କାମାକ୍ଷାନଗର ରେ ରାଲି ଓ ଗଣଧାରଣା

Adarsha Plus love with social

କାମାକ୍ଷାନଗର:୦୩/୦୬/୨୫; ପଡା ଗ୍ରାମ କୁ ରାଜସ୍ବ ଗ୍ରାମର ମାନ୍ୟତା, ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ଅଧିକାର, ଜଙ୍ଗଲଜମିରୁ ଉଛେଦ ପ୍ରତିବାଦ ରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ ଓ ଦାବିପତ୍ର ପ୍ରଦାନ କଲା ୫ ଆଦିବାସୀ ସଂଗଠନ ।
ପଡା ଗ୍ରାମ କୁ ରାଜସ୍ବ ଗ୍ରାମର ମାନ୍ୟତା, ଜଙ୍ଗଲ ଜମି ଅଧିକାର ଓ ଜଙ୍ଗଲ ଜମି ରୁ ଆଦିବାସୀ ଙ୍କୁ ଉଛେଦ ଦାବି ନେଇ ବିଶାଳ ଶୋଭାଯାତ୍ରା କରିବା ସହ କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛି ଢେଙ୍କାନାଳ ଜିଲ୍ଲା ର ୫ ଟି ଆଦିବାସୀ ସଂଗଠନ l ସ୍ଥାନୀୟ ଜିରିଡ଼ାମାଳି ଠାରୁ ହଜାର ହଜାର ସଂଖ୍ୟାରେ ଆଦିବାସୀ ମାନେ ଏକତ୍ରିତ ହୋଇ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ବେଶଭୁଷା ପରିଧାନ କରି ରାଜ୍ୟ ସରକାର ଙ୍କ ଆଦିବାସୀ ମାରଣ ନୀତି ଉପରେ ଗର୍ଜିବା ସହ କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ମିଳିତ ଆଦିବାସୀ ସଂଘର୍ଷ ମଞ୍ଚ, ଆଦିବାସୀ ଚେତନା ସଂଗଠନ, ହୋ ସମାଜ କ୍ରିୟାନୁଷ୍ଠାନ କମିଟି, ଭାରତଜାକାତ ମାଝୀ ପାରଗଣା ମହଲ ଓ ଡ଼ ବି ଆର ଆମ୍ବେଦକର ମୁଳ ନିବାସୀ ଦଳିତ ସଙ୍ଘ ପ୍ରମୁଖ ୫ ଟି ଆଦିବାସୀ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ୧୮ ଦଫା ସମ୍ବଳିତ ଏକ ଦାବିପତ୍ର ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି l ଆଗାମୀ ଦିନ ରେ ସରକାର ଯଦି ଆଦିବାସୀ ମାନଙ୍କ ନାର୍ଯ୍ୟଦାବି ପ୍ରତି ଅଣଦେଖା କରନ୍ତି ଓ କୌଣସି ଦାବି ପୂରଣ ନକରନ୍ତି ତାହେଲେ ଲକ୍ଷଲକ୍ଷ ଆଦିବାସୀ ଏକାଠି ହୋଇ ସରକାର ଙ୍କୁ ଘେରିବା ପାଇଁ ସଙ୍ଘ ତରଫରୁ ଚେତାବନୀ ଦିଆଯାଇଛି l କାମାକ୍ଷାନଗର ରୁ ଅସିତ୍ ସାହୁ ଙ୍କ ରିପୋର୍ଟ ଆଦର୍ଶ ପ୍ଲସ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!