*ଚାଷୀ ମାନଙ୍କ ଆୟ ବୃଦ୍ଧି ପାଇଁ କୃଷକ ଉତ୍ପାଦକ ସଂଗଠନ ମାନଙ୍କ ତାଲିମ ଶିବିର*

Adarsha Plus love with social

ଆଦ୍ୟ ତା.୨୧.୧୧.୨୦୨୨ ରୁ ୨୨.୧୧.୨୦୨୩ ରିଖ ରେ ସ୍ଥାନୀୟ ସିନର୍ଜି ସମ୍ମିଳନୀ ଗୃହ ଢେଙ୍କାନାଳ ଠାରେ ଦୁଇଦିନିଆ କୃଷକ ଉତ୍ପାଦକ ତାଲିମ ଅନୁଷ୍ଠିତ ହେଇଯାଇଛି । ସିନର୍ଜି ଆନୁକୁଲ୍ୟରେ ଓ ନାବାର୍ଡ ଏବଂ ଏନ.ସି.ଡି.ସି. ସହାୟତା ଉକ୍ତ ତାଲିମ ଶିବିରରେ ଅନୁଗୁଳ, କେନ୍ଦୁଝର, ବାଲେଶ୍ଵର ଓ ଢେ଼ଙ୍କାନାଳ ଜିଲ୍ଲା ର ୯ଗୋଟି କୃଷକ ଉତ୍ପାଦକ ସଂଗଠନ ରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବୋର୍ଡ ସଭ୍ୟ ମାନେ ଭାଗ ନେଇ ଥିଲେ ଏବଂ ମୁଖ୍ୟ ଅତିଥି ଭାବେ ଶ୍ରୀ ଲକ୍ଷ୍ମଣ ପଲ୍ଟାସିଂ , କୃଷି ବିଭାଗ ର ଉପକୃଷି ନିର୍ଦ୍ଦେଶକ ଓ ରାଜ୍ୟ ସାଧନ ଅଧିକାରୀ APICOL, ଶ୍ରୀ ଅଭିମନ୍ୟୁ ପଣ୍ଡା, ଚାଟାର୍ଟ ହିସାବ ରକ୍ଷକ , ଶ୍ରୀମତୀ ଇତିଶ୍ରୀ ମହାନ୍ତି ପ୍ରିନ୍ସିପାଲ୍ ସିନର୍ଜି, ପରମାନନ୍ଦ ପ୍ରଧାନ, ପ୍ରୋଜେକ୍ଟ ସିନର୍ଜି ଯୋଗଦେଇ ଉତ୍ପାଦକ ସଂଗଠନ ପରିଚାଳନା ଓ ବ୍ୟବସାୟ ଯୋଜନା ଉପରେ ଆଲୋଚନା କରିଥିଲେ । ବ୍ୟବସ୍ଥିତ ଭାବେ କୃଷି କ୍ଷେତ୍ର କରି ଅଧିକ ଉତ୍ପାଦିତ ଫସଲ ଓ ବଜାର ବ୍ୟବସ୍ତା ଉପରେ ଏଫ୍.ଇ.ଓ କୁ ନେଇ ଉତ୍ପାଦକ ଗୋଷ୍ଠୀ ମାନଙ୍କୁ ଉତ୍ପାଦକ ସଂଗଠନ କୁ ସଶକ୍ତିକରଣ କରିବାକୁ ଅବଗତ କରାଗଲା । କୃଷକ ଉତ୍ପାଦକ ସଂଗଠନ ମାନେ ବିହନ ରୁ ବଜାର ପର୍ଯ୍ୟନ୍ତ କାମ କରି ଚାଷୀ ମାନଙ୍କ ଆୟ ବୃଦ୍ଧି ପାଇଁ ଆବଶ୍ୟକ ବ୍ୟବସାୟ ଯୋଗାଣ ଉପରେ ଆଲୋଚନା କରାଯାଇଥିଲା । ସିନର୍ଜି ର କ୍ଷେତ୍ର କର୍ମୀ ଶ୍ରୀ ସୁରଥ ସାହୁ , ଚନ୍ଦ୍ରକାନ୍ତ ମିଶ୍ର , ସୁଧାଂଶୁ ମିଶ୍ର ସହଯୋଗ କରିଥିଲେ ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!