ଶିକାରୀ ଗୁଳିରେ ପ୍ରାଣ ହରାଇଲେ ଫରେଷ୍ଟର

Adarsha Plus love with social

ହିନ୍ଦୋଳ ରେଞ୍ଜ କଇ ରାଜମୋହନପୁର ସଂରକ୍ଷିତ ଜଙ୍ଗଲ ଭିତରେ ଶିକାରୀ ଗୁଳି ରେ ଜୀବନ ହାରିଲେ କାର୍ଯ୍ୟରତ ଫରେଷ୍ଟର ପ୍ରହଲ୍ଲାଦ ପ୍ରଧାନ( ମାନସ ) !
1- 4 ଶିକାରୀ ଗିରଫ, ବନ୍ଧୁକ ଜବତ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୩୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ।
2-ବେଷ୍ଟ ଫରେଷ୍ଟଗାର୍ଡ଼ ଭାବରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମିଳିଥିଲା ସମ୍ମାନ । ଗାର୍ଡ ଅଫ ଅନର ଦବା ସହିତ ସହିଦ ଘୋଷଣା କୁ ଜନସାଧାରଣ ଙ୍କ ଦାବି !
3- ହିନ୍ଦୋଳ ରୁ ଗୁରୁତର ଅବସ୍ଥାରେ ଅନୁଗୁଳ ମୁଖ୍ୟ ଡାକ୍ତରଖାନାକୁ ନେବା ବାଟରେ ପ୍ରହଲ୍ଲାଦଙ୍କର ମୃତ୍ୟୁ !
4- ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।ଏଥିସହ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିବାକୁ ପିସିସିଏଫଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୋଳ:-ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡଙ୍କୁ ଗୁଳିମାଡ଼ ।ଶିକାରୀଙ୍କ ଆଡ୍ଡା ଉପରେ ଚଢ଼ାଉ ବେଳେ ଏଭଳି ଅଘଟଣ ଘଟଥିବା ସୂଚନା ମଳିଛି । ଏହି ଘଟଣାରେ ୪ ଶିକାରୀକୁ ଗିରଫ କରାଯାଇଥିବା ବେଳେ ଗୋଟିଏ ବନ୍ଧୁକ ଜବତ କରିଛି ବନ ବିଭାଗ । ଢେଙ୍କାନାଳ ବନ ଖଣ୍ଡ ଅଧିକାରୀ ସୁମିତ କର କହିଛନ୍ତି,”ଶିକାରୀ ଆଡ୍ଡା ଉପରେ ଚଢ଼ାଉ ବେଳେ ବନ କର୍ମଚାରୀ ଓ ଶିକାରୀ ମୁହାଁମୁହିଁ ହୋଇଥିଲେ । ଉଭୟ ଧସ୍ତାଧସ୍ତି ହୋଇଥିବା ବେଳେ ଶିକାରୀଙ୍କ ଗୁଳିରେ ଜଣେ ବନ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ମୃତ ବନ କର୍ମଚାରୀ ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ କୋଇ ଫରେଷ୍ଟ ସେକ୍ସନର ଇନଚାର୍ଜ ଫରେଷ୍ଟର ପ୍ରହଲ୍ଲାଦ ପ୍ରଧାନ । ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ରାଜ ମୋହନ ପୁର ତଣ୍ଟିଚିରା ଜଙ୍ଗଲରେ ଗତ ବିଳମ୍ବିତ ରାତି (ଶୁକ୍ରବାର) ପ୍ରାୟ ସାଢ଼େ ୨ଟା ସମୟରେ ଘଟିଛି ଏହି ଅଘଟଣ । ଶିକାରୀଙ୍କ ଗୁଳିରେ ଗୁରୁତର ଅବସ୍ଥାରେ ଅନୁଗୁଳ ମୁଖ୍ୟ ଡାକ୍ତରଖାନାକୁ ନେବା ବାଟରେ ପ୍ରହଲ୍ଲାଦଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ଘର କାମାକ୍ଷାନଗର ଜିରିଡ଼ାମାଳି ଅଞ୍ଚଳରେ । ଏହି ଘଟଣାରେ ବନ ବିଭାଗ ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ଜବତ କରିବା ସହିତ ୪ଜଣଙ୍କୁ ଗିରଫ କରାଯାଇଛି । ଶିକାରୀମାନେ ଶିକାର ପାଇଁ ଯୋଜନା କରୁଥିବା ସମ୍ପର୍କରେ ସୂଚନା ମିଳିଥିଲା । ଫଳରେ ଗତ ବିଳମ୍ବିତ ରାତିରେ ହିନ୍ଦୋଳ ବନାଞ୍ଚଳ କୋଇ ଫରେଷ୍ଟ ସେକ୍ସନର ଇନଚାର୍ଜ ଫରେଷ୍ଟର ପ୍ରହଲ୍ଲାଦ ପ୍ରଧାନ ତାଙ୍କ କର୍ମଚାରୀଙ୍କୁ ନେଇ ଯାଇଥିଲେ । କଇ ଜଙ୍ଗଲର ତଣ୍ଟିଚିରା ନିକଟରେ ଥିବା ଏକ କାଜୁ ଫାର୍ମ ଉପରେ ଚଢ଼ାଉ କରିଥିବା ବେଳେ ଶିକାରୀମାନଙ୍କ ସହିତ ଧସ୍ତାଧସ୍ତି ହୋଇଥିଲେ । ଏପରିକି ଶିକାରୀ ତାଙ୍କ ଉପରକୁ ଗୁଳି ମାଡ଼ କରିଥିବାରୁ ତାଙ୍କର ମୃତ୍ୟୁ ହୋଉଥିବା ଜଣାପଡ଼ିଛି । ବିଭିନ୍ନ ସମୟରେ କାଜୁ ସଂଗ୍ରହ ଆଳରେ ନରସିଂହପୁର, ଆଠଗଡ଼ ଆଦି ବିଭିନ୍ନ ଅଞ୍ଚଳରୁ ଶିକାରୀମାନେ ଆସି ଏହି କାଜୁ ଫାର୍ମରେ ଶିକାର ପାଇଁ ଯୋଜନା କରି ବନ୍ୟଜନ୍ତୁ ଶିକାର କରିଥାନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଚାରି ପେଷାଦାର ଶିକାରୀ ଗିରଫ
ଘଟଣା ସମୟରେ ୭ରୁ ୮ ଜଣ ଶିକାରୀ ଥିବାବେଳେ ଅନ୍ୟମାନେ ଫେରାର ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।
ପ୍ରହଲ୍ଲାଦ ପ୍ରଧାନ( ମାନସ ) ଙ୍କ ଅକାଳ ବିୟୋଗ ଖବର ଶୁଣି ହିନ୍ଦୋଳ ଜନସାଧାରଣ ଦୁଃଖିତ ! ସେ ଦୀର୍ଘ ବର୍ଷ ଧରିର ନିଷ୍ଠାପର କର୍ତବ୍ୟ ଓ ନିଃସ୍ୱାର୍ଥପର ଭାବରେ ବନ ବିଭାଗ ପାଇଁ କାର୍ଯ୍ୟ କରିଥିଲେ । ତାଙ୍କର ବିୟୋଗ ଏକ ଅପୂରଣୀୟ କ୍ଷତି । କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପ୍ରହଲ୍ଲାଦ ପ୍ରଧାନଙ୍କ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ₹୩୦ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏଥିସହ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିବାକୁ ପିସିସିଏଫଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ବେଷ୍ଟ ଫରେଷ୍ଟଗାର୍ଡ଼ ଭାବରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମିଳିଥିଲା ସମ୍ମାନ । ଗାର୍ଡ ଅଫ ଅନର ଦବା ସହିତ ସହିଦ ଘୋଷଣାକୁ ଜନସାଧାରଣଙ୍କ ଦାବି କରାଯାଇଥିଲା |

ଢେଙ୍କାନାଳରୁ ବିଜ୍ଞାନ ମହାନ୍ତିଙ୍କ ରିପୋର୍ଟ ଆଦର୍ଶ ପ୍ଲସ

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!