ତା ୨୭/୦୯/୨୦୨୪ ରିଖ ଶୁକ୍ରବାର ଦିନ ଢେଙ୍କାନାଳ ପୋଲିସ ଲାଇନରେ କେଶବ ନାୟକଙ୍କ (ସିଏସସି) ଜନ ସେବା କେନ୍ଦ୍ରର ଉଦଘାଟନ ହେଇଯାଇଛି । ଏହା ଏକ ମହତ୍ତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ, ଆଜି ଏହି ଜନ ସେବା କେନ୍ଦ୍ର ମିଳିତ ଭାବେ ଡିଇ ଜି.ଏମ୍ ଶ୍ରୀ ନଚିକେତା ସାହୁ, ଅବସରପ୍ରାପ୍ତ ସିଡିଏଓ ଏବଂ ଡିଡିଏ ଆତ୍ମା ଶ୍ରୀ ଜ୍ୟୋତି ରଂଜନ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ସି.ଏସ୍.ସି ଜିଲ୍ଲା ପରିଚାଳକ ଉପସ୍ଥିତ ଥିଲେ।ଶ୍ରୀ ଜ୍ୟୋତି ରଂଜନ ପଟ୍ଟନାୟକ ତାଙ୍କ ବିବୃତ୍ତିରେ କହିଛନ୍ତି : -ଏହି (ସି.ଏସ.ସି) ବା ଜନ ସେବା କେନ୍ଦ୍ରଗୁଡିକ ଗ୍ରାମ ସ୍ତରର ଉଦ୍ୟୋଗୀ (VLEs) ଦ୍ୱାରା ପରିଚାଳିତ, ଯେଉଁମାନେ ସମ୍ପ୍ରଦାୟକୁ ସମସ୍ତ ପ୍ରକାର ସେବା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି |ତେଣୁ ଅନେକ ଶୁଭେଚ୍ଛା । ସେହିପରି ଶ୍ରୀ ନଚିକେତା ସାହୁ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ : ପୁଣିଥରେ, ନୂତନ ସିଏସସି, ଜନ ସେବା କେନ୍ଦ୍ରର ଉଦଘାଟନ ପାଇଁ ଅଭିନନ୍ଦନ । ଏହା ନିଶ୍ଚିତ ଭାବରେ ଢେଙ୍କାନାଳର ଜନସାଧାରଣ ଙ୍କୁ ଉପକୃତ କରିବ । ଲୋକମାନେ ସମସ୍ତ ସରକାରୀ ଏବଂ ବ୍ୟବସାୟୀକ ସେବାର ଲାଭ ପାଇବେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରୀ ଯୋଜନାର ଆବେଦନ ଏବଂ ଅନ୍ୟାନ୍ୟ ୩୦୦ରୁ ଉର୍ଦ୍ଧ ନାଗରିକ ସେବା ଏଠାରେ ସ୍ୱତନ୍ତ୍ର ଭାବରେ ଉପଲବ୍ଧ ହେବ ଏବଂ ଶେଷରେ ଶ୍ରୀ ପ୍ରଭଜନ ସାହୁ (ଜିଲ୍ଲା ପରିଚାଳକ, ସି.ଏସ.ସି ଢେଙ୍କାନାଳ ) ଙ୍କ ଦ୍ୱାରା ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏବଂ VLE କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି |
![]()
