ଦୈନିକ ପରିବା ମାର୍କେଟ୍ ଠାରେ ନୂତନ ତ୍ରିନାଥ ମନ୍ଦିର ବିଗ୍ରହ ପ୍ରତିଷ୍ଠା ର ପୂର୍ଣ୍ଣାହୁତି

Adarsha Plus love with social


ଢେଙ୍କାନାଳ, ୨୨।୧: ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ମ୍ୟୁନିସିପାଲଟି ଦୈନିକ ପରିବା ମାର୍କେଟ
ଓ କୃଷକ ବଜାର ଠାରେ ନୂତନ ତ୍ରିନାଥ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବର ଆଜି ପୂର୍ଣ୍ଣାହୁତି ଅନୁଷ୍ଠିତ
ହୋଇଯାଇଛି । ପ୍ରଥମ ଦିନ କଳସ ଯାତ୍ରା ରେ ୪୦ ରୁ ଉର୍ଦ୍ଧ ବ୍ୟବସାୟୀ ମାନେ ସହର ପରିକ୍ରମା
ପରେ ଯଜ୍ଞ ଅଧିବାସ ଆରମ୍ଭ ହୋଇ ଅଖଣ୍ଡ ଦୀପ ସ୍ଥାପନ ହୋଇଥିଲା । ପ୍ରତ୍ୟେକ ଦିନ ସୂର୍ଯ୍ୟ ପୂଜା, ମଣ୍ଡଳ
ପୂଜା, ବିଭିନ୍ନ ଭୋଗରାଗ ଲାଗି, ଯଜ୍ଞ ଓ ହୋମ ସହିତ ତ୍ରିନାଥଙ୍କ ଷୋଡଶ ଉପଚାର କରାଯାଇ
ମନ୍ଦିରରେ ସ୍ଥାପନ କରାଯାଇଥିଲା। ଉକ୍ତ ବିଗ୍ରହ ପ୍ରତିଷ୍ଠା ଉତ୍ସବର ତୃତୀୟ ଦିନରେ ପୂର୍ଣ୍ଣାହୁତି ପରେ
ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିଲା । ଏହି ଅବସରରେ ନରଣପୁରର ମା’ କୁଣ୍ଡେଇଶୁଣି ସଂକୀର୍ତନ
ମଣ୍ଡଳୀ ଓ ଗୁଡିଆକାଟେଣୀ ପତଳାର ଜୟ ଦୁର୍ଗା ସଂକୀର୍ତନ ମଣ୍ଡଳୀ ଦ୍ବାରା ବାଦୀ ସଂକୀର୍ତନ ଅନୁଷ୍ଠିତ
ହୋଇଥିଲା । ପୂଜକ ଲିଙ୍ଗରାଜ ପତି କର୍ତା ଦିଲୀପ କୁମାର ରଥ ଓ ଯୋଗେନ୍ଦ୍ର କୁମାର ସ୍ବାଇଁ ସଭାପତି
ଶିବରାମ ଦାସ ସମ୍ପାଦକ ସଞ୍ଜୟ ମହାନ୍ତି, ଅନ୍ୟ ସମସ୍ତ କର୍ମକର୍ତା ମାନେ ବିଜୟ ରାଉତ , ଅଜୟ
ଦାସ, ସୁଶାନ୍ତ ଶତପଥୀ, ମନୋଜ ବେହେରା,ମାଧବ ବରାଳ,ଶ୍ୟାମ ବରାଳ, ସୁଶାନ୍ତ ସାହୁ, ବିଜୟ
ସାହୁ, ଟୁକୁ, ପ୍ରମୋଦ, ଚଗଲି, ଦିଲୁ, ନିର, ସକୁରା, ଛବି, ପ୍ରତାପ, ଅଭି, ରାଜୁ, ସୁରେଶ, ଲୁଲୁପ,
ବୃଦ୍ଧିଆ, ସୁଶାନ୍ତ ଓ ଚାଷୀ ମାନେ ଉପସ୍ଥିତ ରହି ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳନ କରିଥିଲେ ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!