ଏଇତ ଦୁନିଆଁ

Adarsha Plus love with social

ତାରିଖ:୨୫/୦୭/୨୪, ଗୁରୁବାର

୧-ସାରା ରାଜ୍ୟରେ ଜାରି ରହିଛି ବର୍ଷା, ପୂର୍ବ ମଧ୍ୟପ୍ରଦେଶ-ଛତିଶଗଡ ନିକଟରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା।

୨-ରାଜ୍ୟ ବଜେଟ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ :ଓଡ଼ିଶାରେ ମୁଣ୍ଡପିଛା ଆୟ ୧ ଲକ୍ଷ ୬୪ ହଜାର,୨୦୨୩-୨୪ରେ ଓଡିଶାର ଅଭିବୃଦ୍ଧି ହାର ୮.୫ ପ୍ରତିଶତ ରହିବ।

୩-ଘୁଞ୍ଚିଲା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ତାରିଖ। ଆସନ୍ତା ଅଗଷ୍ଟ ୧୭ ତାରିଖରେ ଅନୁଷ୍ଠିତ ହେବ ଓଟିଇଟି।

୪-ମାଧ୍ୟମିକ ସ୍ତରରୁ ଅଧାରୁ ପାଠ ଛାଡିବା ହାରରେ ଓଡ଼ିଶା ଦେଶରେ ପ୍ରଥମ।

୫-ବିଧାନସଭାରେ ଆଜି ଆସିବ ପୂର୍ଣ୍ଣାଙ୍ଗ ବଜେଟ, ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ରହିବ ବ୍ୟବସ୍ଥା।

୬-ଭୁବନେଶ୍ୱର: କାର୍ଯ୍ୟକାରୀ ହେଉନି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ, ଇଂରାଜୀରେ ପ୍ରକାଶ ପାଉଛି ସରକାରୀ ଚିଠି।

୭-ଭବାନୀ ଶଙ୍କର ଭୋଇ ବିଧାନସଭା ଉପବାଚସ୍ପତି ନିର୍ବାଚିତ।

୮-ମଧୁସୁଦନ ଆଇନ୍ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ ନିଷ୍ପତ୍ତି:ଏଣିକି ଓଡ଼ିଆରେ ଆଇନ୍ ପାଠ।

୯-ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡିରୁ ମିଳିଛି ୯୯ ଲକ୍ଷ ୧୫ ହଜାର ଟଙ୍କା।

୧୦-ଚନ୍ଦନେଶ୍ଵର: ଧରା ହେଲା ୫୦ଟନ୍ ଇଲିସି,୨ କୋଟି ଟଙ୍କାର ହେଲା କାରବାର।

୧୧-ସମ୍ବଲପୁର:୧୦ ଆନ୍ତଃଜିଲ୍ଲା ଡକାୟତ ଗିରଫ,୭୫ଲକ୍ଷ ଟଙ୍କା ମୂଲ୍ୟର ଜିନିଷ ଜବତ।

୧୨-ସରକାର ବଦଳିଲା, ସ୍ଥିତି ସୁଧୁରିଲାନି: ହଟ୍ଟଗୋଳରେ ବାରମ୍ୱାର ଅଟକିଲା ବିଧାନସଭା।

୧୩-ଡ୍ୟାମରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ ଘଟଣା,୪ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୧୪-ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ସାମ୍ବାଦିକା! ବାପୁଜୀନଗର ରେଳ ଧାରଣାରୁ ମିଳିଲା ମୃତଦେହ।

୧୫-ବଢ଼ିଲା ଆଶା, ଅପେକ୍ଷାରେ ଥିବା ଯୋଗ୍ୟ ରାସନକାର୍ଡ ହିତାଧିକାରୀ ପାଇବେ ରାସନକାର୍ଡ: ସାମିଲ ହେବେ ନୂଆ ୮ଲକ୍ଷ ହିତାଧିକାରୀ।

୧୬-ଖଲ୍ଲିକୋଟ:ପୁଣିଥରେ ହଷ୍ଟେଲରେ ଛାତ୍ରଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବାର ଅଭିଯୋଗ।

୧୭-କପିଳାସ ପାହାଚରେ ମାଳ ମାଳ ସାପ, କାଉଡ଼ିଆ ଓ ଭକ୍ତ ଦେଖି ଛାନିଆ।

୧୮-ଚାନ୍ଦିପୁର:ଦ୍ୱିତୀୟ ପର୍ଯ୍ୟାୟ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାର ପରୀକ୍ଷଣ ସଫଳ।

୧୯-ପରିବା ଦର ଶୁଣି କିଣିବାକୁ ଲାଗୁଛି ଡ଼ର, ଯାହାକୁ ଛୁଇଁବ ୮୦, ଟମାଟୋ ୧୦୦ ପାର୍।

୨୦-ରେଳ ପାଇଁ ଓଡ଼ିଶାକୁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ, ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।

୨୧-୫୦ ହଜାର ଲାଞ୍ଚ ନେଇ ଫସିଲେ ପାଟଣାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସୁଜିତ କୁମାର ପାଢୀ।

୨୨-ଭୁବନେଶ୍ୱର:ୟୁରିଆ ସାର-ଏସିଟିକ୍ ଏସିଡ୍-ନକଲି ରଙ୍ଗ ଆଉ ଫ୍ଲେଭରରେ ତିଆରି ହେଉଥିଲା ସସ୍।

୨୩-କେବେ ନିର୍ଯାତନା ତ କେବେ ଅକାଳ ମୃତ୍ୟୁ, ଦାନା ଯୋଗାଡ଼ରେ ଯାଇ ଶବ ପାଲଟୁଛନ୍ତି ଶ୍ରମିକ,୫ ବର୍ଷରେ ମଲେଣି ୧୯୭।

୨୪-କାଠମାଣ୍ଡୁ : ବଡ ଅଘଟଣ, ଉଡାଣ ଭରିବା ପରେ ଜଳିଗଲା ବିମାନ, ବିମାନ ଦୁର୍ଘଟଣା ପରେ ନିଆଁ ଲାଗି ୧୮ ଯାତ୍ରୀଙ୍କ ମୃତ୍ୟୁ।

୨୫-ଆଦିସ ଅବାବା:ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡ଼ା ଧସି ୨୨୯ଜଣଙ୍କ ମୃତ୍ୟୁ।

ତାରିଖ ୨୪/୦୭/୨୪, ବୁଧବାର

୧-ଓଡ଼ିଶାକୁ ମିଳିଲା ନାହିଁ ସ୍ବତନ୍ତ୍ର ପାହ୍ୟା, ବିଜେଡ଼ିର ପ୍ରତିବାଦ,ସେପଟେ ଆନ୍ଧ୍ର- ବିହାରକୁ ପୁରସ୍କାର।

୨-ଭୁବନେଶ୍ୱର:ବଜେଟ୍ ଅଧିବେଶନ; ୨୦୨୯ ସୁଦ୍ଧା ରାଜ୍ୟରେ ସୃଷ୍ଟି ହେବ ସାଢେ ତିନି ଲକ୍ଷ ନିଯୁକ୍ତି ସୁଯୋଗ।

୩-୨୦୨୪-୨୫ ବର୍ଷର ବଜେଟ ଉପସ୍ଥାପନ: ସୁନା, ରୁପା, କର୍କଟ ଔଷଧ, ମୋବାଇଲ୍‌ ଫୋନ୍‌ ଶସ୍ତା। ପେଟ୍ରୋକେମିକାଲ ଉତ୍ପାଦ, ପ୍ଲାଷ୍ଟିକ୍‌ ଓ ପ୍ଲାଷ୍ଟିକ୍‌ ଉତ୍ପାଦ, ଟେଲିକମ୍‌ ଉପକରଣ, ବିମାନ ଯାତ୍ରା, ସିଗାରେଟ୍‌ ମହଙ୍ଗା।

୪-ବଜେଟକୁ ନେଇ କେନ୍ଦ୍ର ସରକାରଙ୍କୁ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ୍ । କହିଲେ ବଜେଟରେ ଓଡ଼ିଶା ପାଇଁ କିଛି ନାହିଁ।

୫-୨୦୦୧ ବ୍ୟାଚର ଆଇଏଏସଙ୍କୁ ମିଳିଲା ଗୁରୁ ଦାୟିତ୍ୱ,ନୂଆ ସିଇଓ ହେଲେ ଆର୍ ସନ୍ଥଗୋପାଳନ।

୬-୫୩ ଦିନରେ ରାଜ୍ୟରେ ୩୮୮.୬% ବର୍ଷା, ସ୍ୱାଭାବିକ ତୁଳନାରେ ୧୫% କମ୍‌‌।

୭-ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଟାସ୍କ ଫୋର୍ସ ଗଠିତ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କରିବେ ଅଧ୍ୟକ୍ଷତା।

୮-ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ ଘଟଣାରେ ରାଜଭବନ ସାମ୍ନାରେ ବିଜେଡିର ଯୁବ ଛାତ୍ର ସଙ୍ଗଠନର ବିକ୍ଷୋଭ । କହିଲେ, ରାଜ୍ୟପାଳଙ୍କ ପୁଅକୁ ଗିରଫ କରାନଗଲେ ଆହୁରି ତୀବ୍ରତର ହେବ ଆନ୍ଦୋଳନ ।

୯-ଜୋର ଧରିଲା ପୋଲାଭରମ ପଲିଟିକ୍ସ, ବିଜେପିକୁ ଘେରିଲେ ବିଜେଡି ଓ କଂଗ୍ରେସ।

୧୦-ମାର୍ଶାଘାଇର ୨ ପଞ୍ଚାୟତରେ ପାଗଳ ବିଲୁଆ ଆତଙ୍କ, ବିଲୁଆ କାମୁଡାରେ ମହିଳାଙ୍କ ମୃତ୍ୟୁ,୧୫ ଆହତ।

୧୧-କଣିହାଁ:ଏନଟିପିସିରେ ଅଘଟଣ, ଶ୍ରମିକଙ୍କ ପେଟରେ ଗଳିଗଲା ବାଉଁଶ।

୧୨-ଭବାନୀ ଶଙ୍କର ଭୋଇ ହେବେ ଉପବାଚସ୍ପତି, ଭରିଲେ ନାମାଙ୍କନ।

୧୩-ବ୍ରହ୍ମପୁର:ଯୁକ୍ତ ୩ ଦ୍ବିତୀୟ ବର୍ଷ ଛାତ୍ରଙ୍କୁ ଶାରୀରିକ ନିର୍ଯାତନା,ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଛାତ୍ରାବାସରେ ରାଗିଂ ଅଭିଯୋଗ।

୧୪-ଅନୁଗୋଳ,ସୁସବା ପଞ୍ଚାୟତ:୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମହିଳା ସରପଞ୍ଚଙ୍କ ସହ ସ୍ୱାମୀ ଗିରଫ।

୧୫-ଭୁବନେଶ୍ୱରର ମାର୍କେଟରେ ବୁଲୁଛି ନକଲି ସସ୍ ,ଖାଉଥିଲେ ହୋଇଯାଆନ୍ତୁ ସାବଧାନ।

୧୬-୬ଟି ଭାରତୀୟ ଭାଷାକୁ ଯଥା
ତାମିଲ୍‌‌, ସଂସ୍କୃତ, କନ୍ନଡ, ତେଲୁଗୁ, ମାଲାୟଲମ୍‌‌ ଏବଂ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି।

୧୭-ବଜେଟ୍‌କୁ ନେଇ ରାହୁଲଙ୍କ କଟାକ୍ଷ, Xରେ ପୋଷ୍ଟ କରି କହିଲେ ସାଧାରଣ ଲୋକ ନୁହେଁ,ଲାଭ ପାଇବେ ଅଦାନୀ ଓ ଅମ୍ବାନୀ।

୧୮-ପୁରୁଣା ଆୟକର ସ୍ଲାବ ଅପରିବର୍ତିତ,ନୂଆରେ ପରିବର୍ତନ ବଢ଼ିଲା ଷ୍ଟାଣ୍ଡାର୍ଡ ଡିଡକସନ୍ ପରିମାଣ, ୫୦ରୁ ବଢ଼ି ହେଲା ୭୫ହଜାର । ମିଳିଲାନି ରିହାତି।

୧୯-ଟାଇମ୍ସ ଅଫ ଇଣ୍ଡିଆ ରଥଯାତ୍ରା ପ୍ରତିଯୋଗୀତାରେ ଶ୍ରୀବାଣୀକ୍ଷେତ୍ରକୁ ମିଳିଲା ଶ୍ରେଷ୍ଠ ପୁରସ୍କାର।

୨୦-ନିଟ୍ ୟୁଜି ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ରାୟ । ପୁର୍ନବାର ପରୀକ୍ଷା ଆୟୋଜନକୁ କୋର୍ଟଙ୍କ ନା, ଆଜିଠାରୁ କାଉନସେଲିଂ।

୨୧-ଇସ୍ରାଏଲରେ କାମ କରୁଛନ୍ତି ୪୮୨୫ ଭାରତୀୟ ଶ୍ରମିକ.।

୨୨-ଲଢେଇ ପୂର୍ବରୁ ବଢୁଛି କମଲା ହ୍ୟାରିସଙ୍କ ବଳ । ବାଇଡେନ, ନାନସୀ ପେଲୋସୀ ଜଣାଇଲେ ସମର୍ଥନ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!