ତାରିଖ ୧୮/୦୧/୨୪, ଗୁରୁବାର
୧-ଜଗନ୍ନାଥମୟ ଶ୍ରୀକ୍ଷେତ୍ର ଧାମ, ମୁଖ୍ୟମନ୍ତ୍ରୀଙ୍କ କର କମଳରେ ଲୋକାର୍ପିତ ହେଲା ପରିକ୍ରମା ପ୍ରକଳ୍ପ।
୨-ଆଜିଠୁ ପୁରୀକୁ ଗଡିବ ଜଗନ୍ନାଥ ଏକ୍ସପ୍ରେସ, ଜିଲ୍ଲା ମୁଖ୍ୟାଳୟରୁ ବାହାରିବ, ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାରୁ ହେବ ଆରମ୍ଭ।
୩-ପରିକ୍ରମା ପ୍ରକଳ୍ପ ଉଦଘାଟନ ପରେ ଜଗନ୍ନାଥମୟ ସାରା ଶ୍ରୀକ୍ଷେତ୍ର; କାଳିଆ ପ୍ରେମରେ ବିଭୋର ଭକ୍ତ।
୪-ପୁରୀ:ଶ୍ରୀସେତୁରୁ ଦିଶିବ ସାରା ସହର, ଅଧଘଣ୍ଟାର ରାସ୍ତା ଲାଗୁଛି ୧୦ ମିନିଟ୍।
୫-ଭୁବନେଶ୍ୱର: ବିଶିଷ୍ଟ ରେଳସେବା ପୁରସ୍କାର;୪୬ ରେଳ କର୍ମଚାରୀ ସମ୍ମାନିତ।
୬-ରତ୍ନଭଣ୍ଡାର କମିଶନ ରିପୋର୍ଟ ମାମଲା:ପୁଣି ଜବାବ୍ ଦାଖଲ କରିପାରିଲେନି ସରକାର।
୭-ଗମାଙ୍ଗ ପରିବାରର ଘର ବାହୁଡା : କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର, ପତ୍ନୀ ଓ ପୁଅ
୮-୨୩ ଓ ୨୫ରେ କଂଗ୍ରେସର ପ୍ରଶିକ୍ଷଣ ଶିବିର, କର୍ମୀଙ୍କୁ ଦିଆଯିବ ନିର୍ବାଚନ ମନ୍ତ୍ର।
୯-ଗୋପାଳପୁର ଆର୍ମି ଏୟାର ଡିଫେନ୍ସ କଲେଜ ପରିଦର୍ଶନ କଲେ ସ୍ଥଳସେନା ମୁଖ୍ୟ
୧୦-ବରଗଡ:ପରିବହନ ନିଗମ କର୍ମଚାରୀଙ୍କୁ ଦଣ୍ଡିତ କଲେ ମହାରାଜା କଂସ, ଜିଲ୍ଲାରେ ଖୁବ୍ଶୀଘ୍ର ଲକ୍ଷ୍ମୀ ବସ୍ ଚାଲିବ ବୋଲି କଲେ ସୁନିଶ୍ଚିତ
୧୧-ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା ସମ୍ଭାବନା, କୁହୁଡି ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି
୧୨-ଯାତାୟତରେ କୁହୁଡି ସାଜିଛି କାଳ । ୨୪ଘଂଟାରେ ଯମୁନା ଏକ୍ସପ୍ରେସ ୱେରେ ୯ଟି ଦୁର୍ଘଟଣା, ୪୦ ଆହତ, ବିମାନ ସହ ରେଳ ଚଳାଚଳ ବାଧାପ୍ରାପ୍ତ
୧୩-ନୂଆ ଦିଲ୍ଲୀ:ବିଶ୍ବ ଚମ୍ପିଆନଙ୍କୁ ହରାଇ ଇତିହାସ ରଚିଲେ ପ୍ରଜ୍ଞାନନ୍ଦ; ସାଜିଲେ ୧ ନମ୍ବର ଭାରତୀୟ ଗ୍ରାଣ୍ଡମାଷ୍ଟର।
୧୪-ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ବନ୍ଦ ହେଉ ମଦ ଦୋକାନ। ଘୋଷଣା ହେଉ ସରକାରୀ ଛୁଟି। ଜୋର୍ ଧରିଲା ଦାବି।
୧୫-ପ୍ରଭୁ ରାମଙ୍କ ପାଇଁ ଦେଶବିଦେଶର ଛୁଟୁଛି ଉପହାରର ସୁଅ । ହାଇଦ୍ରାବାଦରୁ ଆସିଲା ୧୨୬୫ କେଜିର ଲଡୁ, କର୍ଣ୍ଣାଟକରୁ ରାମନଗରୀକୁ ଗଡିଲା ସ୍ୱତନ୍ତ୍ର ରଥ
୧୬-ମଣିପୁରରେ ବିଦ୍ରୋହୀଙ୍କ ସହ ମୁହାଁମୁହିଁ ବେଳେ ୨ ଯବାନ ସହିଦ, ଉଚ୍ଚସ୍ତରୀୟ ବୈଠକ ଡକାଇଲେ ସିଏମ୍ ବିରେନ ସିଂ।
୧୭-ଚତୁର୍ଥ ଦିନରେ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା । ନାଗାଲାଣ୍ଡରେ ଦେଖିବାକୁ ମିଳୁଛି ରାହୁଲ ଗାନ୍ଧୀଙ୍କ କ୍ରେଜ,ବାଇକରର୍ସଙ୍କୁ ଭେଟିଲେ ରାହୁଲ
୧୮-ବେଙ୍ଗାଳୁରୁ:ଦ୍ଵିତୀୟ ସୁପର ଓଭରରେ ବାଜି ମାରିଲା ଭାରତ, ହିରୋ ସାଜିଲେ ବିଷ୍ଣୋଇ, ସିରିଜ୍ କ୍ଲିନ ସୁଇପ୍।
୧୯-ନୂଆ ଦିଲ୍ଲୀ:ଇଣ୍ଡିଗୋକୁ ୧.୨୦ କୋଟି ଜରିମାନା, ରନଓ୍ୱେରେ ବସାଇ ଯାତ୍ରୀଙ୍କୁ ଖୁଆଇବା ପଡ଼ିଲା ମହଙ୍ଗା।
୨୦-ପାକିସ୍ଥାନ ସୀମାରେ ପଶି ଇରାନର ଏୟାର ଷ୍ଟ୍ରାଇକ । ଆକ୍ରମଣ ପରେ ପରିଣାମ ଭୋଗିବାକୁ ଇରାନକୁ ପାକିସ୍ଥାନର ଚେତାବନୀ ।
![]()
