ଏଇତ ଦୁନିଆଁ

Adarsha Plus love with social

ତାରିଖ ୦୭/୦୫/୨୪, ମଙ୍ଗଳବାର

୧-ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ ଓ ଦ୍ୱାଦଶ ରେଜଲ୍ଟ,ଦଶମରେ ୯୯. ୪୭ ଏବଂ ଦ୍ୱାଦଶରେ ୯୮.୧୯ ପ୍ରତିଶତ ପାସ୍ ହାର ରହିଛି।

୨-ବଦଳିଲା ପାଣିପାଗ : ଖରା ଓ ତାତିରୁ ମିଳିଲା ଆଶ୍ୱସ୍ତି।ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି।

୩-ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମେ ୧୩ରେ,୨୮ ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ୨୪୩ ଜଣ ପ୍ରାର୍ଥୀ।

୪-କଟକ: ସରକାରୀ ଡାକ୍ତରଙ୍କୁ ଘରୋଇ ଚିକିସ୍ଛା ବନ୍ଦ ମାମଲା -ଜବାବ ଦାଖଲ ଲାଗି ସମୟ ନେଲେ ରାଜ୍ୟ ସରକାର।

୫-ଭବାନୀପାଟଣା:ବିଭିନ୍ନ ଡକାୟତି ଘଟଣାରେ ୧୨ ଡକାୟତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ, ୨୦ ହଜାର ଜୋରିମାନା।

୬-କେନ୍ଦ୍ରାପଡ଼ା: ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ, ଅସନ୍ତୁଷ୍ଟ ବିଜେଡ଼ି ଓ ବିଜେପି ନେତାଙ୍କ ଉପରେ ନିଜର।

୭-ଖୋର୍ଦ୍ଧା: ଭୁବନେଶ୍ୱରରେ ୧୭ ସଂସଦ ପ୍ରାର୍ଥୀ,୯ ତାରିଖ ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ଦିନ।

୮-ଭୁବନେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ,କାଳ ବୈଶାଖୀ ଯୋଗୁଁ ଡାଇଭର୍ଟ ହୋଇଥିଲା ହେଲିକପ୍ଟର।

୯-ପଶ୍ଚିମ ଓଡିଶାରେ କମୁନି ତାତି ୪୪.୫ ଡିଗ୍ରୀ ସହ ବଲାଙ୍ଗୀର ସବୁଠୁ ଉତ୍ତପ୍ତ।୧୦-ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରତ୍ଯକ ବ୍ଲକରେ କଡାକଡି ଚେକିଂ ଆରମ୍ଭ।

୧୧-୪ ଜୁନ୍ ବିଜେଡ଼ି ସରକାରର ଏକ୍ସପାଏରି ଡେଟ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

୧୨-‘୯ ଜୁନ୍‌ରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ’: ଭିକେ ପାଣ୍ଡିଆନ

୧୩-ଅରୁନ୍ଧତୀ ଦେବୀ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ: ସମୀର ଦାସ ହେଲେ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ।

୧୪-ବିଜେପିର ଡବଲ ଇଞ୍ଜିନ ସରକାର ଗଢିବା ଦୃଢୋକ୍ତିକୁ ଦିବା ସ୍ୱପ୍ନ କହିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୧୫-ମା’ ତାରିଣୀଙ୍କ ଆର୍ଶୀବାଦ ନେଲେ: ଘଷିପୁରା ଆସନରୁ ନାମାଙ୍କନ ଭରିଲେ ସୌମ୍ୟରଞ୍ଜନ ପଟ୍ଟନାୟକ।

୧୬-ଦେଶରେ ଆଜି ୩ୟ ପର୍ଯ୍ୟାୟ ନିର୍ବାଚନ: ୯୨ ଆସନରେ ହେବ ଭୋଟିଂ, ଭୋଟ୍ ଦେବେ ପ୍ରଧାନମନ୍ତ୍ରୀ ମୋଦୀ।

୧୭-IPL:ସୂର୍ଯ୍ୟଙ୍କ ବିସ୍ଫୋରକ ଶତକରେ ଧରାଶାୟୀ ହାଇଦ୍ରାବାଦ, ୭ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ।

୧୮-ନୂଆ ଦିଲ୍ଲୀ:ଭୋଟରଙ୍କୁ ମାଗଣା ଯାତ୍ରା ଯୋଗାଇ ଦେବ ରାପିଡୋ।

୧୯-ନୂଆ ଦିଲ୍ଲୀ: ଝାଡ଼ଖଣ୍ଡ ମନ୍ତ୍ରୀଙ୍କ ସହାୟକ ଘରୁ ୩୦ କୋଟି ଜବତ।

୨୦-ମଧ୍ୟପ୍ରଦେଶର ଜବଲପୁରରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା,ଟ୍ରାକ୍ଟର ଓଲଟି ୫ ମୃତ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!