୍ରବାର ସକାଳୁ ପୂର୍ତ୍ତ ବିଭାଗ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ। ଏକ ଘଣ୍ଟା ପରେ ବିକ୍ଷୋଭକାରୀ ଙ୍କ ପାଖରେ ସ୍ଥାନୀୟ ପୁଲିସ ଉପସ୍ଥିତିରେ ପରଜଙ୍ଗ ଅତିରିକ୍ତ ତହସିଲଦାର ମଦନମୋହନ ଜେନା, ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପହଞ୍ଚି ଆଲୋଚନା ହୋଇଥିଲା। ସରବରାହ ବିଦ୍ୟୁତ କାଟ ହେବ ନାହିଁ ଏବଂ ଅନ୍ୟ ସମସ୍ୟା ଗୁଡିକର ଯଥାଶୀଘ୍ର ସମାଧାନ କରାଯିବ ବୋଲି ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ପରେ ରାସ୍ତା ରୋକ ପ୍ରତ୍ୟାହୃତ ହୋଇଥିଲା ବୋଲି ସାଆନ୍ଦା ଫାଣ୍ଡି ଅଧିକାରୀ ଯଶ ପଟ୍ଟନାୟକ ସୂଚନା ଦେଇଛନ୍ତି।ପରଜଙ୍ଗରୁ ଅଶୋକ ପଣ୍ଡା ଙ୍କ ରିପୋର୍ଟ ଆଦର୍ଶ ପ୍ଲସ l
![]()
