ଏଇତ ଦୁନିଆଁ

Adarsha Plus love with social

ତାରିଖ:୨୩/୦୪/୨୫, ବୁଧବାର

୧-ଭୁବନେଶ୍ୱର : ଜଳୁଛି ସାରା ଓଡିଶା । ଡେଉଁଛି ପାରଦ । କଲବଲ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି,୨୬ ତାରିଖ ଯାଏ ହିଟୱେଭ ୱାର୍ଣ୍ଣିଂ ଜାରି।

୨-ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆଙ୍କ ଚମକ।ରୀତିକା ରଥ ୪୮ତମ ସ୍ଥାନରେ,୯୫ତମ ସ୍ଥାନରେ ଅଛନ୍ତି ଦେବିକା ପ୍ରିୟଦର୍ଶିନୀ।

୩-ଆଜି ଠାରୁ ରାଜ୍ୟରେ ସବୁ ସ୍କୁଲ କଲେଜ ବନ୍ଦ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ।ରାଜ୍ୟର ସବୁ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ ।

୪-ପଞ୍ଚାୟତିରାଜ ଦିବସ ଅବସରରେ ଏପ୍ରିଲ ୨୪ରେ ରାଜ୍ୟବାସୀଙ୍କୁ ମିଳିବ ନୂଆ ରାସନ କାର୍ଡ।

୫-ଆଜି ବନକଲାଗି ନୀତି: ଅପରାହ୍ନ ୫ରୁ ରାତି ୧୦ ଯାଏଁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ।

୬-କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ପୁରୁଣା ଓଟି ରୁମ୍।

୭-ଭୁବନେଶ୍ୱର:ମିଶନ ଶକ୍ତି ପୁନର୍ଗଠନ ନିଶ୍ଚିତ ହେବ, କିଛି ସମୟ ବିଳମ୍ବ ହେଇପାରେ : ଉପ ମୁଖ୍ୟମନ୍ତ୍ରୀ

୮-ଗଞ୍ଜାମ ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍: ରାଜ୍ଯ ଓ ରାଜ୍ୟ ବାହାରୁ ୨୮ ଶିଶୁ ଉଦ୍ଧାର।

୯-କୋଟିଆରେ ହେବ ଗ୍ରାମ ପଞ୍ଚାୟତ, ସ୍ଥିତି ଅନୁଧ୍ୟାନ ପାଇଁ ଗଠିତ ହେବ ‘କମିଟି’।

୧୦-ମାର୍ଶାଘାଇ:ସ୍ତ୍ରୀକୁ ଶାରୀରିକ ନିର୍ଯାତନା ମାମଲା, ସ୍ୱାମୀକୁ ୩ ବର୍ଷ ୬ ମାସ କାରାଦଣ୍ଡ।

୧୧-ଏପ୍ରିଲ୍‌ ୩୦ରୁ ଭୁବନେଶ୍ୱରରେ ୱିମେନ୍ସ ବିଜନେସ୍ ମେଳା ୨.୦; ମେଳା ବୁଲିବେ, ବ୍ୟବସାୟର ମନ୍ତ୍ର ଶିଖିବେ ମହିଳା।

୧୩-୨ ପୋଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ଘଟଣା, ଆତ୍ମୀୟଙ୍କ ପାଇଁ ଅନୁକମ୍ପା ମୂଳକ ସହାୟତା ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୧୪-ଉତ୍ତର ପ୍ରଦେଶର ପ୍ରୟାଗରାଜର ବାସିନ୍ଦା ଶକ୍ତି ଦୁବେ, UPSC ଅଲ୍ ଇଣ୍ଡିଆ ରାଙ୍କ-୧ ସହିତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

୧୫-ଗ୍ରାହକଙ୍କୁ ବଡ଼ ଝଟକା, ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର, ୧୦ ଗ୍ରାମ ସୁନାରେ ଜିଏସଟି ମିଶି ଲକ୍ଷେ ପାର୍।

୧୬-୪ ମାସରେ ନୂଆ ଇପିଏଫଓ ସଦସ୍ୟଙ୍କ ସଂଖ୍ୟା ସବୁଠାରୁ କମ୍‌; ବାର୍ଷିକ ଆଧାରରେ ମହିଳାଙ୍କ ସଂଖ୍ୟା ୧.୨୬% ବୃଦ୍ଧି।

୧୭-IPL:କେଏଲ ରାହୁଲ ଓ ପୋରେଲଙ୍କ ଆଗରେ ଲକ୍ଷ୍ନୌ ଧରାଶାୟୀ, ୮ ଓ୍ଵିକେଟ୍‌ରେ ଜିତିଲା ଦିଲ୍ଲୀ।

୧୮-ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବଡ଼ଧରଣର ଆକ୍ରମଣ । ତୀର୍ଥଯାତ୍ରୀଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା,୨୭ ମୃତ ,ଅନେକ ଆହତ।

୧୯-ସାଉଥ୍‌ ସୁପରଷ୍ଟାର ମହେଶ ବାବୁଙ୍କୁ EDର ସମନ, ଅର୍ଥ ହେରଫେର୍‌ ମାମଲାରେ କରାଯିବ ଜେରା

୨୦-ଜମ୍ମୁ-କଶ୍ମୀର ଆତଙ୍କୀ ଆକ୍ରମଣ – ହେଲ୍ପଲାଇନ୍ ନମ୍ବର ଜାରି:୦୧୯୩୨୨୨୨୩୩୭, ୭୭୮୦୮୮୫୭୫୯, ୯୬୯୭୯୮୨୫୨୭ ଏବଂ ୬୦୦୬୩୬୫୨୪୫।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!