ଢେଙ୍କାନାଳ, : ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଚଳିତ ମାର୍ଚ୍ଚ ୨୩ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଅଗ୍ରଣୀ ସେଚ୍ଛାସେବୀ ଅନୁଷ୍ଠାନ ‘ନିୟୁ ଇଣ୍ଡିଆ’ ପକ୍ଷରୁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଏନ୍.ବି.ଟି. ସହଯୋଗରେ ‘ପ୍ରଥମ ମହିମା ବହି ମେଳା’ ଅନୁଷ୍ଠିତ ହେଉଅଛି । ପ୍ରକାଶଥାଉକି, ବହିମେଳାକୁ ଏବଂ ପୁସ୍ତକ ପ୍ରତି ଲୋକାଭିମୁଖୀ ସୃଷ୍ଟି କରିବା ସହ ପାଠକୀୟ ଆଦୃତି ଲାଭ କରିବା ପାଇଁ ସେଚ୍ଛେସେବୀ ଅନୁଷ୍ଠାନ ‘ନିୟୁ ଇଣ୍ଡିଆ’ର ପ୍ରୟାସ । ୨୩ ତାରିଖ ରବିବାର ସଂଧ୍ୟା ୩ ଘଟିକା ସମୟରେ ପ୍ରଥମ ମହିମା ବହି ମେଳାର ଶୁଭ ଉଦ୍ଘାଟନ ହେବାକୁ ଥିବାବେଳେ ପ୍ରତ୍ୟହ ସଂଧ୍ୟାରେ ବୌଦ୍ଧିକ ଆଲୋଚନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ସେହିପରି ୨୭ ତାରିଖ ଅପରାହ୍ନ ୩ ଘଟିକା ସମୟରୁ ସତନ୍ତ୍ର କବିତା ପାଠ ଉତ୍ସବ କାର୍ଯ୍ୟକ୍ରମ ରହିଥିବା ବେଳେ ୨୮ ତାରିଖ ସଂଧ୍ୟା ୬ ଘଟିକାରେ ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହେବ । ଏହି ବହି ମେଳାରେ ଗଳ୍ପ, ଉପନ୍ୟାସ, କବିତା ବହି, ପୁରାଣ, ସାହିତ୍ୟ, ଧର୍ମ, ସଂସ୍କୃତି ଅନୁବାଦ ପୁସ୍ତକ, ବାଣିଜ୍ୟ, ଉଦ୍ୟାନ, ଜଣା ଅଜଣା, ସାଧାରଣ ଜ୍ଞାନ, କମ୍ପ୍ୟୁଟର ଶିକ୍ଷା, ଜ୍ଞାନ ବିଜ୍ଞାନ ଆଦି ଅନେକ ପ୍ରକାର ବହି ଏହି ମେଳାରେ ଉପଲବ୍ଧ ହେବ । ପ୍ରତ୍ୟହ ଅପରାହ୍ନ ଘ.୨.୩୦ମି. ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ମହିମା ବହି ମେଳାର ଷ୍ଟଲ୍ ଖୋଲା ରହିବ ବୋଲି ବହି ମେଳାର ଆବାହକ ଶେଷଦେବ ରାଉତ ସୂଚନା ଦେଇଛନ୍ତି ।
![]()
