ଏଇତ ଦୁନିଆଁ

Adarsha Plus love with social

୮ ଜୁଲାଇ ସୋମବାର

ମହାପ୍ରଭୁଙ୍କ ରଥଯାତ୍ରା: ମରିଚିକୋଟରେ ତାଳଧ୍ୱଜ, ଶ୍ରୀନଅର ପାଖରେ ଦର୍ପଦଳନ ।

ରଥରେ ଚଢ଼ିଗଲେ ଅଧିକ ସେବକ, କହିଲାପରେ ବି ଓହ୍ଲେଇଲେ ନାହିଁ, ମହାପ୍ରଭୁଙ୍କ ଟାହିଆ ଟାଣିନେଲେ ।

ପୁରୀ: ଏବର୍ଷ ଭକ୍ତଙ୍କୁ ମିଳିଲାନି ନବଯୌବନ ଦର୍ଶନ ଓ ପହଣ୍ଡି ଦର୍ଶନ ।

ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ଆସନ୍ତାକାଲି ନିଆହେବ। ଜିଲ୍ଲାପାଳଙ୍କ କୋଷାଗାରରେ ଅଛି ରତ୍ନଭଣ୍ଡାର ଚାବି, ନ ଖୋଲିଲେ ତାଲା ଭଙ୍ଗାଯିବ ।

ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ଘୁଞ୍ଚିଗଲା, ୮ରେ ଥିବା ପରୀକ୍ଷା ୧୫ରେ ହେବ। ଏ ବିଷୟରେ ସରକାରୀ ସୂଚନା ଦିଆଯାଇଛି ।

କଟକ: ଖରାଛୁଟି ପରେ ଆଜି ଖୋଲିବ ହାଇକୋର୍ଟ ।

କେନ୍ଦ୍ରାପଡାର ନୌବାହିନୀ ଅଫିସର ବିମଳ ବେହେରାଙ୍କୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ପୁରୀ ଅଘଟଣ: ତାଳଧ୍ବଜ ମରିଚିକୋଟରେ ପହଞ୍ଚିବା ପରେ ଜଣେ ଶ୍ରଦ୍ଧାଳୁ ଅଚେତ, ଡାକ୍ତରଖାନାରେ ମୃତ ଘୋଷଣା ।

ବଡ଼ଦାଣ୍ଡରେ ମଞ୍ଚ ଉପରକୁ ନବୀନଙ୍କୁ ପାଛୋଟି ନେଲେ ଧର୍ମେନ୍ଦ୍ର ପ୍ରଧାନ। ଉଭୟଙ୍କ ସରଳ ବ୍ୟବହାର ହେଲା ପ୍ରଶଂସିତ ।

ଆଜିଠାରୁ ବିଭିନ୍ନ ଇଂଜିନିୟରିଂ କଲେଜରେ ବି.ଟେକ କାଉନସେଲିଂ ଆରମ୍ଭ ।

ସମ୍ବଲପୁର: ହୋମିଓପାଥିକ୍‌ କଲେଜ ଛାତ୍ରଛାତ୍ରୀଙ୍କ ରାଗିଂ ଅଭିଯୋଗ ପରେ ଅଡୁଆରେ କର୍ତ୍ତୃପକ୍ଷ, ତଦନ୍ତ ଚାଲିଛି ।

ଲାଞ୍ଜିଗଡ଼: ନିୟମଗିରି ସପୁରୀର ଅଭାବୀ ବିକ୍ରି, ପାଞ୍ଚ ଟଙ୍କାରେ କିଣୁଛନ୍ତି ବେପାରୀ ।

ଭୁବନେଶ୍ୱର: ନୀଳାଦ୍ରି ବିହାର ସରକାରୀ ସ୍କୁଲ ଦିନରେ ଗୁହାଳ, ରାତିରେ ମଦ୍ୟପଙ୍କ ଆସର। ପିଲାଙ୍କୁ ପିଇବା ପାଣି ମିଳୁନି ।

ବରଗଡ଼: ଦେଶୀ ବନ୍ଧୁକ ସହ ସଇଁତଳା ର ୪ ଡକାୟତ ଗିରଫ, ଟଙ୍କା ସୁନା ଓ ରୂପା ଗହଣା ଜବତ ।

କେନ୍ଦୁଝର: ହାଟଡ଼ିହିରେ ଝରକା ଗ୍ରୀଲ୍ ତାଡ଼ି ଘରେ ପଶିଲେ, ଲୁଟିନେଲେ ୧୦ଲକ୍ଷ ଟଙ୍କାର ସୁନା, ନଗଦ ଟଙ୍କା ।

ଭୁବନେଶ୍ୱର: ଦୁଇ ଗୋଷ୍ଠୀ ଭିତରେ ଝଗଡା, ଗୁଳି ଫୁଟିଲା, ଖଣ୍ଡା ବୁଲିଲା। ଭାଙ୍ଗିଦେଲେ କାର ଓ ସ୍କୁଟି ।

କୋରାପୁଟ: ବୈପାରୀଗୁଡାରେ ୧୦ ଫୁଟ୍ ଲମ୍ବର ଅଜଗର ଉଦ୍ଧାର କଲା ବନବିଭାଗ ।

ଢେଙ୍କାନାଳ: ହିନ୍ଦୋଳରେ ମହିଳାଙ୍କୁ ଘରୁ ଟାଣି ମାରିଲା ଦନ୍ତା ହାତୀ, ବନବିଭାଗରକୁ ଦାୟୀ କଲେ ଗ୍ରାମବାସୀ ।

ଭୁବନେଶ୍ୱର: ରେନ-ଦି-କ୍ଲବ ବାର୍ ରେ ରାତିଅଧିଆ ରେଡ୍, ମହିଳା ଅବକାରୀ ଅଧିକାରୀଙ୍କୁ ଅସଦାଚରଣ, ଟଣା ଓଟରା ଅଭିଯୋଗ ।

ଖୋର୍ଦ୍ଧା: ଧଳାପଥର ପାଖରେ ଭ୍ୟାନରୁ ମିଳିଲା ଦେଢ କୋଟିର ଗଞ୍ଜେଇ, ଖସିଗଲେ ଅପରାଧୀ। ଫୁଲବାଣୀରୁ ବାହାରକୁ ଚାଲାଣ ହେଉଥିଲା ।

ମାଲକାନଗିରି: ପୋଲିସ ଗାଡି ଧକ୍କାରେ ଜଣେ ଛାତ୍ର ମୃତ, ଆଉଜଣେ ଚିକିତ୍ସାଧୀନ ।

କଟକ: ମଙ୍ଗୁଳି ପାଖରେ କଲିକତା- ହାଇଦ୍ରାବାଦ ବସରୁ ଚାରିକିଲୋ ସୁନା ଜବତ, ଦୁଇ ଚାଲାଣକାରୀ ଗିରଫ ।

କ୍ରିକେଟ: ବ୍ୟାଟିଂ ପରେ ବୋଲିଂରେ କମାଲ କଲା ଭାରତୀୟ ଟିମ୍‌, ୧୦୦ ରନ୍‌ରେ ଜିମ୍ବାଓ୍ବେ ପରାସ୍ତ ।

ଉଗାଣ୍ଡା ପାରା ବ୍ୟାଡମିଣ୍ଟନ: ଓଡ଼ିଆ ଖେଳାଳୀଙ୍କୁ ୪ ପଦକ ।

ମିଜୋରାମ ମୁଖ୍ୟମନ୍ତ୍ରୀ: ବାଂଲାଦେଶ ବାସୀଙ୍କୁ ଆମେ ଫେରାଇ ଦେଇ ପାରିବୁ ନାହିଁ ।

କଲିକତା ପୁଲିସ କମିଶନର ଓ ଡିସିପିଙ୍କ ବିତୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବେ କେନ୍ଦ୍ର ସରକାର ।

ଅଧାରୁ ବନ୍ଦ ହୋଇଗଲା ଅମରନାଥ ଯାତ୍ରା ! ୭ ଦିନରେ ବିଲୀନ ହୋଇଗଲେ ପବିତ୍ର ହିମଲିଙ୍ଗ ।

ପୂର୍ବ ଲଦାଖରେ ଚୀନ୍‌: ପିୟୋଙ୍ଗୟାଙ୍ଗ ହ୍ରଦ ନିକଟରେ ଖନନ କାର୍ଯ୍ୟ, ବଙ୍କର ନିର୍ମାଣ। ଆମେରିକା ଉପଗ୍ରହ ଫଟୋ ଉଠେଇଲା ।

ଆଜି ଜନ୍ମଦିନ: ଜ୍ୟୋତି ବସୁ, ସୌରଭ ଗାଙ୍ଗୁଲି, ନିତୁ ସିଂ ।

ଇତିହାସରେ ଆଜି: ଭାସ୍କୋ ଡା ଗାମା ଙ୍କ ଭାରତଯାତ୍ରା (୧୮୯୭), ୱାଲ ଷ୍ଟ୍ରୀଟ ଜର୍ଣ୍ଣାଲ ପ୍ରକାଶନ ଆରମ୍ଭ (୧୮୮୯), ଆମେରିକା ବାୟୁସେନାରେ ମହିଳାଙ୍କୁ ଅନୁମତି (୧୯୮୮), ଭାକ୍ରା ନଙ୍ଗଲ ବିଦ୍ୟୁତ ପ୍ରକଳ୍ପ ଆରମ୍ଭ (୧୯୫୮) ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!