ଢେଙ୍କାନାଳ, ୨୭୩୮: ଢେଙ୍କାନାଳ ସହର ବସ୍ଷ୍ଟାଣ୍ଡସ୍ଥିତ ଗ୍ରେସ୍ କିଜୀ ପ୍ରି-ସ୍କୁଲ୍ ପକ୍ଷରୁ ସ୍କୁଲ୍ ପରିସରରେ ନନ୍ଦ ଉତ୍ସବ ହର୍ଷ ଉଲ୍ଲାସର ସହିତ ପାଳିତ ହୋଇଯାଇଅଛି । ପୌରାଣିକ ପରମ୍ପରାକୁ ବଜାୟ ରଖୁବା ପାଇଁ ସୁକ୍ଳ ପକ୍ଷରୁ କୂନି କୁନି ପିଲାମାନଙ୍କୁ ନେଇ ଶ୍ରୀକୃଷ୍ଣଙ୍କ ବାଲ୍ୟଲିଳା ପ୍ରଦର୍ଶନ କରାଯାଇଥିଲା । ସୁସଜ୍ଜିତ ରାଧା ଓ କୃଷ୍ଣ ବେଶରେ ଥିବା ଶିଶୁମାନଙ୍କୁ ଦେଖିବା ପାଇଁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଥିଲା । ରାଧା, କୃଷ୍ଣ ଓ ନନ୍ଦପୁରର ନନ୍ଦ ଗ୍ରାମବାସୀଙ୍କ ବେଶରେ କୁନି କୁନି ପିଲାମାନଙ୍କ ଅଭିନୟ ଏକ ପୌରାଣିକ ପରିବେଶ ସୃଷ୍ଟି କରିବା ସହ ଅତ୍ୟନ୍ତ ମନମୁଗ୍ଧକର ହୋଇଥିଲା । ଭାରତୀୟ ପରମ୍ପରା ଓ ସଂସ୍କୃତି ଭିତିକ ଶିକ୍ଷାକୁ ଛୋଟପିଲାମାନଙ୍କୁ ପରିଚିତ କରାଇବା ଏହି ଉତ୍ସବର ଲକ୍ଷ୍ୟ ଥିଲା I ଶେଷରେ ପିଲାମାନଙ୍କ ମଧ୍ୟରେ ମିଷ୍ଠାନ୍ତି ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍କୁଲ୍ ପରିଚାଳକ ସଞ୍ଜିବ ତ୍ରିପାଠୀ, ଅଧ୍ଯକ୍ଷା ବିଜୟିନୀ ତ୍ରିପାଠୀଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତା, ବନ୍ଦନା ସାହୁ, ସୁଶ୍ରୀ ସଙ୍ଗୀତା ମହାନ୍ତି, ଇତିଶ୍ରୀ ରାଉତ, ପାଂଚାଳୀ ସାମଲ ଓ ମୀନାକ୍ଷୀ ପ୍ରମୁଖ ପରିଚଳାନା କରିଥିଲେ । ବହୁ ସଂଖ୍ୟାରେ ଅଭିଭାବକ ଓ ଅନ୍ୟ ଲୋକମାନେ ଏହି ଉତ୍ସବକୁ ଉପଭୋଗ କରିଥିଲେ ।
![]()
