ଢେଙ୍କାନାଳ : ଢେଙ୍କାନାଳ ସହର ସ୍ଥିତ କୋରିଆଁ ୨୩ ନମ୍ବର ୱାର୍ଡରେ ଅଷ୍ଟପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଖପାଖ ଅଞ୍ଚଳରୁ ପ୍ରାୟ ୨୦ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ନାମଯଜ୍ଞ କରିଥିଲେ। ସମଗ୍ର ଗ୍ରାମରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେଇଥିଲା । ଅଧିବାସ, ନାମଯଜ୍ଞ ଓ ଶେଷ ଦିନ ନଗର ପରିକ୍ରମା କରି ଦଧିହାଣ୍ଡି ଭଙ୍ଗା ଯାଇ ଯଜ୍ଞ ଶେଷ ହୋଇଥିଲା ।ଏଥିରେ ସମୂହ ଗ୍ରାମବାସୀ ସହଯୋଗ କରିଥିଲେ ।
![]()
