ତାରିଖ:୦୩/୦୮/୨୪, ଶନିବାର
୧-ଓ୍ବାୟନାଡ: ତାଣ୍ଡବର ଚାରି ଦିନ ପରେ ୪ ଜୀବନ୍ତ ଉଦ୍ଧାର,୩୦୮ ମୃତ୍ୟୁ,୨୦୦ରୁ ଅଧିକ ନିଖୋଜ।
୨-ହିମାଚଳ, ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ,୩୩ ମୃତ, ସେନା ମୁତୟନ, କେଦାରନାଥ ଯାତ୍ରା ସ୍ଥଗିତ।
୩-ଭୁବନେଶ୍ୱର: ପରବର୍ତ୍ତୀ ପୋଲିସ ଡିଜି ହୋଇପାରନ୍ତି ଆଇପିଏସ ୱାଇବି ଖୁରାନିଆ, କ୍ୟାଡର ରାଜ୍ୟକୁ ଫେରିବାକୁ ମିଳିଲା ଅନୁମତି।
୪-କଟକ: ଗୋଟିଏ ଦିନରେ ଏକାଧିକ ପରୀକ୍ଷା,ଓଟିଇଟି ପରୀକ୍ଷାକୁ ନେଇ ଚିନ୍ତାରେ ଆଶାୟୀ।
୫-ଆସନ୍ତା ୫ ତାରିଖରେ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ।
୬-ଓଡ଼ିଶାରେ ସାମଗ୍ରୀ ଓ ସେବା କର-ଜିଏସଟି ସଂଗ୍ରହ ୨୪.୯୮% ବୃଦ୍ଧି।
୭-ଗୋପାଳପୁର: ଭୁବନେଶ୍ୱର-ବ୍ରହ୍ମପୁର ଓ ବ୍ରହ୍ମପୁର-ଭୁବନେଶ୍ୱର ବିମାନ ସେବା ଚଳିତ ମାସରୁ ବନ୍ଦ ରହିବ।
୮-ଲାଞ୍ଜିଗଡ:ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରକାରୀ ଅନୁଦାନରୁ ବଞ୍ଚିତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ।
୯-ମୟୂରଭଞ୍ଜରେ ମାଟ୍ରିକ ପରୀକ୍ଷାରେ ଅଧିକ ସଫଳତା ପାଇଁ ଜିଲ୍ଲା ପ୍ରଶାସନ ଏକ ଅଭିନବ ପ୍ରୟାସ: ମେଧାବୀ ମୟୂରଭଞ୍ଜ।
୧୦-ନୟାଗଡ଼,ମାଛିପଡା ବିଦ୍ୟାଳୟ: ଅଣଛାତ୍ରଙ୍କ ମାଡ଼ରେ ସ୍କୁଲ ଶିକ୍ଷକ ଓ ୨ ଛାତ୍ର ଆହତ, ଥାନାରେ ଲିଖିତ ଅଭିଯୋଗ କଲେ ପ୍ରଧାନ ଶିକ୍ଷକ।
୧୧-ନେହେରୁବଙ୍ଗଳା ମହାନଦୀ ମୁହାଣରେ ଭାସିଗଲା ବୋଟ୍, ୭ରୁ ୮ଜଣ ମତ୍ସ୍ୟଜୀବୀ ଥିବା ସୂଚନା।
୧୨-ଖୁବଶୀଘ୍ର ନଂ୧ର ମୁକୁଟ ହରାଇବେ ମୁକେଶ ଅମ୍ବାନୀ!ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ତାଙ୍କର ଅତି ନିକଟତର ହେଉଛନ୍ତି।
୧୩-୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୬୯ କୋଟିରୁ ଅଧିକ ଆଇଟିଆର ଯାଞ୍ଚ ଶେଷ।
୧୪-SSCରେ ପୂରଣ ହେବ ଷ୍ଟେନୋଗ୍ରାଫର୍ ପଦବୀ; ସୁଯୋଗ ନେବେ ଦ୍ୱାଦଶ ପିଲା।ଏହି ନିଯୁକ୍ତି ମାଧ୍ୟମରେ ୨୦୦୦ରୁ ଅଧିକ ପଦବୀ ପୂରଣ ହେବ।
୧୫-ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପର୍ବତାରୋହୀ ବିଭାରାଣୀ, ମାଉଣ୍ଟ ଏଲ୍ବ୍ରସ୍ ଆରୋହଣ ପାଇଁ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ।
୧୬-ଅଲିମ୍ପିକ୍ସରେ ହ୍ୟାଟ୍ରିକ୍ ମେଡାଲ ଆଣିବେ ମନୁ ! ପୁଣି ୨୫ ମିଟର ଏୟାର ପିସ୍ତଲ ଫାଇନାଲରେ କଲେ ପ୍ରବେଶ।
୧୭-ଜୁଲାଇରେ ବଢ଼ିଛି ପେଟ୍ରୋଲ ଡିଜେଲର ବିକ୍ରି, ରୋଷେଇ ଗ୍ୟାସରେ ବି ୫ ପ୍ରତିଶତ ବୃଦ୍ଧି।
୧୮-୫୨ ବର୍ଷ ପରେ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇ ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ।
୧୯-ପ୍ୟାରିସ୍ ଅଲିମ୍ପିକ୍ସରେ ଇତିହାସ ରଚିଲେ ଲକ୍ଷ୍ୟ ସେନ୍, ସେମିଫାଇନାଲରେ ପହଞ୍ଚିବାରେ ଭାରତର ପ୍ରଥମ ପୁରୁଷ ସଟ୍ଲର୍
୨୦-କଲମ୍ବୋ: ଭାରତ -ଶ୍ରୀଲଙ୍କା ପ୍ରଥମ ଦିନିକିଆ ଟାଇରେ ଶେଷ।
![]()
