ଉଦଘାଟନ ହେଲା ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହ

Adarsha Plus love with social

ଢେଙ୍କାନାଳ,୧୭।୨: ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଶୁଭାରମ୍ଭ ତା ୧୬l୨l୨୫ରିଖ ସନ୍ଧ୍ୟା ୬ଘଟିକା ରେ ହୋଇଯାଇଛି । ୫୦ ବର୍ଷରେ ପଦାର୍ପଣ କରିଥିବା ଅନୁଷ୍ଠାନ ର ଜୟନ୍ତୀ ସମାରୋହ ୧୬ ଓ ୧୭ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ । ଉତ୍ସବର ପ୍ରଥମ ଦିବସର ପ୍ରଥମ ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ବାଣିଜ୍ୟ ବ୍ଯବସାୟ ଦ୍ବାରା ଦେଶ ଓ ରାଜ୍ୟର ବିକାଶ ସୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଢେଙ୍କାନାଳ ରେ ନେଉଳପୋଇ ଠାରେ ୱ।ରି ଏନର୍ଜି ଓ ତାଳବରକୋଟ ଠାରେ କଲ୍ୟାଣୀ ଷ୍ଟିଲ ଭଳି କମ୍ପାନୀ କାମ ଆରମ୍ଭ ହୋଇଛି। ଯାହା ଢେଙ୍କାନାଳ ଯୁବକ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଢେଙ୍କାନାଳ କୁ ସମୃଦ୍ଧ କରିବ। ଢେଙ୍କାନାଳ ରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ମଧ୍ୟ ପ୍ରସ୍ତାବ ଚୂଡାନ୍ତ ହୋଇସାରିଥିବା ସେ ପ୍ରକାଶ କରିଥିଲେ।ସମ୍ମାନୀତ ଅତିଥି ଭାବେ ସାଂସଦ ରୁଦ୍ରନାରାୟଣ ପାଣି, ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ରାଜେନ୍ଦ୍ର କୁମାର ଦାସ, କାର୍ଯ୍ୟକାରୀ ସଭାପତି ବିନୋଦ ଅଗ୍ରୱାଲ, ଓଡ଼ିଶା ବାଣିଜ୍ୟ ପ୍ରତିଷ୍ଠାନ ର ପ୍ରତିଷ୍ଠାତା ସଦସ୍ୟ ସନ୍ତୋଷ ରଥ,ସିଏଆଇଟିର ଅଧ୍ଯକ୍ଷ ବ୍ରିଜ ମୋହନ ଅଗ୍ରୱାଲ ,ଓଡ଼ିଶା ବାଣିଜ୍ୟ ମହାସଂଘ ର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା,ଉପ ଆୟୂକ୍ତ ସେଣ୍ଟ୍ରାଲ ଜିଏସଟି ଓଡ଼ିଶା ତଥା ଢେଙ୍କାନାଳ ମାଟିର ପୁଅ ପ୍ରିତିରଞ୍ଜନ ନାଥ, ସମ୍ପାଦକ ଲୋକନାଥ ମହାପାତ୍ର, ଓଡିଶା ବାଣିଜ୍ୟ ମହାସଂଘ ର ସମ୍ପାଦକ ସୁଧାକର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥି ମାନଙ୍କ ଦ୍ବାରା ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ସମ୍ପାଦକ ଲୋକନାଥ ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସରକାର ବିଭିନ୍ନ ମଲ ଓ ଅନଲାଇନ ସପିଂ ମଲ ଗୁଡିକୁ ଯେଭଳି ସୁବିଧା ସୁଯୋଗ ଦେଉଛନ୍ତି ସେଭଳି ସାଧାରଣ ବ୍ଯବସାୟୀ ମାନଙ୍କୁ ମିଳିବା ଦରକାର ବୋଲି ସୁଧାକର ପଣ୍ଡା ମତବ୍ୟକ୍ତ କରିଥିଲେ। ବ୍ଯବସାୟୀ ମାନେ ଭାରତର ମେରୁଦଣ୍ଡ। ଢେଙ୍କାନାଳ ବାଣିଜ୍ୟ ବର୍ତମାନ ସମସ୍ତେ ସେକଥା ପାଶୋରି ଦେଉଛନ୍ତି ବୋଲି ବ୍ରିଜ ମୋହନ ଅଗ୍ରୱାଲ ମତବ୍ୟକ୍ତ କରିଥିଲେ। ସାଂସଦ ଶ୍ରୀ ପାଣି ବାଣିଜ୍ୟ ଦ୍ବାରା ଲକ୍ଷ୍ମୀ ଆସିଥାନ୍ତି ବୋଲି ମତବ୍ୟକ୍ତ କରିବା ସହ ବାଣିଜ୍ୟ ସଂଘ ତଥା ଢେଙ୍କାନାଳରେ ଥିବା ବିଭିନ୍ନ ସମସ୍ଯାବଳୀର ସମାଧାନ ପାଇଁ ସରକାର ଙ୍କ ଦ୍ବାରା ଚେଷ୍ଟା ଜାରି ରହିଛି ଏବଂ ତାଙ୍କ ଦ୍ବାରା ଯାହା ସହଯୋଗ ଦରକାର ସେ ନିଶ୍ଚୟ ପାଳନ କରିବେ ବୋଲି ପ୍ରତିଶ୍ରୁତି ରଖିଥିଲେ। । ସଭାପତି ରାଜେନ୍ଦ୍ର କୁମାର ଦାସ ସଭାପତି ଅଭିଭାଷଣ ରଖିବା ସହ ଧନ୍ୟବାଦ ଦେଇଥିଲେ। ପରେ ବିଭିନ୍ନ ବିଶିଷ୍ଟ ସଦସ୍ୟ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଣ୍ଠଶିଳ୍ପୀ ନାସିର,ମାନସ ପ୍ରିତମ ଓ ଯଜ୍ଞାସେନି ଙ୍କ ଗୀତରେ ଦର୍ଶକ ବିଭୋର ହୋଇ ପ୍ରଶଂସା କରିଥିଲେ l ସତ୍ୟନାରାୟଣ କର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ରାଜକିଶୋର ବେହେରା ଧନ୍ୟବାଦ ଦେଇଥିଲେ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!