ତାରିଖ:୦୪/୦୧/୨୫, ଶନିବାର
୧-ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ମଥୁରାରେ କଂସଙ୍କ ରାଜୁତି ଆରମ୍ଭ।
୨-ଅଦିନିଆ ବର୍ଷା ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା, କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
୩-ଜାନୁଆରୀ ୫ରେ ଅନୁଷ୍ଠିତ ହେବ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ।
୪-ଦରଦାମ ବୃଦ୍ଧି ପ୍ରତିବାଦ, ଆସନ୍ତା ୬ରେ ଲୋୟର ପିଏମଜିରେ ବିଜେଡିର ବିକ୍ଷୋଭ।
୫-ଜଗତସିଂହପୁର:ବାଣ ବିସ୍ଫୋରଣରେ ଭୁଶୁଡ଼ିଲା ଘର,ଦୁଇ ମୃତ,ଦୁଇ ଗୁରୁତର।
୬-ମାଲକାନଗିରି:ଓଡ଼ିଶା ଓ ଛତିଶଗଡ଼ ପୋଲିସର ମିଳିତ ଅପରେସନରେ ସଫଳତା, ୩ ମାଓବାଦୀ ସଫା।
୭-ସୁଭଦ୍ରାକୁ ନେଇ ବଡ଼ ଖବର; ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କଲେ ମିଳିବ ୧୦ ହଜାର ଟଙ୍କା।
୮-ନୟାଗଡ଼:ଜିରୋନାଇଟରେ ରାଜରାସ୍ତାରେ ହାତାହାତି, ୪ ପୋଲିସଙ୍କୁ ନିଲମ୍ବିତ କଲେ SP।ସେମାନେ ହେଲେ, ଦିଲ୍ଲୀପ ବେହେରା, ମୁନା ବେହେରା, ସଞ୍ଜୟ ମହାପାତ୍ର ଓ ଦୁର୍ଗା ମାଧବ ଦୋରା।
୯-ଫିଟୁଛି ବଣ୍ଟି ବବଲି ସାମ୍ରାଜ୍ୟର ଗୁମର । କ୍ୟାସରେ ଚାଲିଥିଲା କଳା ସାମ୍ରାଜ୍ୟ! ଲିଙ୍କରେ ଥିବା ୧୧ ବ୍ୟବସାୟୀଙ୍କୁ ହେବ ନୋଟିସ୍।
୧୦-ଜାତୀୟ ଖୋ ଖୋ ଟିମର ପ୍ରାୟୋଜକ ହେବେ ଓଡ଼ିଶା ସରକାର। ଆଗାମୀ ୩ ବର୍ଷ ପାଇଁ ଓଡ଼ିଶା ଖୋ ଖୋ ଟିମର ପ୍ରାୟୋଜକ ରହିବ।
୧୧-ସମ୍ୱଲପୁରରେ ସକାଳୁ ସକାଳୁ ବଡ଼ ଧରଣର ଡକାୟତି: ମଣପ୍ପୁରମ୍ମ ବ୍ରାଚଂରେ ପଶି ବନ୍ଧୁକ ମୁନରେ ବନ୍ଧକ କରି ଲୁଟି ନେଲେ ୩୦କେଜି ସୁନା, ୪ଲକ୍ଷ ଟଙ୍କା।
୧୨-ଭୁବନେଶ୍ୱର:୯ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ; ବଢ଼ିଲା ଭିନ୍ନକ୍ଷମ ଓ ବାର୍ଦ୍ଧକ୍ୟ ଭତ୍ତା।
୧୩-ପ୍ରବାସୀ ଭାରତୀୟ ଦିବସ ପାଇଁ ମାସ୍କଟ ଉନ୍ମୋଚିତ, ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ।
୧୪-ଆନନ୍ଦପୁର:ଭାରସାମ୍ୟ ହରାଇ ରାସ୍ତା କଡ଼ରେ ପିଟିହେଲା କାର, ୫ ଗୁରୁତର ୨ଆହତ।
୧୫-ହରଭଙ୍ଗା: ଗ୍ୟାସ୍ ସିଲିଣ୍ଡର୍ ରୁ ଅଗ୍ନିକାଣ୍ଡ, ଶିକ୍ଷୟିତ୍ରୀ ମୃତ, ସରପଞ୍ଚ ସ୍ବାମୀ ସଙ୍କଟାପନ୍ନ।
୧୬-ଆସନ୍ତା ୫ ତାରିଖ ପରେ ରାଜ୍ୟରେ ଶୀତ କମିବା ସମ୍ଭାବନା ରହିଛି, ସକ୍ରିୟ ହେବାକୁ ଥିବା ପଶ୍ଚିମା ଝଡ ପ୍ରଭାବରେ ଶୀତ କମିବ।
୧୭-ଆସନ୍ତା ଜାନୁଆରୀ ୬ରୁ ଆରମ୍ଭ ହୋଇ ୧୨ ଯାଏଁ ଚାଲିବ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ।
୧୮-ଓପିଏସସିରେ ୨୬୫ଟି ପଦ ପାଇଁ ଆସିଲା ବିଜ୍ଞପ୍ତି; ଜାନୁୟରୀ ୧୦ରୁ ରେଜିଷ୍ଟେସନ ଆରମ୍ଭ।
୧୯-ଭୁବନେଶ୍ବରରେ ପହଞ୍ଚିଲା ୨ଟି ଡବଲ ଡେକର୍ ବସ୍ : ବସ୍ରେ ରହିଛି ଶ୍ରୀମନ୍ଦିର, ଧଉଳି ଶାନ୍ତି ସ୍ତୁପ ଓ କଟକ ବାଲିଯାତ୍ରାର ଝଲକ।
୨୦-ଓଡ଼ିଶାର ୨୭ତମ ରାଜ୍ୟପାଳଭାବେ ଶପଥ ନେଇଛନ୍ତି ଡକ୍ଟର ହରିବାବୁ କମ୍ଭମପତି।
୨୧-ଏନସିସି ସାଧାରଣତନ୍ତ୍ର ଦିବସ ଶିବିରରେ ଅଂଶଗ୍ରହଣ କରିବେ ୨୩୦୦ରୁ ଅଧିକ କ୍ୟାଡେଟ୍।
୨୨-ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ, ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଜାମିନ୍ ପ୍ରଦାନ କଲେ ହାଇଦ୍ରାବାଦ କୋର୍ଟ।
୨୩-ଅଟକ ଭାରତୀୟ-ବାଂଲାଦେଶୀ ମତ୍ସ୍ୟଜୀବୀଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ।
୨୪-ସିରିୟାର ପୂର୍ବତନ ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ରୁଷରେ ହତ୍ୟା ଷଡ଼ଯନ୍ତ୍ର, ରକ୍ତ ନମୁନା ପରୀକ୍ଷା ପରେ ବିଷ ଦିଆଯାଇଥିବା ସ୍ପଷ୍ଟ, ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା।
![]()
