ଏଇତ ଦୁନିଆଁ

Adarsha Plus love with social

ତାରିଖ ୧୭/୦୧/୨୪, ବୁଧବାର

୧-ଆଜି ଶ୍ରୀକ୍ଷେତ୍ର ଲେଖିବ ଇତିହାସ:ବିଶ୍ବ ଶୁଣୁଛି , ଓଡ଼ିଶା କହୁଛି; ଜୟ ଜଗନ୍ନାଥ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ।

୨-BSKY ନବୀନ କାର୍ଡ ପଞ୍ଜୀକରଣ ଅବଧି ବୃଦ୍ଧି, ଜାନୁଆରୀ ୨୬ ଯାଏଁ କରିପାରିବେ ଆବେଦନ।

୩-ରାଜ୍ୟ ଷ୍ଟାର୍ଟ- ଅଫ୍ ରାଙ୍କିଂ ୨୦୨୨: ଓଡ଼ିଶା ପୁଣି ଶୀର୍ଷ ପ୍ରଦର୍ଶନ କାରୀ।

୪-ଶ୍ରୀକ୍ଷେତ୍ରରେ ଚାଲିଛି ମହାଯଜ୍ଞ: ବେଦପାଠରେ ପ୍ରକମ୍ପିତ ହେଉଛି ଖଣ୍ଡମଣ୍ଡଳ, ଆଜି ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ।

୫-ଆଜି ଓ ୨୨ରେ ଜଳିବ ଦୀପ: ମୋଦି, ନବୀନଙ୍କ ଆହ୍ୱାନରେ ଲାଗିଲା ରାଜନୀତିର ରଙ୍ଗ।

୬-ରେଙ୍ଗାଲିକ୍ଯାମ୍ପ:୫୦୦ ଚୋରା ଗ୍ୟାସ୍ ସିଲିଣ୍ଡର୍ ଜବତ,୯ ଜଣ ଗିରଫ।

୭-ଭୁବନେଶ୍ୱର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ‘ମୋ ସରକାର’ ସମୀକ୍ଷା।

୮-ମାଲକାନଗିରି,ଏମ.ଭି୧୬ ଗାଁ :ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବି ,ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ।

୯-ଭୁବନେଶ୍ୱର: କିଟ୍ ଓ ଅଲଟ୍ରାଟେକ୍ ସିମେଣ୍ଟ ଲିମିଟେଡ ମଧ୍ୟରେ MOU ସ୍ବାକ୍ଷରିତ।

୧୦-ରକ୍ତରେ ଭିଜିଲା ଶୁଲିଆ ପୀଠ : ପୂଜା ହେବା ସହ ହଜାର ହଜାର ପଶୁପକ୍ଷୀ ବଳି ପଡ଼ିଲେ।

୧୧-ବାଲିଗୁଡ଼ା: ଦୁଇ ଶିଶୁଙ୍କୁ କୂଅରେ ପକାଇ ହତ୍ୟା ମାମଲା, ପିଶାଚୀ ମାଆକୁ ୧୧ ବର୍ଷ ଜେଲ।

୧୨-ଗ୍ରାହକଙ୍କୁ ଏକ୍ସପାଏରୀ ହର୍ଲିକ୍ସ ଡେଲିଭରି କରିବା ଫ୍ଲିପକାର୍ଟକୁ ପଡିଲା ମହଙ୍ଗା, ୫୦ ହଜାର ଟଙ୍କା ଜରିମାନା ଶୁଣାଇଲେ କୋର୍ଟ।

୧୩-ଆରମ୍ଭ ରାମଲାଲା ପ୍ରାକ ପ୍ରତିଷ୍ଠା ରୀତିନୀତି: ୧୮ରେ ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମା ସ୍ଥାପନ, ୨୨ରେ ପ୍ରାଣ ପ୍ରତିଷ୍ଠା।

୧୪-ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶିକା ଦାୟିତ୍ଵ ନେଲେ ଡ଼. ମନୋରମା ମହାନ୍ତି ।

୧୫-ନୂଆ ଦିଲ୍ଲୀ:ଏଣିକି ଅନ୍‌ଲାଇନ କୋର୍ସକୁ ଅଫ୍‌ଲାଇନ ଭଳି ମିଳିବ ମାନ୍ୟତା।

୧୬-ଘନ କୁହୁଡି ଯୋଗୁଁ ଦିଲ୍ଲୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ୩୦ ବିମାନ ବିଳମ୍ବିତ, ୧୭ ବିମାନ ବାତିଲ।

୧୭-ତାମିଲନାଡୁର ମଦୁରାଇ ଜିଲ୍ଲା :ଜଲ୍ଲିକଟ୍ଟୁରେ ଭାଗ ନେଇ ଜଣେ SIଙ୍କ ସମେତ ୩୬ ଜଣଙ୍କ ସ୍ଥିତି ଗମ୍ଭୀର।

୧୮-ସଂସଦ ସୁରକ୍ଷା ଉଲ୍ଲଂଘନ ମାମଲା, ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଦିଲ୍ଲୀ ପୁଲିସର ବିରୋଧ।

୧୯-ଦେଶରୁ ଦୂର ହେଉଛି ଦାରିଦ୍ର୍ୟ: ନୀତି ଆୟୋଗ ରିପୋର୍ଟ, ଦାରିଦ୍ର୍ୟ ଅନୁପାତ ୨୦୧୩-୧୪ରେ ୨୯.୧୭% ଥିବାବେଳେ ୨୦୨୨-୨୩ରେ ୧୧.୨୮%କୁ ହ୍ରାସ।

୨୦-ଉତ୍ତର ଇକ୍ଯୁଡର:ଜେଲରୁ ଚମ୍ପଟ ମାରିଲେ ୪୩ କଏଦୀ, ଦେଶବ୍ୟାପୀ ସର୍ଚ୍ଚ ଅପରେସନ ଜାରି।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!