କଙ୍କଡ଼ାହାଡ଼ ଜୈବିକ ଉତ୍ପାଦ ବିକ୍ରୟ ହାଟ ଉଦଘାଟିତକ।

Adarsha Plus love with social

ଙ୍କଙ୍କଡ଼ାହାଡ଼ ବ୍ଲକ୍ ଅନ୍ତର୍ଗତ କଙ୍କଡ଼ାହାଡ଼ ଗ୍ରାମ ପଞ୍ଚାୟତ ର ସାପ୍ତାହିକ ହାଟ ପରିସରରେ ଜୈବିକ ଉତ୍ପାଦ ସାମଗ୍ରୀ ବିକ୍ରୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି ଓଡ଼ିଶା ଜୀବନ ଜୀବିକା ମିଶନ (OLM) ଓ ଫାଉଣ୍ଡେସନ ଫର୍ ଇକୋଲୋଜିକାଲ୍ ସିକ୍ୟୁରିଟୀ (FES) ପକ୍ଷରୁ ଜୈବିକ ଉତ୍ପାଦ ବିକିବା ପାଇଁ କଙ୍କଡ଼ାହାଡ଼ ପଞ୍ଚାୟତ ର ସାପ୍ତାହିକ ହାଟ ରେ ଏକ କୋଣ/ ସ୍ଥାନ ନିରୂପଣ କରାଯାଇଛି । କଙ୍କଡ଼ାହାଡ଼ ବ୍ଲକ୍ ର ମାଷ୍ଟର ଟ୍ରେନର ଜ୍ଞାନ ରଞ୍ଜନ ସାହୁ ଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟ କ୍ରମ ରେ ଓଡ଼ିଶା ଜୀବନ ଜୀବିକା ମିଶନ (OLM ) ର BPM ମ୍ୟାଡାମ୍ ସରିତା ବେହେରା ମୁଖ୍ୟ ଅତିଥି ରୂପେ ଯୁଗଦାନ କରିଥିଲେ ଏବଂ କାମାକ୍ଷାନଗର ବ୍ଲକ୍ ର ମାଷ୍ଟର ଟ୍ରେନର ହୃଷୀକେଶ ସାହୁ, କଙ୍କଡ଼ାହାଡ଼ ପଞ୍ଚାୟତ ସ୍ତରୀୟ ମହାସଂଘ ର ସଭାପତି ଓ ସମ୍ପାଦକ, କଙ୍କଡ଼ାହାଡ଼, କେରଯୋଳି, କଣ୍ଟାପାଳ ପଞ୍ଚାୟତ ର MBK, କୃଷୀମିତ୍ର , କୃଷକ ସାଥୀ,ଜୈବିକ ଚାଷୀ ଉକ୍ତ କାର୍ଯ୍ୟ କ୍ରମ ରେ ଅଂଶ ଗ୍ରହଣ କରିଥିଲେ । କଣ୍ଟାପାଳ ରଙ୍ଗମାଟିଆ, କାଲବୁଧିଆ, ସରବେରେଣି ଓ ଉର୍ବେଙ୍ଗି ଗ୍ରାମର ଚାଷୀ ମାନେ ଜୈବିକ ଉତ୍ପାଦ ହେଉଥିବା ପନିପରିବା ତଥା – କଲରା, କାକୁଡି, ବରଗଡି, ଭଜା କଦଳୀ, ବିଲାତି, ବାଇଗଣ, ଭେଣ୍ଡି, ପୋଇ ଇତ୍ୟାଦି ବଜାର ଦର ଅନୁସାରେ ବିକ୍ରୟ କରିଥିଲେ । ଏହି ପନିପରିବା ଗୋଡ଼ିକୁ ଲୋକ ମାନେ ନେବା ପାଇଁ ଲୋକ ମାନଙ୍କ ମଧ୍ୟରେ ଭିଡ଼ ଜମିଥିଲା।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!