ତାରିଖ ୧୯/୦୧/୨୪, ଶୁକ୍ରବାର :
୧-ଜାନୁଆରୀ ୨୨ – କେନ୍ଦ୍ରର ‘ହାଫ୍’କୁ ରାଜ୍ୟର ବି ‘ହାଫ୍’ ଡେ ଛୁଟି ଘୋଷଣା।
୨-କଡା କଟକଣା ଲଗାଇଲେ କେନ୍ଦ୍ରସରକାର । ୧୬ବର୍ଷରୁ କମ ବୟସର ପିଲା ଯାଇପାରିବେନି କୋଚିଂ ସେଂଟର।
୩-ଦୀପ ସାଙ୍ଗକୁ ବାଣ କିଣୁଛନ୍ତି ଲୋକେ, ଜାନୁୟାରୀ ୨୨ରେ ପାଳିବେ ଦୀପାବଳି।
୪-ଭୁବନେଶ୍ୱର: ବ୍ୟାଙ୍କ ସଖିଙ୍କ ବିକ୍ଷୋଭ;’ଆମ ବ୍ୟାଙ୍କ’ ଯୋଜନାରେ ନିଯୁକ୍ତି ଦିଅ।
୫-ଆଜିଠୁ ଝାରସୁଗୁଡ଼ାରେ ଏଣ୍ଟରପ୍ରାଇଜ୍ ଓଡ଼ିଶା,ଯୋଗଦେବେ ବହୁ ଶିଳ୍ପ ସଂସ୍ଥା ପ୍ରତିନିଧି।
୬-ଶ୍ରୀଜଗନ୍ନାଥ ଏକ୍ସପ୍ରେସରେ ମା’ମାନଙ୍କ ପାଇଁ ଟିକଟ ମୂଲ୍ୟ ୫୦ ପ୍ରତିଶତ ରହିବ-ମୁଖ୍ୟମନ୍ତ୍ରୀ।
୭-ଏପ୍ରିଲ ୩୦ ସୁଦ୍ଧା ସରିବ ନାଟମଣ୍ଡପ ଓ ଜଗମୋହନ ମରାମତି, ହାଇକୋର୍ଟଙ୍କୁ ଜଣାଇଲେ ଆମିକସ୍ କ୍ୟୁରି।
୮-ଗତବର୍ଷ ତୁଳନାରେ ଚଳିତବର୍ଷ ଭିତରକନିକାରେ ବଢ଼ିଲା ପକ୍ଷୀ ଓ ବଉଳା କୁମ୍ଭୀର ସଂଖ୍ୟା।
୯-କମିଶନରେଟ ପୋଲିସ୍ ହାତରେ ଅନ୍ତଃରାଜ୍ୟ ଆପାର୍ଟମେଂଟ ଲୁଟିଆ ଗ୍ୟାଙ୍ଗ । ଧରାପଡ଼ିଲେ ୨ ମୋଷ୍ଟ ୱାଂଟେଡ, ୬ଟି ରାଜ୍ୟରେ ପୋଲିସ ପାଇଁ ଥିଲେ ମୋଷ୍ଟ ୱାଂଟେଡ ।
୧୦-ଖୁବଶୀଘ୍ର ରାଜ୍ୟ ପୋଲିସରେ ହେବ ଅଦଳ ବଦଳ, ୩୧ ତାରିଖ ପୂର୍ବରୁ ବଦଳି ପ୍ରକ୍ରିୟା ଶେଷ ପାଇଁ ନିର୍ଦ୍ଦେଶ।
୧୧-ତେଜୁଛି ଅର୍ପଣ ରଥ ଗୁଆ-ଚାଉଳ ବିବାଦ; ନବରଙ୍ଗପୁରରେ ଧାରଣାରେ ବସିଲା BJP।
୧୨-ପଢ଼ାପଢ଼ିରେ କେତେ ଦକ୍ଷ ଗାଁ ଛାତ୍ରଛାତ୍ରୀ ? ସମ୍ବଲପୁରରେ ହରଣ କରି ପାରୁନାହାନ୍ତି ୬୪% ପିଲା ।
୧୩-ଆସନ୍ତା ୨୦ରୁ ଗହୀରମଥାରେ ଡଲଫିନ ଗଣନା ଆରମ୍ଭ,୩ ଦିନ ଧରି ଚାଲିବ ପ୍ରକ୍ରିୟା।
୧୪-‘ବିକାଶ ରଥ’ ଏବେ ‘ବିଶ୍ୱାସ ରଥ’ – ଜାନୁୟାରୀ ୨୬ ଯାଏଁ ବୃଦ୍ଧି ହେବ ବିକଶିତ ଭାରତ ସଂକଳ୍ପ ଯାତ୍ରା।
୧୫-ଚଟାଣରେ ଶୋଉଛନ୍ତି, କେବଳ ପଇଡ଼ ପାଣି ପିଉଛନ୍ତି; ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ କଠୋର ନିୟମ ପାଳୁଛନ୍ତି ପିଏମ୍ ମୋଦୀ।
୧୬-ଗୁଜରାଟ:ପିକନିକ ହେଲା କାଳ, ହ୍ରଦରେ ଡଙ୍ଗା ଓଲଟି ୧୪ ମୃତ।
୧୭-ବଦଳିଲା NPS ନିୟମ; ଏହି ଫେବ୍ରୁଆରୀ ପହିଲାରୁ ହେବ ଲାଗୁ। ତିନି ବର୍ଷ ପରେ ଯେକୌଣସି ସମୟରେ ରାଶିର ୨୫ ପ୍ରତିଶତ ପ୍ରତ୍ୟାହାର କରାଯାଇପାରିବ ।
୧୮-ଦେଶର ପୁଅଙ୍କ ତୁଳାରେ ଝିଅମାନେ ଅଧିକ ପଢିବାକୁ ଚାହାନ୍ତି, ନୂଆ ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ-୨୦୨୩ରେ ଦାବି।
୧୯-ଚେତାବନୀର ୨୪ଘଂଟା ପରେ ଇରାନ ଉପରେ ଏୟାରଷ୍ଟ୍ରାଇକ କଲା ପାକିସ୍ତାନ । ଆତଙ୍କୀ ସଂଗଠନ ବଲୁଚିସ୍ତାନ ଲିବରେସନ ଫୋର୍ସ, ଲିବରେସନ ଆର୍ମି ପୋଷ୍ଟରେ ମିସାଇଲ ମାଡ଼।
୨୦-ଇଡିର ଚତୁର୍ଥ ସମନ ପରେ ବି ହାଜର ହେଲେ ନାହିଁ କେଜ୍ରିୱାଲ । କହିଲେ, ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଗିରଫ କରିବାକୁ ଚାଲିଛି ଷଡଯନ୍ତ୍ର ।
![]()
