ଢେଙ୍କାନାଳ : ୩୧/୦୩: ବେକାରୀ ଯୁବକ ଯୁବତୀଙ୍କ ପାଇଁ ଆସିଲା ବଡ଼ ଖବର
ଗୃହରକ୍ଷୀ ପାଇଁ ବାହାରିଲା ନିଯୁକ୍ତି
ଢେଙ୍କାନାଳ ରେ ମଧ୍ୟ ଗୃହରକ୍ଷୀ ପାଇଁ ବାହାରିଲା ନିଯୁକ୍ତି
ଜଣାନ୍ତୁ କେତେ ପଦବୀ ଓ କଣ ରହିଛି ନିୟମ
କେଉଁମାନେ ଯୋଗ୍ୟ ଓ କେଉଁମାନେ ବାଦ ପଡିବେ ଏହି ପଦବୀରୁ
ଦର୍ଶକ ବନ୍ଧୁ ଢେଙ୍କାନାଳ ଜିଲ୍ଲା ଗୃହରକ୍ଷୀ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଏକ ନିଯୁକ୍ତି ସୂଚନା ପ୍ରକାଶ ପାଇଛି । ଯେଉଁଥିରେ ଢେଙ୍କାନାଳ ଜିଲ୍ଲାରେ ୧୨ ଗୋଟି ପଦବୀ ପାଇଁ ଆରମ୍ଭ ହୋଇଛି ଚୟନ କାର୍ଯ୍ୟକ୍ରମ । ଆସନ୍ତା ଅପ୍ରେଲ ୩ ତାରିଖ ଠାରୁ ଏଥିପାଇଁ ଆବେଦନ ଆରମ୍ଭ ହେଉଥିବା ବେଳେ ଅପ୍ରେଲ ୧୮ ତାରିଖରେ ଏହା ଶେଷ ହେବ । ଜିଲ୍ଲା କାର୍ଯ୍ୟଳୟ ଠାରେ ତା-୦୩.୦୪.୨୦୨୫ ଠାରୁ ତା-୧୮.୦୪.୨୦୨୫ ରିଖ ସୁଦ୍ଧା ଆବେଦନ ଫର୍ମ ଦାଖଲ କରିବାକୁ ପଡିବ । ନିଯୁକ୍ତି ପ୍ରକ୍ରିୟା କେଉଁଠାରେ ଏବଂ କେବେ ଅନୁଷ୍ଠିତ ହେବ ଏବଂ ଆବେଦନ ଫର୍ମ ଆବେଦନକାରୀମାନେ ନିକଟସ୍ଥ ଥାନା ଏବଂ ସମଦେଷ୍ଟା ଗୃହରକ୍ଷୀ କାର୍ଯ୍ୟଳୟରୁ ବୁଝି ପାରିବେ । କମ୍ପୁଟର (ଡାଟା ଏଣ୍ଟ୍ରି ଅପରେଟର), ବାହନ ଚାଳକ, ବିଦ୍ୟୁତ ମିସ୍ତ୍ରୀ, ବଢେଇ, ରାଜମିସ୍ତ୍ରୀ, ପାଇପ ମିସ୍ତ୍ରୀ, ରୋଷେୟା, ଭଣ୍ଡାରି, ଧୋବୀ, ସଫେଇ ଇତ୍ୟାଦି ଦକ୍ଷତାରେ ଜ୍ଞାନ ଏବଂ ବ୍ୟବହାରିକ ଅଭିଜ୍ଞତା ଥିବା ଆବେଦନକାରୀ ମାନଙ୍କୁ ଅଗ୍ରାଧିକାର ଦିଆଯିବ । ପଞ୍ଜୀକୃତ ବ୍ୟକ୍ତି ସେମାନଙ୍କର ସେବା ପ୍ରଦାନ କରିବା ପାଇଁ ଡ୍ୟୁଟି କଲ ଭତ୍ତା (DCA ) ଭାବରେ ପ୍ରତିଦିନ ସରକାରଙ୍କ ନିର୍ଦ୍ଧାରିତ ଭତ୍ତା ପାଇବେ । ଯଦି ଆବେଦନକାରୀଙ୍କ ସଂଖ୍ୟା ଉପଲବ୍ଧ ଖାଲି ପଦବୀ ଠାରୁ ଅଧିକ ହୁଏ, ତେବେ ଆବେଦନକାରୀଙ୍କୁ ଚୟନ ପରୀକ୍ଷା/ ସାକ୍ଷାତକାରର ସମ୍ମୁଖୀନ ହେବାକୁ ପଡିବ । ନିଯୁକ୍ତି, ଶୃଙ୍ଖଳା, ବହିଷ୍କାର ଏବଂ ଅନ୍ୟାନ୍ୟ ନିୟମ ଏବଂ ସର୍ଭାବଳୀ ଓଡିଶା ଗୃହରକ୍ଷୀ ଆଇନ ୧୯୬୧ ଏବଂ ଓଡିଶା ଗୃହରକ୍ଷୀ ନିୟମ ୧୯୬୨ ଏବଂ Circular Order No- ୦୧/୨୦୨୫ ଦ୍ବାରା ନିୟନ୍ତ୍ରିତ ହେବ ।
ଆବେଦନ କରିବା ପାଇଁ ଆବେଦନକରିଙ୍କ ନିମ୍ନଲିଖିତ ଯୋଗ୍ୟତା ଥିବା ଆବଶ୍ୟକ ।
- ଆବେଦନକାରୀ ଜିଲ୍ଲାର ଜଣେ ସ୍ଥାୟୀ ବାସିନ୍ଦା ହେଇଥିବେ ।
- ବୟସ ୦୧.୦୧.୨୦୨୫ ସୁଦ୍ଧା ୨୦ ବର୍ଷ ରୁ କମ କିମ୍ବା ୬୦ ବର୍ଷ ରୁ ଊର୍ଦ୍ଧ୍ଵ ହୋଇନଥିବ ।
- ଆବେଦନକାରୀ ୫ମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ ।
- ଆବେଦନକାରୀ ଓଡିଆ ଭାଷା ପଢି, ଲେଖ୍ ଓ କହି ପାରୁଥିବେ ।
- ଆବେଦନକାରୀ ଜଣେ ଭଲ ନୈତିକ ଚରିତ୍ରର ଅଧିକାରୀ ହୋଇଥିବେ ଏବଂ ସେ କୌଣସି ଫୌଜଦାରି ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହୋଇନଥିବେ ।
- ଆବେଦନକାରୀ ଜଣେ ସୁସ୍ଥ ଏବଂ ସ୍ବାସ୍ଥ୍ୟବାନ ଶରୀରର ଅଧିକାରୀ ହୋଇଥିବେ ଏବଂ ତାଙ୍କର କୌଣସି ଜଟିଳ ଶାରୀରିକ ସମସ୍ୟା ନଥିବ ।
![]()
