ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ତାଲିମ୍ ଶିବିର ଉଦ୍‌ଘାଟିତ

Adarsha Plus love with social

ଢେଙ୍କାନାଳ : ୧୮।୧: ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଢେଙ୍କାନାଳରେ ଆଜି ଜାନୁଆରୀ ୧୮ ତାରିଖରେ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି ତାଲିମ୍ ଶିବିରକୁ ଉଦ୍‌ଘାଟନ କରି ଅଧ୍ୟକ୍ଷ ଡ. ରାମଚନ୍ଦ୍ର ମଲ୍ଲ ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ସମ୍ପ୍ରତି ଯୁଗରେ ଆତ୍ମରକ୍ଷା କୌଶଳର ମହତ୍ବ ସମ୍ପର୍କରେ ଅବଗତ କରାଇଥିଲେ । ଏହି ଆତ୍ମରକ୍ଷା ତାଲିମ୍ ପାଇ ଛାତ୍ରୀମାନେ ନିଜକୁ ସଶକ୍ତ କରିବାରେ ସକ୍ଷମ ହେବେ ବୋଲି ରିସୋର୍ସ ପର୍ସନ୍ ଜୟନ୍ତୀ ବେହେରା ମତବ୍ୟକ୍ତ କରିଥିଲେ । ଅଧ୍ୟାପିକା ପ୍ରଜ୍ଞା ପାରମିତ ମାଝୀ ଏହି ପ୍ରଶିକ୍ଷଣ ଶିବିରର ସଂଯୋଜନା କରିଥିଲେ। ରିସୋର୍ସ ପର୍ସନ୍ ଜୟନ୍ତୀ ବେହେରା ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!