ଆରୋଗ୍ୟମ୍ ଯୋଗ ଓଲିମ୍ପିୟାଡ଼ ୨୦୨୪ ର ଶୁଭ ଉଦଘାଟନ

Adarsha Plus love with social

ଢେଙ୍କାନାଳ : ଅଦ୍ୟ ତା ୧୭/୧୧/୨୦୨୪ ରିଖ ରବିବାର ଦିନ ଆରୋଗ୍ୟମ ଯୋଗ ଏବଂ ୱେଲଫେୟାର ଆସୋସିଏସନ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଆରୋଗ୍ୟମ ଯୋଗ ଓଲିମ୍ପିୟାଡ଼- ୨୦୨୪ ର ଶୁଭ ଉଦଘାଟନ ଢେଙ୍କାନାଳ ଟାଉନର ନୂଆପୋଖରୀ ସ୍ଥିତ ନିଉ ଇଣ୍ଡୋର ହଲଠାରେ ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ ଜିଲ୍ଲାସ୍ତରୀୟ ଯୋଗ ପ୍ରତିଯୋଗିତାକୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଢେଙ୍କାନାଳ ଜିଲ୍ଲା ସିଭିଲ କୋର୍ଟର ସ୍ପେସିଆଲ ଭିଜିଲାନ୍ସ ବିଚାରପତି ଶ୍ରୀମତୀ ପ୍ରଣତି ଶାହା ମହୋଦୟା ଶୁଭଉଦଘାଟନ କରିଥିଲେ ଏବଂ ଯୋଗ ଉପରେ ନିଜର ଅନୁଭୂତି ବିଷୟରେ କହିବାକୁ ଯାଇ ସେ କହିଥିଲେ ଯେ ପ୍ରତ୍ୟେକଦିନ ଯୋଗାଭ୍ୟାସ ଦ୍ୱାରା ମନକୁ ଶାନ୍ତି ମିଳିଥାଏ ଏବଂ ଶରୀରକୁ କାମକରିବା ପାଇଁ ଯଥେଷ୍ଟ ଉର୍ଜା ମିଳିଥାଏ। ଏଣୁ ପ୍ରତ୍ୟେକ ବ୍ୟକ୍ତି ନିତ୍ୟ ଯୋଗାଭ୍ୟାସ କରିବା ନିହାତି ଆବଶ୍ୟକ। ଯୋଗ ପ୍ରତି ପ୍ରତ୍ୟେକ ବର୍ଗର ଲୋକଙ୍କୁ ଆକୃଷ୍ଟ କରିବାର ଏହି ପ୍ରଚେଷ୍ଟାପାଇଁ ମୁଖ୍ୟଅତିଥି ଆରୋଗ୍ୟମ ଯୋଗ ଏବଂ ୱେଲଫେୟାର ଆସୋସିଏସନର କାର୍ଯ୍ୟକର୍ତ୍ତାମାନଙ୍କୁ ସାଧୁବାଦ ଦେଇଥିଲେ। ଏହା ସହିତ ଯୋଗ ଓଲିମ୍ପିୟାଡ଼ର ମହତ୍ୱକୁ ବଢାଇବାକୁ ଯାଇ ମୁଖ୍ୟଅତିଥି ଶ୍ରୀମତୀ ଶାହା ସମସ୍ତଙ୍କ ସହ ଏକାଠି ବସି “ଓଁ ” ଶବ୍ଦର ଉଚ୍ଚାରଣ କରିଥିଲେ ଯାହା ସମସ୍ତଙ୍କୁ ପ୍ରେରଣା ଦେଇଥିଲା। ସମ୍ମାନିତ ଅତିଥିଭାବେ ଭାରତମାତା ସେବା ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବାବୁଚାନ୍ଦ ମହାଳିକ ମହୋଦୟ ଯୋଗ ଦେଇ ଯୋଗର ଉପକାରିତା ଉପରେ ଆଲୋକପାତ କରିଥିଲେ। ଭାରତମାତା ସେବା ଅନୁଷ୍ଠାନର ମୁଖ୍ୟ ସଂଘ ପରିଚାଳକ ଶ୍ରୀଯୁକ୍ତ ଅଶୋକ କୁମାର ଭଞ୍ଜ ଏବଂ କୋଷାଧକ୍ଷ, ଦୈନନ୍ଦିନ ଜୀବନରେ ଯୋଗର ମହତ୍ୱ ବିଷୟରେ ନିଜର ମତ ବ୍ୟକ୍ତ କରିଥିଲେ। ଆରୋଗ୍ୟମ ଯୋଗ ଏବଂ ୱେଲଫେୟାର ଆସୋସିଏସନର ନିର୍ଦ୍ଦେଶିକା ଅନସୂୟା ମିଶ୍ର ଆରୋଗ୍ୟମ ଯୋଗ ଓଲିମ୍ପିୟାଡ଼ -2024 ର ପରିକଳ୍ପନାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରି କହିଥିଲେ ଯେ ଏହା ହେଉଛି ଅଧିକରୁ ଅଧିକ ଯୋଗ ଶିକ୍ଷାର୍ଥୀଙ୍କୁ ଜିଲ୍ଲା, ରାଜ୍ୟ ତଥା ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବା। ଅନୁଷ୍ଠାନର ଏହି ପ୍ରୟାସ ଦିନେ ନିଶ୍ଚୟ ସଫଳ ହେବ ଏହି ଆସ ଏବଂ ବିଶ୍ୱାସ ନେଇ କାର୍ଯ୍ୟକର୍ତ୍ତାମାନେ କାମ କରି ଚାଲିଛନ୍ତି। ଅନ୍ୟତମ ଅତିଥି ତଥା ଯୋଗ ଶିକ୍ଷକ ଶ୍ରୀଯୁକ୍ତ ସୁଶୀଲ କୁମାର ପଣ୍ଡା ମହୋଦୟ ଯୋଗ ଓଲିମ୍ପିୟାଡ଼-୨୦୨୪ ର ସଫଳତା କାମନା କରିଥିଲେ ଏବଂ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମଟିରେ ଆରୋଗ୍ୟମ ଯୋଗ ଏବଂ ୱେଲଫେୟାର ଆସୋସିଏସନର ନିର୍ଦ୍ଦେଶିକା ଅନସୂୟା ମିଶ୍ର, ସଭାପତି ଶ୍ରୀମତୀ ତୃପ୍ତିମୟୀ ଦେବୀ, ଉପସଭାପତି ଶ୍ରୀମତୀ ନମିତା ରଥ, ସମ୍ପାଦକ ଶ୍ରୀ ପ୍ରଭାସ ଚନ୍ଦ୍ର ପାଢ଼ୀ, କୋଷାଧକ୍ଷ୍ୟ ଶ୍ରୀ ତୟୁବ ଆନସାରୀ,ସଦସ୍ୟା ନିବେଦିତା ସାହୁ, ମମତା ମହାପାତ୍ର, ଆଇନଗତ ପରାମର୍ଶଦାତା ଶ୍ରୀଯୁକ୍ତ ବସନ୍ତ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀଯୁକ୍ତ ରଥ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!