ତାରିଖ:୨୭/୦୭/୨୪, ଶନିବାର
୧-ଓଡ଼ିଶାକୁ ଆଳୁ ପଠାଇବା ପାଇଁ ମମତାଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ।
୨-ଭୁବନେଶ୍ୱର:ସରକାରୀ କାର୍ଯ୍ୟରେ ଓଡିଆ ଭାଷାର ବ୍ୟବହାର ନିର୍ଦେଶନାମା ଜାରି କଲେ କୃଷି ସଚିବ
୩-ଦୁଇ ଦିନ ଭିତରେ ସମସ୍ୟାର ସମାଧାନ ହୋଇଯିବ, ଚାହିଦା ଅନୁସାରେ ୭ଦିନର ଆଳୁ ମହଜୁଦ ଅଛି : ଖାଦ୍ୟଯୋଗାଣ ମନ୍ତ୍ରୀ।
୪-ଲଘୁଚାପ ନେଇ ୧୩ ଜିଲାକୁ ସଜାଗ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ।
୫-ନୂଆ ବାରବାଟୀ ଷ୍ଟାଡିୟମ ଆଶା ମଉଳିଲା, ବଜେଟ୍ ରେ କ୍ରୀଡ଼ା ରାଜଧାନୀକୁ ଉପେକ୍ଷା।
୬-ରଥଯାତ୍ରାରେ ‘ମହାବିଭ୍ରାଟ’: ସ୍ୱୀକାର କରନ୍ତୁ ସରକାର । ବିଧାନସଭା ହୁଲସ୍ତୁଲ, କକ୍ଷତ୍ୟାଗ କଲେ ବିରୋଧୀ । ଅଭିଯୋଗକୁ ଖଣ୍ଡନ କଲେ ଆଇନମନ୍ତ୍ରୀ ।
୭-ମୁଖ୍ୟମନ୍ତ୍ରୀଙ୍କ ୪ ଦିନିଆ ଦିଲ୍ଲୀ ଗସ୍ତ,ନିତି ଆୟୋଗ ବୈଠକରେ ଯୋଗ ଦେବେ।
୮-କୁବେର ଯନ୍ତ୍ରୀ ସୁନୀଲଙ୍କୁ ବାନ୍ଧିଲା ଭିଜିଲାନ୍ସ,ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ହୋଇଥିଲା ରେଡ୍।
୯-ଭୁବନେଶ୍ୱର:ଅଗ୍ନିବୀରଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମିଳିବ ୧୦% ସଂରକ୍ଷଣ।
୧୦-କେନ୍ଦୁଝର ଓ ସୋନପୁରରେ ହେବ ଇ.ଏସ.ଆଇ ହସ୍ପିଟାଲ।
୧୧-ସେପ୍ଟେମ୍ୱର ୧୭ରେ ‘ସୁଭଦ୍ରା’ର ଶୁଭାରମ୍ଭ: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା।
୧୨-ଚର୍ଚ୍ଚାରେ ସୁନ୍ଦରଗଡ ବଣାଇର ଗୋଗୁଆ ଗାଁ । କାରଣ, ଏଠି ଅନଲାଇନ୍ ଗେମ୍ ଖେଳି କୋଟିପତି ବନିଛନ୍ତି କିଛି ଯୁବକ ।
୧୩-ଜାପାନର କୋୟାସାନ୍ ବିଶ୍ବବିଦ୍ୟାଳୟରୁ ଡ଼ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍।
୧୪-ନିଟ୍ -ୟୁଜି ସଂଶୋଧିତ ଫଳ: ଟପ୍ପର ସଂଖ୍ୟା ୧୭କୁ ଖସିଲା।
୧୫-ପ୍ୟାରିସରେ ଲଙ୍କାକାଣ୍ଡ ସତ୍ବେ ପ୍ୟାରିସ ଅଲିମ୍ପିକସ୍ ଉଦଘାଟିତ।
୧୬-ଗ୍ରାଜୁଏସନ୍ କରିଥିଲେ SBIରେ ଚାକିରି; ଦରମା ପାଖାପାଖି ୮୬ ହଜାର।ଏହି ନିଯୁକ୍ତି ମାଧ୍ୟମରେ ୬୮ ପଦବୀ ପୂରଣ ହେବ।
୧୭-ବାଂଲାଦେଶକୁ ୧୦ ୱିକେଟରେ ହରାଇ କମାଲ କଲା ଭାରତୀୟ ମହିଳା କ୍ରିକେଟ ଟିମ୍ । ନବମଥର ପାଇଁ ଏସିଆ କପ୍ ଫାଇନାଲରେ ପହଂଚିଲା ଦଳ।
୧୮-ଅଗଷ୍ଟ ଶେଷ ସୁଦ୍ଧା ବିଜେପି ବାଛିବ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆସନ୍ତା ମାସରେ ନଡ୍ଡାଙ୍କର ସରୁଛି କାର୍ଯ୍ୟକାଳ, ରେସରେ ସବୁଠୁ ଆଗରେ ସ୍ମୃତି ଇରାନୀ।
୧୯-ବାଂଲାଦେଶ ଶରଣାର୍ଥୀ ମାମଲାରେ MEAକୁ ମମତାଙ୍କ ଜବାବ: ମୋତେ ଶିଖାଅନି ନିଜେ ଶିଖ।
୨୦-ବଢିଲା କମଲା ହ୍ୟାରିସଙ୍କ ବଳ । ସମର୍ଥନ ଦେବାକୁ ବାରାକ ଓବାମା ଓ ମିଚେଲ ଓବାମାଙ୍କ ଘୋଷଣା।
![]()
