କାମାକ୍ଷାନଗର ;୧୪/୦୫/୨୫ : କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥ ର ବାଲିସାହି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଟାୟାର ଫାଟି ରାସ୍ତାରେ ଛିଡା ହୋଇଥିବା ଏକ କୋଇଲା ବୋଝେଇ ଟ୍ରକ କୁ ପଛରୁ ପିଟିଲା ପାଉଁଶ ବୋଝେଇ ଟ୍ରକ l ଘଟଣା ସ୍ଥଳ ରେ ପାଉଁଶବୋଝେଇ ଟ୍ରକ ର ଡ୍ରାଇଭର ଙ୍କ ମୃତ୍ୟୁ l ସୂଚନା ଅନୁସାରେ ଆଜି ଭୋର ସମୟରେ କାମାକ୍ଷାନଗର ପଟୁ ଯାଜପୁର ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ ର ଟାୟାର ଫାଟିବାରୁ ଟ୍ରକ ଡ୍ରାଇଭର ଜାତୀୟ ରାଜପଥ ଉପରେ ଗାଡି କୁ ଅଟକାଇ ଛିଡା କରାଇଥିଲେ l ସେହି ସମୟରେ ଏକ ପାଉଁଶ ବୋଝେଇ ଟ୍ରକ ଦ୍ରୁତଗତି ରେ ଯାଇ ପଛରୁ ପିଟି ହୋଇଥିଲା l ପଛ ଟ୍ରକ ର ସ୍ପିଡ଼ ଏତେ ଅଧିକ ଥିଲା ଯେ କ୍ୟାବିନ ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ଚାପି ହୋଇ ଘଟଣା ସ୍ଥଳ ରେ ମୃତ୍ୟୁ ବରଣ କରିଛନ୍ତି l ସ୍ଥାନୀୟ ଲୋକ ଙ୍କ ଠାରୁ ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଗ୍ୟାସକଟର ଓ କ୍ରେନ ସାହାଯ୍ୟ ରେ ଟ୍ରକ କୁ ଅଲଗା କରି ମୃତ ଡ୍ରାଇଭର ଙ୍କ ଶରୀର କୁ ବାହାରକୁ ଆଣିବା ପାଇଁ ଚେଷ୍ଟା କରୁଛି l ତେବେ ମୃତ ଡ୍ରାଇଭର ଙ୍କ ପରିଚୟ ଜଣା ପଡିନଥିବା ବେଳେ ଭୋର ସମୟରେ ଆଖି ଲାଗିଯିବା କାରଣ ରୁ ଦୁର୍ଘଟଣା ହୋଇଥିବା ନେଇ ଅନୁମାନ କରାଯାଉଛି l କାମାକ୍ଷାନଗର ରୁ ଅସିତ୍ କୁମାର ସାହୁଙ୍କ ରିପୋର୍ଟ ଆଦର୍ଶ ପ୍ଲସ ।।
![]()
