ଏଇତ ଦୁନିଆଁ

Adarsha Plus love with social

ତାରିଖ:୧୭/୦୮/୨୪, ଶନିବାର

୧-ଆଜିଠୁ ଆଇଏମଏ ଡାକ୍ତରଙ୍କ ୨୪ ଘଣ୍ଟିଆ ଆନ୍ଦୋଳନ, ଜରୁରୀ ଚିକିତ୍ସା ଛାଡି ଅନ୍ଯ ସବୁ ସେବା ବନ୍ଦ।

୨-ଯୋଗେଶ ଖୁରାନିଆ ହେଲେ ପୁଲିସ ମହାନିର୍ଦ୍ଦେଶକ: ଅପରାଧ ନିୟନ୍ତ୍ରଣ ଓ ମହିଳା ସୁରକ୍ଷାକୁ ମିଳିବ ଅଗ୍ରାଧିକାର।

୩-ଭୁବନେଶ୍ୱର: ଜଙ୍ଗଲ ଜମି କିସମ ବଦଳାଇବାରେ ଓଡ଼ିଶା ଆଗୁଆ।ଏକ ଦଶମାଂଶ ଜମିରେ ବନୀକରଣ ଲକ୍ଷ ବାଟବଣା।

୪-ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ, ପରବର୍ତ୍ତୀ ଅଲିମ୍ପିକ୍‌ରେ ଭାରତୀୟ ହକି ଦଳ ପାଇଁ ସୁନା ପଦକ କାମନା କଲେ।

୫-ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ,୨୦ ତାରିଖ ଯାଏଁ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା।

୬-ଅଗଷ୍ଟ ୧୯ ଏବଂ ୨୬ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ।

୭-ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ସନ୍ଦିଗ୍ଧ ଘରୁ ୭ଟି ସିମ୍‌ବକ୍ସ ଠାବ ପୋଲିସ ଦ୍ବାରା ଜଣେ ଅଟକ।

୮-ବିଏମ୍‌ସି ଅଧିନକୁ ଆସିବ ଭୁବନେଶ୍ୱର ଏମ୍‌ସ କ୍ୟାମ୍ପସ, ପରିମଳ ବ୍ୟବସ୍ଥା ଭଲ ରହିବ।

୯-ମାହାଙ୍ଗାରେ ଅଭାବନୀୟ ଘଟଣା, ସ୍ୱାମୀଙ୍କୁ ନିର୍ଦ୍ଦୋଷ କହି ଥାନା ଆଗରେ ନିଜ ଦେହରେ ନିଆଁ ଲଗାଇଲେ ମହିଳା।

୧୦-ଭୁବନେଶ୍ୱର:ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର, ଶବ୍ଦଗ୍ରହଣ ପାଇଁ ମାନସ ଚୌଧୁରୀ ଶ୍ରେଷ୍ଠ।।

୧୧-କେନ୍ଦ୍ରାପଡା:ସଚ୍ଚୋଟ ମଣିଷ କଳାହାଣ୍ଡିର ଶ୍ରବଣ କୁମାର ନାଥ,ବୁଲି ଆସିଥିବା ରାସ୍ତାରୁ ପାଇ, ଫେରାଇ ଦେଲେ ୩ ଭରିର ସୁନା ଚେନ୍‌।

୧୨-ଭୁବନେଶ୍ୱର:ମେଲେରିଆ ସ୍ଥିତି ଉଦବେଗଜନକ,୭ ମାସରେ ୩୨ ହଜାର ଚିହ୍ନଟ,୪ ମୃତ।

୧୩-ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ:ଛାତ୍ରୀଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ, ପ୍ରଧାନ ଶିକ୍ଷକ ନିଲମ୍ବିତ।

୧୪-କେନ୍ଦ୍ରାପଡା:ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ର, ୫ଟି ସ୍ଥାନରେ ଚାଲିଛି ଚଢ଼ାଉ।

୧୫-ଚାଇନା ଗେମିଂ ଆପ୍‌ରେ ୪ଶହ କୋଟି ଟଙ୍କା ଠକେଇ, ଓଡ଼ିଶାରୁ ୨ଜଣଙ୍କୁ ଗିରଫ କଲା ED।

୧୬-କଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ।ଦଳରେ ଉପେକ୍ଷିତ ହେବାକୁ ନେଇ ସେ ଇସ୍ତଫା ଦେଇଥିବା କୁହାଯାଉଛି।

୧୭-ବିଧାୟକଙ୍କୁ ପ୍ରଶିକ୍ଷଣ ନେଇ ବିବାଦ ପରେ ବଦଳିଲା ନିଷ୍ପତ୍ତି । ଅତିଥି ତାଲିକାରେ ସଂଶୋଧନ ପରେ ବି ବିରୋଧୀ ନଛୋଡବନ୍ଦା ।

୧୮-ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ରିଷବ ସେଟ୍ଟୀ ଶ୍ରେଷ୍ଠ ଅଭିନେତା, ନିତ୍ୟା ମେନନ୍‌ ଓ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତ୍ରୀ।

୧୯-ଡାକ୍ତରଙ୍କୁ ଆକ୍ରମଣର ୬ ଘଣ୍ଟା ମଧ୍ୟରେ ରୁଜୁ ହେବ ଏତଲା – ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

୨୦-ମୁମ୍ବାଇ:ସାମ୍ପୋ ବୋତଲରେ ୨୦ କୋଟିର କୋକେନ, କେନିୟା ମହିଳା ଅଟକ।

୨୧-ରାଜସ୍ଥାନ:ଫୋନରେ ତିନି ତଲାକ ଦେଇ ଯୁବକ ଗିରଫ।ତିନି ତଲାକ୍ ଦେଇଥିବାରୁ ରେହମାନଙ୍କ ବିରୋଧରେ ଏତଲା ଥିଲା।

୨୨-ବାଂଲାଦେଶ ବଦଳରେ ୟୁଏଇରେ ହେବ ମହିଳା ଟି-୨୦ ବିଶ୍ବକପ୍।

୨୩-ଭାରତ ଗସ୍ତରେ ଆସିବେ ବାଂଲାଦେଶ ଅନ୍ତରୀଣ ପ୍ରଧାନମନ୍ତ୍ରୀ ମୋହମ୍ମଦ ୟୁନୁସ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!