ତାରିଖ ୦୯/୦୫/୨୪, ଗୁରୁବାର
୧-ରାଜ୍ୟରେ ଆଉ ୫ ଦିନ ପର୍ଯ୍ୟନ୍ତ ତାତି ନାହିଁ, କାଳବୈଶାଖୀ ବର୍ଷା ନେଇ ୟେଲୋ ଓ୍ବାର୍ଣିଂ ଜାରି।
୨-ରାୟଗଡାରେ ରାଜନାଥ ସିଂହଙ୍କ ଦମ୍ଭୋକ୍ତି । ଓଡିଶାରେ ସବୁ ଲୋକସଭା ପୋଛିନେବ ବିଜେପି । ସେପଟେ କଂଗ୍ରେସର ଓଡିଶା ପ୍ଲାନ୍, ଖୁବଶୀଘ୍ର ଆସିବେ ଖଡଗେ, ରାହୁଲ ଓ ପ୍ରିୟଙ୍କା।
୩-ପୁରୀ:ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା ପାଇଁ ଚଳଚଞ୍ଚଳ ଚନ୍ଦନ ପୁଷ୍କରିଣୀ,୨୧ ଦିନ ଧରି ଜଳ କ୍ରୀଡ଼ା କରିବେ ମହାପ୍ରଭୁ।
୪-ସହଜ ହେବ ଗଣିତ ବିଷୟ:ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବିବି ଆପ୍ ବିକଶିତ।
୫-କଟକ:SCB ମେଡିକାଲରେ ଥାଲାସେମିଆ ରୋଗୀଙ୍କ ହେବ ଅସ୍ଥି ମଜ୍ଜା ପ୍ରତିରୋପଣ।
୬-କଟକ: ଅନଲାଇନ୍ ଆପରେ ଠକେଇ,୨ ସଂସ୍ଥାର ୩ ନିର୍ଦ୍ଦେଶକ ଗିରଫ।
୭-ଭୁବନେଶ୍ବର : ଭୁବନେଶ୍ବର ବିମାନବନ୍ଦରରୁ ୪ କେଜି ସୁନା ଜବତ କରିଛି କେନ୍ଦ୍ରୀୟ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ।
୮-ନିର୍ବାଚନ ପୂର୍ବରୁ ବୈ।ଦ୍ଧ ପୋଲିସକୁ ବଡ଼ ସଫଳତା, ଆତ୍ମସମର୍ପଣ କଲେ ୯ ମାଓବାଦୀ।
୯-କେନ୍ଦ୍ରାପଡ଼ା: ମାର୍ଶାଘାଇ କ୍ରସିଂରୁ ୨.୯୦ଲକ୍ଷ ଟଙ୍କା ଜବତ।
୧୦-ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତ ନେଇଛି ୩ ଜୀବନ: ସ୍ଵାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର।
୧୧-ଜନପଥରେ ପ୍ରଧାନମନ୍ତ୍ରୀଙ୍କ ରୋଡ଼ ଶୋ’: ନିୟୋଜିତ ହେବେ ୫୫ ପ୍ଲାଟୁନ ଫୋର୍ସ।
୧୨-ବାରବାଟୀ-କଟକରୁ ଧାମନଗର, ଭାଗ୍ୟ ପରୀକ୍ଷା କରୁଛନ୍ତି ହାଇପ୍ରୋଫାଇଲ୍ ଡିଗ୍ରୀଧାରୀ ଯୁବପିଢ଼ି।
୧୩-କଟକ:ନିର୍ବାଚନ ବେଳେ ବଢିଲା ଦଳୀୟ ଗାମୁଛାର ଡିମାଣ୍ଡ, ପ୍ରଚାରରେ ପାଲଟିଲା ଟ୍ରେଣ୍ଡ।
୧୪-ପୁଣି ଅଡୁଆରେ ସାଂସଦ ଅନୁଭବ ମହାନ୍ତି, ଅନୁଭବଙ୍କ ଡିସଚାର୍ଜ ପିଟିସନ୍ ଖାରଜ, ଘରୋଇ ହିଂସା ମାମଲାରେ ଚାର୍ଜ ଫ୍ରେମ୍ ପାଇଁ ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ।
୧୫-ITI କରିଥିଲେ HAL ରେ ଆପ୍ରେନଟିସ୍, ପୂରା ସୂଚନା ଜାଣିବା ପାଇଁ ଦେଖନ୍ତୁ: https://hal-india.co.in/
୧୬-ଆଠଗଡ଼:ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ, ଜୋରଦାର ହେଲା ବିଜେଡିର ପ୍ରଚାର।
୧୭-ବିଏମସି ଅଫିସ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା, ବିଳମ୍ବରେ ଅଫିସ ଆସିଲେ ଦରମା କଟିବ।
୧୮-କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା, ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ।
୧୯-ନୂଆଦିଲ୍ଲୀ:ଇସ୍ତଫା ଦେଲେ କଂଗ୍ରେସ ନେତା ସାମ୍ ପିଟ୍ରୋଡା।
୨୦-IPL:ହେଡ୍, ଅଭିଷେକ ପ୍ରହାର;୫୮ ବଲରେ ଜିତିଲା ସନରାଇଜର୍ସ।
୨୧-ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ: ନିର୍ବାଚନ ଲଢ଼ିବେ ୬୯୫ ପ୍ରାର୍ଥୀ।
୨୨-ଆମେରିକାରେ ଓଡିଆ ବୈଜ୍ଞାନିକଙ୍କ ସଫଳତା, ୬୦୦ ଡିଗ୍ରୀ ତାପମାତ୍ରାରେ କାମ କରୁଥିବା ତିଆରି କଲେ ମେମୋରୀ।
![]()
