ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଇକ ଦହିକୋରର ବାର୍ଷିକ ଉତ୍ସବ ଅନୁଷ୍ଠିତ ।

Adarsha Plus love with social

★ ୭୦ ବର୍ଷର ବିଦ୍ୟାଳୟରେ ପ୍ରଥମ ବାର୍ଷିକ ଉତ୍ସବ ରଚିଲା ଇତିହାସ

★ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉଦ୍ୟମକୁ ଭୁୟସୀ ପ୍ରଶଂସା କଲେ ଗ୍ରାମବାସୀ

★ ପୁରାତନ ଶିକ୍ଷକ ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମହାମିଳନ ପାଲଟିଲା ଏହି ଉତ୍ସବ

ଢେଙ୍କାନାଳ : ୨୮/୨୫ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଳଦିଆବନ୍ଧ ଗ୍ରାମ ପଞ୍ଚାୟତରେ ଥିବା ପାଇକ ଦହିକୋର ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଦର ବ୍ଲକର ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶତ୍ରୁଘ୍ନ ଖଣ୍ଡା ଯୋଗଦେଇଥିବା ବେଳେ ମୂଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜୟ କୁମାର ସାମନ୍ତରାୟ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ସି. ଆର. ସି. ସି ସାଧନା ମହାନ୍ତି, ସମାଜସେବୀ ସୁବାଷ ହାତୀ ଯୋଗଦାନ କରିଥିଲେ । ଗୌରାଙ୍ଗ ଚରଣ ଵିଦ୍ୟାପୀଠର ପ୍ରଧାନ ଶିକ୍ଷକ ଟୁଟୁ ମିଶ୍ର ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବାର୍ଷିକ ସ୍ମରଣୀକା ” ଭିନ୍ନ ଏକ ପ୍ରୟାସ” ଲୋକାର୍ପଣ ହୋଇଥିଲା । ଏହି ବିଦ୍ୟାଳୟରେ ଶିକ୍ଷାଦାନ କରିଥିବା ପୂର୍ବତନ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରସ୍କାର ବିତରଣ ସହିତ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପୁରାତନ ଛାତ୍ର ବିଜ୍ଞାନ ମହାନ୍ତି ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ସହକାରୀ ଶିକ୍ଷକ ସୌମ୍ୟ ରଞ୍ଜନ ମହାରଣା, ସ୍କୁଲ ପରିଚାଳନା କମିଟି, ଓ ଗ୍ରାମବାସୀ ସହଯୋଗ କରିଥିଲେ ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!