ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ଉଦଯାପନୀ ସମାରୋହ

Adarsha Plus love with social

ଢେଙ୍କାନାଳ,୧୮।୨ : ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପନ ହୋଇଯାଇଛି। ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ସମ୍ମାନିତ ଅତିଥି ଭାବେ ପୈ।ରାଧ୍ଯକ୍ଷା ଜୟନ୍ତୀ ପାତ୍ର, ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର,ମିଳିତ ପୂଜା ବଜାର କମିଟି ସଭାପତି ରାମଚନ୍ଦ୍ର ପାତ୍ର, ଜିଲ୍ଲା ଓକିଲ ସଂଘ ର ସଭାପତି ସଞ୍ଜୟ କୁମାର ମିଶ୍ର,ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ର ଉପଦେଷ୍ଟା ଶରତ ଚନ୍ଦ୍ର ପାଢୀ , ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସଭାପତି ରାଜେନ୍ଦ୍ର କୁମାର ଦାସ, ସୁବର୍ଣ୍ଣ ଜୟନ୍ତୀ କମିଟି ଅଧ୍ୟକ୍ଷ ତଥା କାର୍ଯ୍ୟକାରୀ ସଭାପତି ବିନୋଦ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ ।       ଵିନୋଦ ଅଗ୍ରୱାଲ ସ୍ବାଗତ ଅଭିଭାଷଣ ରଖିଥିଲେ। ଶରତ ଚନ୍ଦ ପାଢୀ ସଂଘ ର ପ୍ରତିଷ୍ଠା ଓ କାର୍ଯ୍ୟକ୍ରମ ତଥା ସଂଘର୍ଷମୟ ଆରୋହଣ ସମ୍ପର୍କରେ ଅବଗତ କରିଥିଲେ। ନବୀନ ଚନ୍ଦ୍ର ନାରାୟଣ ଦାସ କିଛି ସ୍ବେଛାଚାରୀ ସଂଗଠନ ର ମୁକାବିଲା କରିବା ପାଇଁ ଏହି ବ୍ଯବସାୟୀ ସଂଘ ବା ବାଣିଜ୍ୟ ପ୍ରତିଷ୍ଠାନ ଆରମ୍ଭ ହୋଇଥିଲା ବୋଲି ପ୍ରକାଶ କରିବା ସହ ପ୍ରତିଷ୍ଠାନ ର ଉନ୍ନତି କାମନା କରିଥିଲେ। ସଞ୍ଜୟ କୁମାର ମିଶ୍ର ସମସ୍ତ ବ୍ୟବସାୟୀ ମାନଙ୍କ ଭିତରେ ସଦଭାବନା ଓ ଭାଇଚାରା ସୃଷ୍ଟି କରିବା ପାଇଁ ଏଭଳି ପ୍ରତିଷ୍ଠାନ ଆରମ୍ଭ କରାଯାଇଥିଲା ବୋଲି କହିବା ସହ ବ୍ଯବସାୟୀ ମାନେ ଦେଶର ଅର୍ଥନୀତି ବିକାଶ ରେ ମୁଖ୍ୟ ଭୂମିକା ରଖିଥାନ୍ତି ଏଥିସହ ବ୍ଯବସାୟୀ ମାନେ ନିଜର ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ମଧ୍ୟ ସଚେତନ ରହିବା ସହ ପ୍ରଶାସନ ମଧ୍ୟ ସେମାନଙ୍କୁ ସହଯୋଗ କରିବା ଉଚିତ୍ବୋଲି ମତବ୍ୟକ୍ତ କରିଥିଲେ। ରାମଚନ୍ଦ୍ର ପାତ୍ର ଢେଙ୍କାନାଳ ବ୍ୟବସାୟ ଓ ବ୍ଯବସାୟୀ ମାନଙ୍କର ଢେଙ୍କାନାଳ କୁ ସମୃଦ୍ଧ କରିବା ପଛରେ ଥିବା ଭୂମିକା ସମ୍ପର୍କରେ ଅବଗତ କରିଥିଲେ।ଜୟନ୍ତୀ ପାତ୍ର ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଜିଲ୍ଲା ର ପ୍ରତ୍ୟେକ କାର୍ଯ୍ୟକ୍ରମ ରେ ପୈ।ରପାଳିକା କୁ ସହଯୋଗ ରଖିଥାନ୍ତି ବୋଲି ପ୍ରକାଶ କରିଥିଲେ। ଅଭିନବ ସୋନକର ବାଣିଜ୍ୟ ପ୍ରତିଷ୍ଠାନ ସହ ତାଙ୍କର ଜିଲ୍ଲା କୁ ଆସିବା ଦିନ ରୁ ହଁ ସମ୍ପର୍କ ରହିଛି। ବ୍ଯବସାୟ ବାଣିଜ୍ୟ ସହିତ ସଂଗଠନର ସାମାଜିକ ଦାୟିତ୍ୱବୋଧ ମଧ୍ୟ ରହିଛି ଏବଂ ଏହା ଆଗକୁ ଏହିଭଳି ରହୁ ବୋଲି ସେ ଆଶା ପ୍ରକଟ କରିଥିଲେ। ସୋମେଶ କୁମାର ଉପାଧ୍ୟାୟ ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ସୁନ୍ଦର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସାମାଜିକ ସଂଗଠନ ଦାୟିତ୍ୱ ସେମାନେ ଭଲଭାବରେ ନିଭାଇଛନ୍ତି। ଢେଙ୍କାନାଳ ଜିଲ୍ଲା ଶିଳ୍ପ ପାଇଁ ସବୁଠୁ ବଢିଆ ଜିଲ୍ଲା। ଜିଲ୍ଲାରେ ଦୁଇଟି ବଡ ଶିଳ୍ପ ୱ।ରି ଓ କଲ୍ୟାଣୀ ହେଉଛି। ଯେଉଁ ଥିରେ ହଜାର ହଜାର ଯୁବଗୋଷ୍ଠୀ ନିଯୁକ୍ତି ପାଇବେ। ଏଭଳି ଶିଳ୍ପ ପ୍ରତିଷ୍ଠା ହେଲା ପରେ ଢେଙ୍କାନାଳ ତଥା ଜିଲ୍ଲା ବାଣିଜ୍ୟ ପ୍ରତିଷ୍ଠାନ ମଧ୍ୟ ଆହୁରି ଆଗକୁ ବଢିବ ବୋଲି ସେ କହିଥିଲେ । ରାଜେନ୍ଦ୍ର ଦାସ ସଭାପତି ଅଭିଭାଷଣ ରଖିବା ସହ ସରକାର ବ୍ଯବସାୟୀ ମାନଙ୍କ ପାଇଁ ଇନକମ ଟାକ୍ସ ଓ ଜିଏସଟି ଆଦିରେ ସରଳୀକରଣ କରିବା ନେଇ ଆଶା ପ୍ରକଟ କରିବା ସହ ଏଥିଲାଗି ପ୍ରତିଷ୍ଠାନ ର ସଂଘର୍ଷ ଜାରି ରହିବ ବୋଲି ମତବ୍ୟକ୍ତ କରିଥିଲେ। ପରେ ପ୍ରତିଷ୍ଠାନ ର ଦିଵଂଗତ ବରିଷ୍ଠ ସଦସ୍ୟ ମାନଙ୍କ ପରିବାର ଵର୍ଗ ଙ୍କୁ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥି ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସ୍ମାରକୀ ପ୍ରଦାନ କରାଯାଇଥିଲା। ସତ୍ୟନାରାୟଣ କର ଓ ସେଫାଳୀ  କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସ୍ବରତୀର୍ଥ ଅନୁଷ୍ଠାନ ର କଳାକାର ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ନିରଦାନନ୍ଦ ନନ୍ଦ ଧନ୍ୟବାଦ ଦେଇଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ କଳାକାର ଯଥା ସଚିନ୍ ଓ ସୋନମ୍ର ଙ୍କ ଗୀତରେ ଦର୍ଶକ ବିଭୋର ହୋଇଥିଲେ ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!