ତାରିଖ ୦୬/୦୩/୨୪, ବୁଧବାର
୧-ଚଣ୍ଡିଖୋଲରେ ମୋଦୀ ଗ୍ୟାରେଣ୍ଟି ଦେଲେ ପ୍ରଧାନମନ୍ତ୍ରୀ । ୨୦ ହଜାର କୋଟିର ୧୬ ପ୍ରକଳ୍ପ ହେଲା ଶିଳାନ୍ୟାସ।
୨-ରାଜ୍ୟରେ ସାମାନ୍ୟ ବଦଳିଛି ପାଗ, ତାତିରୁ ଆଶ୍ୱସ୍ତି ମିଳିଛି,ଆଗାମୀ ୩ଦିନ ଯାଏଁ ବର୍ଷା ସମ୍ଭାବନା।
୩-ଭୁବନେଶ୍ୱର: ଏପ୍ରିଲ ୮ରେ ପୂର୍ଣ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ।
୪-ଭୁବନେଶ୍ୱର: ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଆଗୁଆ ପଦକ୍ଷେପ, ପ୍ରସ୍ତୁତ ରହିବାକୁ CDMOଙ୍କୁ ନିର୍ଦ୍ଦେଶ।
୫-ବ୍ରହ୍ମପୁରରେ ବେଆଇନ ଆଚାର ପ୍ରସ୍ତୁତ କମ୍ପାନୀ ଉପରେ ଚଢଉ, ବିପଜ୍ଜନକ ରାସାୟନିକ ପଦାର୍ଥ ଜବତ।
୬-ବ୍ରହ୍ମପୁର:ମାୟାବିନୀ ଜାଲରେ ଫସିଲେ ବ୍ରହ୍ମପୁର ଯୁବକ,ପାର୍ଟଟାଇମ ଚାକିରି ଲୋଭରେ ହରାଇଲେ ୯ ଲକ୍ଷ।
୭-ପୁରୀ ବଳିଆ ପଣ୍ଡା:ବିବାହ ଉତ୍ସବରେ ଲୁଟ୍, ଅତିଥି ହୋଇ ଆସିଲେ, କଳାକନା ବୁଳେଇ ଦେଲେ, ଆଖି ପିଛୁଳାକେ ଲୁଟି ନେଲେ ସୁନା ଓ ଉପହାର।
୮-‘ମୋ ଦେହ ଭାରି ଖରାପ, ଠିକ୍ରେ ପାଠ ପଢ଼ିନି, ପ୍ଲିଜ୍ ଭଲ ମାର୍କ ଟିକେ ଦେବେ’: ପରୀକ୍ଷା ଖାତାରେ ଏହା ଲେଖିଲେ+୨ ଛାତ୍ରୀ ।
୯-ନିଶାରେ ବୁଡୁଛି ଭୁବନେଶ୍ୱର, ଦେଶର ତୃତୀୟ ସର୍ବାଧିକ ନିଶାଡ଼ିଙ୍କ ସହର । ରାଜ୍ୟ ରାଜଧାନୀରେ ୩୭% ଯୁବପିଢ଼ି ନେଉଛନ୍ତି ନିଶା ।
୧୦-ପୁରୀ-ଆନନ୍ଦ ବିହାର ଭାୟା କେନ୍ଦୁଝରଗଡ଼ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ।
୧୧-ଚାନ୍ଦବାଲି ଧାମରା ମୁହାଣରୁ ଧରାଗଲା ଦାମୀ ମାଛ । ଗଭୀର ସମୁଦ୍ରରୁ ୭ଟି ବିରଳ ସୋଲପାଟିଆ ମାଛ ଉଦ୍ଧାର , ମାଛର ଦାମ୍ ୧ଲକ୍ଷ ୮ ହଜାର ୪ଶହ ଟଙ୍କା।
୧୨-କେନ୍ଦୁଝର:ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍, ପୀଡିତାକୁ ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ନିର୍ଦ୍ଦେଶ।
୧୩-ଭଦ୍ରକ, ନାଉରୀଗଡିଆ ଗାଁ:କୋଳି ଖାଇବା ହେଲା କାଳ, ମଠ ପୋଖରୀରେ ଗାଧୋଇବା ବେଳେ ଦୁଇ ଛାତ୍ରଙ୍କ ମୃତ୍ୟୁ।
୧୪-ଇଡିର ଜାଲରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସ କାନ୍ତି,୩ଟି ସ୍ବତନ୍ତ୍ର ଟିମ୍ କରୁଛନ୍ତି ଜେରା।
୧୫-ସନ୍ଦେଶଖାଲି ହିଂସା: ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ NCW ଅଧ୍ୟକ୍ଷା, ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି ପାଇଁ କଲେ ସୁପାରିଶ।
୧୬-ୟୁପି ପୁଲିସ ପରୀକ୍ଷା ପେପର ଲିକ୍ ମାମଲା: ପଦରୁ ହଟିଲେ ବୋର୍ଡ ଅଧ୍ୟକ୍ଷା।
୧୭-ବେଙ୍ଗାଳୁରୁ:ପାଣି ନଷ୍ଟ କଲେ ଦେବେ ୫ ହଜାର ଫାଇନ୍; ଜଗିବେ ସ୍ୱତନ୍ତ୍ର ସୁରକ୍ଷାକର୍ମୀ।
୧୮-ଧନୀ ତାଲିକାର ଶୀର୍ଷ ସ୍ଥାନ ହରାଇଲେ ମସ୍କ । ଏଲନ ମସ୍କଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନରେ ଜେଫ୍ ବେଜୋସ୍ ।
୧୯-ଫ୍ରାନ୍ସରେ ଗର୍ଭପାତ ମହିଳାଙ୍କ ସାମ୍ବିଧାନିକ ଅଧିକାର:ବିଶ୍ବରେ ପ୍ରଥମ ରାଷ୍ଟ୍ର।
୨୦-ସାରା ବିଶ୍ୱରେ ଫେସ୍ବୁକ୍ ଏବଂ ଇନଷ୍ଟାଗ୍ରାମରେ ସର୍ଭର ଧୀର ହୋଇଥିବା ସୂଚନା।ପାସ୍ଓ୍ୱାର୍ଡ ଭୁଲ୍ ଥିବା ସନ୍ଦେଶ ବି ଆସୁଛି।
![]()
