ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ ଜାତୀୟ ବୃତି ପାଇବେ ଆଦିତ୍ରିକ୍ରିଷ୍ଣା । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ସେଣ୍ଟର୍ ଫର୍ କଲ୍ଚ୍ୟୁରାଲ୍ ରିସୋର୍ସେସ୍ ଏବଂ ପ୍ରଶିକ୍ଷଣ କେନ୍ଦ୍ରଦ୍ୱାରା ୨୦୨୩-୨୪ ବର୍ଷ ପାଇଁ ଢେଙ୍କାନାଳ ସହରର ଆଦିତ୍ରିକ୍ରିଷ୍ଣା ପଣ୍ଡା ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତରେ ଜାତୀୟ ବୃତି ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆଦିତ୍ରୀ ଭାରତ’ୟ ସଂଗୀତ ନିଳୟର ତୃତୀୟ ବର୍ଷର ଛାତ୍ରୀ ଅଟନ୍ତି। ଗୁରୁ ଶ୍ରୀ ଜାମିନି ରଞ୍ଜନ ଦାଶଙ୍କ ପାଖରେ ସଙ୍ଗୀତ ଶିକ୍ଷା ଲାଭ ଜାରି ରଖିଛନ୍ତି । ଢେଙ୍କାନାଳ ସହରସ୍ଥିତ ବାଜିଚୌକ ଠାରେ ଥିବା ହାଉସିଂବୋର୍ଡରେ ଆଦିତ୍ରିକ୍ରିଷ୍ଣା ରୁହନ୍ତି । ତାଙ୍କ ମା’ ଶିକ୍ଷୟିତ୍ରୀ ଗାୟତ୍ରୀ ପାଢ଼ି ଏବଂ ପିତା ବାଳକୃଷ୍ଣ ପଣ୍ଡା। ସେ ମହିଷାପାଟସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରୀ ଅଟନ୍ତି । ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ପାଇଁ ଜାତୀୟ ବୃତି ପାଇଥିବାରୁ ଢେଙ୍କାନାଳର ବହୁ ଅନୁଷ୍ଠାନ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିବା ଜଣାଯାଇଛି। ସୂଚନା ଥାଉକି ଆଦିତ୍ରୀ ସିଦ୍ଧାର୍ଥ ଟିଭିର ସରେଗାମାପା ରିଆଲିଟି ଶୋ ରେ ନିଜର ପ୍ରତିଭା ଦେଖାଇ ଢେଙ୍କାନାଳ ପାଇଁ ଅନେକ ଗର୍ବ ଓ ଗୌରବ ଆଣିଛନ୍ତି । ଏହି ସଫଳତା ପାଇଁ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ମହଲରୁ ଆଦିତ୍ରୀଙ୍କ ପାଇଁ ଛୁଟୁଛି ପ୍ରସଂଶାର ସୁଅ ।
ରିପୋର୍ଟ : ବିଜ୍ଞାନ ମହାନ୍ତି
![]()
