ଯୁବକମାନଙ୍କ ଭିତରେ ସାଂସ୍କୃତିକ ପରମ୍ପରା ବଜାୟ ରହିବା ଦରକାର – ମହେଶ

Adarsha Plus love with social

ଢେଙ୍କାନାଳ, ୧୬୯: ଢେଙ୍କାନାଳ ସ‌ହର ହାଟ ରୋଡ ଠାରେ ସର୍ବପୁରାତନ ବଜରଙ୍ଗ କ୍ଲବ ଗଣେଶ ପୂଜା କମିଟି ପକ୍ଷରୁ ଏକ ସାଂସ୍କୃତିକ ରସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ପୂର୍ବତନ ସାଂସଦ ମହେଶଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂଜକମାନଙ୍କ ଭିତରେ ସାଂସ୍କୃତିକ ପରମ୍ପରା ବଜାୟ ରହିବା ଦରକାରବୋଲି ମତବ୍ୟକ୍ତ କରିଥିଲେ । ଅଂଚଳବାସୀଙ୍କ ତରଫରୁ କରାଯାଇଥିବା ଏଭଳି କାର୍ଯ୍ୟକୁ ରୂପସୀ ପ୍ରଶଂସା କରିବା ସହିତ ଏଭଳି କାର୍ଯ୍ୟ ଜାରି ରଷ୍ଠାକୁ ଆହ୍ବାନ ଦେଇଥିଲେ । ସନ୍‌ମାନିତ ଅତିଥିଭାବେ ନଗରପାଳ ଜୟନ୍ତୀ ପାତ୍ର ଯୋଗଦେଇ ଯୁବକମାନଙ୍କ ଏଭଳି ଉଦ୍ୟମ ଅଂଚଳର ଏକକୂଟର ଏକ ମାଧ୍ୟମ ବୋଲି କହିଥିଲେ । ଅନ୍ୟତମ ସମାନିତ ଅତିସ୍‌ ଭାବେ ପୂର୍ବତନ ନଗରପାଳ ସୁନିଲ ଶର୍ମା, କାଉନସିଲର ସୁମିତ୍ରା ମଲ୍ଲିକ, ଶିଳ୍ପପତି ବିକାଶ ସାହୁ ଓ ବିଶିଷ୍ଠ ବ୍ୟବସାୟୀ ରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ସୂବଜମାନେ ଏକ ମନ ହୋଇ ଅଂଚଳର ବିକାଶ ପାଇଁ ଗୁରୁତ୍ୱ ଦେବାକୁ ଆହ୍ବାନ ଦେଇଥିଲେ । କାର୍ଯ୍ୟକ୍ରମକୁ ବନମାଳି ମଲ୍ଲିକ ସଂଯୋଜନା କରିଥିଲେ ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!