ପ୍ରଥମ ସର୍ବଭାରତୀୟ ଢେଙ୍କାନାଳ କପ୍ କ୍ରିକେଟ ଉଦଘାଟିତ

Adarsha Plus love with social

ଢେଙ୍କାନାଳ,୧୭/୦୨/୨୫
ଢେଙ୍କାନାଳକୁ ହରାଇ କଲିକତା ସେମି ଫାଇନାଲରେ ।
ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମଠାରେ ପ୍ରୟାସ ଅନୁଷ୍ଠାନ ପକ୍ଷରୁ ରବିବାର ପ୍ରଥମ ସର୍ବଭାରତୀୟ ଢେଙ୍କାନାଳ କପ୍ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ଜିଲା କ୍ରୀଡା ସଂଘ ସମ୍ପାଦକ ନଳିନୀ କୁମାର ଦାସ, ଭାଜପା ମିଡିଆସେଲ ପ୍ରଭାରୀ ବରିଷ୍ଠ ଆଇନଜୀବୀ ନବ କିଶୋର ଗୁରୁ, ବିଷ୍ଣୁ ପ୍ରସାଦ ଲେଙ୍କା, ଅକ୍ଷୟ କୁମାର ମହାନ୍ତି, ମାତୃ ପ୍ରସାଦ ନନ୍ଦ, ସନ୍ତୋଷ କୁମାର ରାଉତ, ରୁଦ୍ର ନାରାୟଣ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଉଦଘାଟନୀ ମ୍ୟାଚରେ କଲିକତାର ସିଏଲ୍ଡବ୍ଲୁ ଦଳ ରାମେଶ୍ୱର ସ୍ପୋର୍ଟିଂ ଢେଙ୍କାନାଳ ଦଳକୁ ୫ ୱିକେଟରେ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ଟସ୍ରେ ଜିତି ରାମେଶ୍ୱର ସ୍ପୋର୍ଟିଂ ଢେଙ୍କାନାଳ ପ୍ରଥମେ ବ୍ୟାଟିିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୪୧ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଅନିଲ ରାଉତ ୨୦ଟି ବଲରେ ୪୩ ଓ ଅଧିନାୟକ ତନ୍ମୟ ମହାନ୍ତି ୧୬ଟି ବଲରେ ୨୨ରନ ସଂଗ୍ରହ କରିଥିଲେ । ସିଏଲ୍ଡବ୍ଲୁ କଲିକତା ପକ୍ଷରୁ ଆଜାଦ ହାନସାରୀ ୪ ଓଭର ବୋଲିଂ କରି ୧୫ରନରେ ୨ଟି ୱିକେଟ ନେଇଥିଲେ । ଜବାବରେ ସିଏଲ୍ଡବ୍ଲୁ କଲିକତା ଦଳ ୧୭.୪ ଓଭରରେ ୫ ୱିକେଟ ହରାଇ ୧୪୨ରନ କରି ବିଜୟୀ ହୋଇଥିଲେ । ଦଳ ପକ୍ଷରୁ ସାହିର ମୋଇନଉଦ୍ଦିନ ୪୦ଟି ବଲରୁ ୫୩ରନ କରି ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ସେହିପରି ତନୁଜିତ୍ ଆଚାର୍ଜୀ ୧୯ଟି ବଲରୁ ୩୧ରନ ସଂଗ୍ରହ କରିଥିଲେ । ରାମେଶ୍ୱର ସ୍ପୋର୍ଟିଂ ଢେଙ୍କାନାଳ ଦଳ ପକ୍ଷରୁ ଆକାଶ ପୁହାଣ ୨ଟି ୱିକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚକୁ ଅମ୍ପାୟାର ସୋମନାଥ ସେଠି, ସୁଜିତ କୁମାର ପ୍ରଧାନ ପରିଚାଳନା କରିଥିଲେ । ପ୍ରୟାସ ଅନୁଷ୍ଠାନ ପକ୍ଷରୁ ରଣଜିତ୍ ବିଶାଲଙ୍କ ସମେତ ସଦସ୍ୟମାନେ ମ୍ୟାଚକୁ ପରଚାଳନା କରିଥିଲେ ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!