ଢେଙ୍କାନାଳ ସହରିସ୍ଥିତ ସ୍ଥାନୀୟ ଲେଖକ ସଂସଦ ଭବନରେ ଢେଙ୍କାନାଳ ଆସେଟ୍ କମ୍ପୁଟର ଦ୍ବାରା ଏକ ଫ୍ରେଶର୍ସ ପାର୍ଟି ଆୟୋଜନ କରଯାଇଥିଲା । ଏହି ଉତ୍ସବରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ କରିବା ସହ ସମ୍ବର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ମାନଙ୍କରେ ସର୍ବୋଚ୍ଚ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନକୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇଥିବା ଛାତ୍ରଛାତ୍ରୀମାନ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ସାମ୍ବାଦିକ ବିରଞ୍ଚି ନାରାୟଣ ସେଠ ଯାଗଦାନ କରି ସୂଚନା ବିଜ୍ଞାନ ଓ ଏ.ଆଇ ଉପରେ ଅନେକ ବକ୍ତାବ ପ୍ରଦାନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସୟଦ ସଫର ଅଲି, ବିଜ୍ଞାନ ମହାନ୍ତି, ସୁଶୀଲ କୁମାର ସହୂ, ସୌମ୍ୟବ୍ରତ ସାହୁ ପ୍ରମୁଖ ଯୋଗଦେଇଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଭାତ ଦେହୁରୀ ଆମେ ନିଜକୁ ଆତ୍ମଘୋଷିତ ଏକ ନମ୍ବର ବୋଲି ଦାବି କରୁନାହୁଁ ରୁନାହୁଁ, କିନ୍ତୁ ଭାରତ ସରକାର ଆସେଟ ଏକ ବ୍ରାଣ୍ଡେଡ ପ୍ରଦାନ ଅନୁଷ୍ଠାନ ବୋଲି ପ୍ରମାଣ ପତ୍ର କରି ସାରିଛନ୍ତି ଏହି ଉତ୍ସବକୁ ଅନୁଷ୍ଠାନର ଶିକ୍ଷକ ଓ ଶିଖାଯାତ୍ରୀ ସୁମନିକ କାନ୍ଦି, ସୁଶ୍ରୀ ଶ୍ଵେତପଦ୍ମ ଓଜସ୍ପିନୀ ମିଶ୍ର, ଶ୍ୟାମ ସୁନ୍ଦର ସାହୁ ଓ ଛାତ୍ରଛାତ୍ରୀ ଆଶୁତୋଷ, ଦେବସ୍ମିତା, ସତ୍ୟଜିତ, ଦେବାଶିଷ, ଜସ୍ମିନ ଆଦି ଅନେକ ଛାତ୍ରଛା ତ୍ରଛାତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ । ଶେଷରେ ଅନୁଷ୍ଠାନର ପରିଚାଳିକା ବିଜୟଲକ୍ଷ୍ମୀ ଦେହୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଆଶୁତୋଷ ପାଢ଼ୀ ( ଢେଙ୍କାନାଳ )
![]()
